ଲୋକେ ବସୁଥିଲେ, ଅଚାନକ ବିମାନ ଉପରେ ହେଲା ବଜ୍ରପାତ, ଦେଖନ୍ତୁ Video
ସାଓପାଉଲୋ ୨୬।୧: ବ୍ରାଜିଲ ସାଓପାଉଲୋ ଏୟାରପୋର୍ଟରେ ବଜ୍ରପାତ ହେବାରୁ ବ୍ରିଟିଶ ଏୟାରୱାଜର ଏକ ବିମାନ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଅନେକ ଉଡାଣ ବାତିଲ ହୋଇଛି। ଭିଡିଓରେ ଦେଖାଯାଇ ପାରେ ଯେ ବିମାନ ଉପରେ ବଜ୍ରପାତ ହେଉଛି, ଯେତେବେଳେ ବିମାନ ଉଡାଣ କରିବା ପାଇଁ ଗେଟ୍ ରେ ଛିଡା ହୋଇଥିଲା। କୁହାଯାଉଛି ଏହି ଘଟଣା ଶୁକ୍ରବାର ଗ୍ୱାରୁଲୋସ୍ ବିମାନ ବନ୍ଦରରେ ହୋଇଥିଲା। ଜଣେ ଯାତ୍ରୀ ଏହି କ୍ଷଣକୁ ନିଜ ମୋବାଇଲରେ ରେକର୍ଡ କରିନେଇଥିଲେ। ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାତ୍ରୀ ବର୍ଣ୍ଣହାର୍ଡ ୱାର କହିଛନ୍ତି ଯେ ସାଓପାଉଲୋ ବିମାନ ବନ୍ଦରରେ ଏକ ଭୀଷଣ ଝଡ଼ ହୋଇଥିଲା, ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ବାତ୍ୟା ପାଇଁ ଅନେକ ବିମାନର ଉଡାଣ ରଦ୍ଦ କରାଯାଇଛି, ଯେଉଁଥିରେ ବର୍ଣ୍ଣହାର୍ଡଙ୍କ ଫ୍ଲାଇଟ୍ ମଧ୍ୟ ରହିଛି। ବର୍ଣ୍ଣ ହାର୍ଡ ଏହି ଘଟଣାକୁ ଅତ୍ୟନ୍ତ ଭୟାନକ ବୋଲି କହିଛନ୍ତି। ଯାତ୍ରୀ କହିଛନ୍ତି ଯେ ଯେତେବେଳେ ସେ ଝରକାରେ ବାହାରକୁ ଦେଖୁଥିଲେ ଏୟାର ଫିଲ୍ଡ ଉପରେ ଗୋଟିଏ ପରେ ଗୋଟିଏ ବଜ୍ରପାତ ହେଉଥିଲା। ଏଣୁ ଏହାର ଏକ ଭିଡିଓ କରିବାକୁ ସେ ଚାହିଁଥିଲେ। A lightning strike hit the tail of the #BritishAirways' Airbus A350-1000 at #SaoPaulo Guarulhos International Airport, #Brazil. The flight #BA246 to #London Heathrow departed 7 hours later from the scheduled
ସାଓପାଉଲୋ ୨୬।୧: ବ୍ରାଜିଲ ସାଓପାଉଲୋ ଏୟାରପୋର୍ଟରେ ବଜ୍ରପାତ ହେବାରୁ ବ୍ରିଟିଶ ଏୟାରୱାଜର ଏକ ବିମାନ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଅନେକ ଉଡାଣ ବାତିଲ ହୋଇଛି। ଭିଡିଓରେ ଦେଖାଯାଇ ପାରେ ଯେ ବିମାନ ଉପରେ ବଜ୍ରପାତ ହେଉଛି, ଯେତେବେଳେ ବିମାନ ଉଡାଣ କରିବା ପାଇଁ ଗେଟ୍ ରେ ଛିଡା ହୋଇଥିଲା। କୁହାଯାଉଛି ଏହି ଘଟଣା ଶୁକ୍ରବାର ଗ୍ୱାରୁଲୋସ୍ ବିମାନ ବନ୍ଦରରେ ହୋଇଥିଲା। ଜଣେ ଯାତ୍ରୀ ଏହି କ୍ଷଣକୁ ନିଜ ମୋବାଇଲରେ ରେକର୍ଡ କରିନେଇଥିଲେ। ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଯାତ୍ରୀ ବର୍ଣ୍ଣହାର୍ଡ ୱାର କହିଛନ୍ତି ଯେ ସାଓପାଉଲୋ ବିମାନ ବନ୍ଦରରେ ଏକ ଭୀଷଣ ଝଡ଼ ହୋଇଥିଲା, ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ବାତ୍ୟା ପାଇଁ ଅନେକ ବିମାନର ଉଡାଣ ରଦ୍ଦ କରାଯାଇଛି, ଯେଉଁଥିରେ ବର୍ଣ୍ଣହାର୍ଡଙ୍କ ଫ୍ଲାଇଟ୍ ମଧ୍ୟ ରହିଛି। ବର୍ଣ୍ଣ ହାର୍ଡ ଏହି ଘଟଣାକୁ ଅତ୍ୟନ୍ତ ଭୟାନକ ବୋଲି କହିଛନ୍ତି। ଯାତ୍ରୀ କହିଛନ୍ତି ଯେ ଯେତେବେଳେ ସେ ଝରକାରେ ବାହାରକୁ ଦେଖୁଥିଲେ ଏୟାର ଫିଲ୍ଡ ଉପରେ ଗୋଟିଏ ପରେ ଗୋଟିଏ ବଜ୍ରପାତ ହେଉଥିଲା। ଏଣୁ ଏହାର ଏକ ଭିଡିଓ କରିବାକୁ ସେ ଚାହିଁଥିଲେ।
A lightning strike hit the tail of the #BritishAirways' Airbus A350-1000 at #SaoPaulo Guarulhos International Airport, #Brazil. The flight #BA246 to #London Heathrow departed 7 hours later from the scheduled time.
???? © @bernaldinho79#Airbus #A350 #aviation #AvGeek #avgeeks pic.twitter.com/w1uE6szOZ2— FlightMode (@FlightModeblog) January 26, 2025
ଭାଗ୍ୟ ତାଙ୍କୁ ସାଥ ଦେଇଥିଲା ଓ ତାଙ୍କ ସମ୍ମୁଖରେ ଛିଡା ହୋଇଥିବା ବ୍ରିଟିଶ ଏୟାରୱେଜ୍ ବିମାନର ଟେଲ୍ ଉପରେ ବଜ୍ରପାତ ହୋଇଥିଲା। ବିମାନ ଉପରେ ବଜ୍ରପାତ ହେବାଯୋଗୁ ଅନିବାର୍ଯ୍ୟ ନିରୀକ୍ଷଣର ସମ୍ମୁଖୀନ ହେବାକୁ ପଡିଥିଲା, ଯେଉଁଥି ପାଇଁ ବିମାନ ଉଡାଣରେ ବିଳମ୍ବ ହୋଇଥିଲା। ତେବେ ବିମାନ ଉପରେ ବଜ୍ରପାତ ହେଲେ ବିମାନର କିଛି ହୁଏ ନାହିଁ। ଏପରିକି ଉଡୁଥିବା ବିମାନ ଉପରେ ବଜ୍ରପାତ ହେଲେ ଯାତ୍ରୀଙ୍କୁ କିଛି ଜଣାପଡେ ନାହିଁ।
ବିମାନର ଡିଜାଇନ ଓ ସୁରକ୍ଷା ପ୍ରଣାଳୀ ଏହାକୁ ସମ୍ପୂର୍ଣ୍ଣ ସୁରକ୍ଷିତ କରିଥାଏ। ପ୍ଲେନର ଉପରିଭାଗରେ ବିଜୁଳି ପାସ୍ କରିଯାଏ, ବିମାନର ଇଲେକ୍ଟ୍ରୋନିକ ଉପକରଣ କି ଯନ୍ତ୍ରାଂଶ ଉପରେ ଏହାର କୌଣସି ପ୍ରଭାବ ପଡେ ନାହିଁ। ବିମାନର ଇଲେକ୍ଟ୍ରୋନିକ ଉପକରଣ ଓ ଇନ୍ଧନ ଟାଙ୍କି ସେଫ ଲେୟାରରେ ଥାଏ। ଯାହା ବଜ୍ରପାତକୁ ପ୍ରଭାବହୀନ କରିଦିଏ। ଏହି ପ୍ରକ୍ରିୟା କାରଣରୁ ବିମାନରେ ବସିଥିବା ଯାତ୍ରୀଙ୍କୁ ଏହି ଘଟଣା ଅନୁଭବ ବି ହୋଇ ନଥାଏ।