ଲୋପ ପାଇ ଚାଲିଛି କାଡ଼ା ନାଳ
ପଟ୍ଟାମୁଣ୍ଡାଇ,୨ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚଳିତ ଖରିଫ ଚାଷ ବିଳମ୍ବରେ ଆରମ୍ଭ ହୋଇଛି। କେନାଲ ପାଣି ଡେରିରେ ଆସିବା ଓ ବର୍ଷା ପରିମାଣ କମ ହୋଇଥିବାରୁ ଚାଷୀ ହଇରାଣର ସମ୍ମୁଖୀନ ହେଉଥିଲେ। ବିଳମ୍ବରେ କେନାଲ ପାଣି ଆସିଥିଲେ ମଧ୍ୟ କାଡା (ସିଏଡି) ବିଭାଗର ମନମୁଖି କାର୍ଯ୍ୟ ଯୋଗୁ ଉପର ମୁଣ୍ଡ କ୍ଷେତରେ ପାଣି ପହଞ୍ଚତ୍ ପାରୁନାହିଁ। ଫଳରେ ସାଧାରଣ ଚାଷୀ ବର୍ଷା ଅପେକ୍ଷାରେ ରହିଥିବା ବେଳେ କିଛିଦିନ ଧରି ମୌସୁମୀ ଜନିତ ବର୍ଷା ଜାରି […] The post ଲୋପ ପାଇ ଚାଲିଛି କାଡ଼ା ନାଳ appeared first on Dharitri Odia News.
ପଟ୍ଟାମୁଣ୍ଡାଇ,୨ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚଳିତ ଖରିଫ ଚାଷ ବିଳମ୍ବରେ ଆରମ୍ଭ ହୋଇଛି। କେନାଲ ପାଣି ଡେରିରେ ଆସିବା ଓ ବର୍ଷା ପରିମାଣ କମ ହୋଇଥିବାରୁ ଚାଷୀ ହଇରାଣର ସମ୍ମୁଖୀନ ହେଉଥିଲେ। ବିଳମ୍ବରେ କେନାଲ ପାଣି ଆସିଥିଲେ ମଧ୍ୟ କାଡା (ସିଏଡି) ବିଭାଗର ମନମୁଖି କାର୍ଯ୍ୟ ଯୋଗୁ ଉପର ମୁଣ୍ଡ କ୍ଷେତରେ ପାଣି ପହଞ୍ଚତ୍ ପାରୁନାହିଁ। ଫଳରେ ସାଧାରଣ ଚାଷୀ ବର୍ଷା ଅପେକ୍ଷାରେ ରହିଥିବା ବେଳେ କିଛିଦିନ ଧରି ମୌସୁମୀ ଜନିତ ବର୍ଷା ଜାରି ହେବାରୁ ଚାଷ କାର୍ଯ୍ୟ ଜୋର ଧରିଛି।
କୃଷକ ନେତା ବିଜୟ ଦାସ କହିଛନ୍ତି, ପଟ୍ଟାମୁଣ୍ଡାଇ, ଗୋବରୀ ସମ୍ପ୍ରସାରିତ କେନାଲ ଓ ତାହାର ଶାଖା କେନାଲଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ପାଣି ଥାଇ ସୁଦ୍ଧା ପାଣି କ୍ଷେତକୁ ପହଞ୍ଚତ୍ ପାରୁନାହିଁ। ଚାଷୀମାନେ ବର୍ଷବର୍ଷ ଧରି ଜଳକର ଦେଇ ଆସୁଛନ୍ତି। ମାତ୍ର ମୁଖ୍ୟ କେନାଲରେ ପାଣି ଥିଲେ କାଡା କେନାଲ ଅବ୍ୟବସ୍ଥା ତଥା ମରାମତି କାର୍ଯ୍ୟର ଅବହେଳା ହେତୁ ପାଣି କ୍ଷେତକୁ ନ ମାଡ଼ି ଖାଲୁଆ ଜମିରେ ଲହଡି ମାରୁଛି। ଖରା ମାସରେ ପାଟ କେନାଲ, କାଡା ନାଳ ଏବଂ ଡ୍ରେନେଜ କାମ କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରାଯାଇଛି। ଅଥଚ ଉପର ମୁଣ୍ଡ ଚାଷ ଜମିକୁ ପାଣି ଯାଉ ନ ଥିବାବେଳେ ତଳ କ୍ଷେତରେ ପାଣି ଜମି ଧାନ ଫସଲ ପଚି ନଷ୍ଟ ହେଉଛି। ଚାଷୀ ଅଜୟ ନାୟକ, ବିଘ୍ନେଶ୍ୱର ପ୍ରଧାନ, ବିଜୟ କୁମାର ମଲିକ, କାଙ୍ଗାଳୀ ଦାସ, ଅଭୟ ମଲିକ, ସୁରେନ୍ଦ୍ର ପରିଡା, କୁଞ୍ଜବିହାରୀ ନାୟକ ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ କାଡା ବିଭାଗ ଅଧୀନ ଉତିକଣ ପାଟରେ ଥିବା ପାଟନାଳି ସବୁ ଦୀର୍ଘବର୍ଷ ହେବ ମରାମତି ଓ ନାଳି ପୁନରୁଦ୍ଧାର ନ ହେବାରୁ ୫ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ତଳିଆ ଚାଷ ଜମି କ୍ଷତିଗ୍ରସ୍ତ ହେଉଛି। ଫଳରେ ୧୫ ପଞ୍ଚାୟତବାସୀ ଚାଷ ପାଇଁ ହଇରାଣ ହେଉଛନ୍ତି। ଦୀର୍ଘବର୍ଷ ହେବ ଏହି କାଡା ପାଟନାଳି ସବୁ ପୋତି ହୋଇଯିବା ଫଳରେ ଜଳ କ୍ଷେତକୁ ପ୍ରବେଶ କରିପାରୁନାହଁି। ପ୍ରତିବର୍ଷ ସରକାରୀ ରାଜକୋଷରୁ କାଡା ବିଭାଗ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ତାହା ଚାଷୀମାନଙ୍କ ହିତରେ ଲାଗି ପାରୁନାହିଁ। ସାମାଜିକ କର୍ମୀ ପ୍ରବୀର ନାୟକ କହିଛନ୍ତି, ଚକବନ୍ଦୀ ପରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ଚାଷୀମାନଙ୍କ ପାଇଁ ଜଳସେଚନ ଓ ଜଳନିକାଶ ବ୍ୟବସ୍ଥାର ସୁବିଧା କରାଯାଇଥିଲା। ପ୍ରତ୍ୟେକ ଚକକୁ କିଭଳି ପାଣି ପ୍ରବେଶ ଓ ନିଷ୍କାସନ ହୋଇପାରିବ ସେଥିପାଇଁ କାଡା ନାଳ ଖୋଳା ଯାଇଥିଲା। ବର୍ତ୍ତମାନ କାଡା ନାଳଗୁଡ଼ିକ ସଫେଇ ଓ ରକ୍ଷଣାବେକ୍ଷଣ ଅଭାବରୁ କେତେକ ସ୍ଥାନରେ ପୋତି ହୋଇଗଲାଣି। ଏବେ କାଡା ନାଳ ସମ୍ପୂର୍ଣ୍ଣ ଲୋପ ପାଇ ଚାଲିଥିବା ଦେଖାଯାଇଛି। ଚାଷୀ ରଣଞ୍ଜିତ ପ୍ରଧାନ କୁହନ୍ତି, ଚାଷୀମାନଙ୍କ ଜଳସେଚନ, ନିଷ୍କାସନ ନିମନ୍ତେ ପାଣି ପଞ୍ଚାୟତ ଗଠନ କରାଯାଇଛି। ହେଲେ ଏବେ ପାଣି ପଞ୍ଚାୟତ କେବଳ କାଗଜକଲମରେ ଚାଲିଛି। ଅନ୍ୟପକ୍ଷେ ବିଭାଗ ଦ୍ୱାରା କାଡା ନାଳର ନା ହେଉଛି ମରାମତି ନା ହେଉଛି ସଫେଇ। ଲକ୍ଷାଧିକ ଟଙ୍କା ହଡପ କରାଯାଉଥିବା ଅଭିଯୋଗ ଚାଷୀମାନେ କରୁଛନ୍ତି। ଏ ସଂକ୍ରାନ୍ତରେ କାଡା ବିଭାଗ ଜେଇ ସୂର୍ଯ୍ୟ ସ୍ବାଇଁଙ୍କୁ ପଚାରିବାରେ ପଟ୍ଟାମୁଣ୍ଡାଇରେ ପାଣି ପଞ୍ଚାୟତ କାର୍ଯ୍ୟକାରୀ ହେଉ ନ ଥିବାରୁ କାଡା କାର୍ଯ୍ୟରେ ସଫଳତା ମିଳୁନାହିଁ।
The post ଲୋପ ପାଇ ଚାଲିଛି କାଡ଼ା ନାଳ appeared first on Dharitri Odia News.