ଶଗଡ଼କୁ ଧକ୍କା ଦେଇ XUV ଫେରାର, ବୃଦ୍ଧାଙ୍କ ସମେତ ବଳଦ ମୃତ

ଦେବଗଡ଼,୧୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ଥାନା ଅନ୍ତର୍ଗତ ଛତାବର ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ ଶଗଡ଼କୁ ଧକ୍କା ଦେଇ XUV ଗାଡି ଫେରାର ହୋଇଯାଇଛି। ଏହି ଦୁର୍ଘଟଣାରେ ଜଣେ ବୃଦ୍ଧାଙ୍କ ସମେତ ବଳଦର ମୃତ୍ୟୁ ଘଟିଛି। ଶଗଡ ଗାଡ଼ି ଚୂର୍‌ମାର। ମୃତା ବୃଦ୍ଧାଙ୍କ ନାମ ମାୟା ସାହୁ(୫୫) ଓ ସେ ଛତାବର ଜାମୁବଣିଆସାହିର ପ୍ରସନ୍ନ ସାହୁଙ୍କ ସ୍ତ୍ରୀ ବୋଲି ଜଣାପଡ଼ିଛି। ସୋମବାର ସକାଳେ ଜାଳକାଠ ସଂଗ୍ରହ ପାଇଁ ଯାଉଥିବା ବେଳେ ଏକ […] The post ଶଗଡ଼କୁ ଧକ୍କା ଦେଇ XUV ଫେରାର, ବୃଦ୍ଧାଙ୍କ ସମେତ ବଳଦ ମୃତ appeared first on Dharitri Odia News.

ଶଗଡ଼କୁ ଧକ୍କା ଦେଇ XUV ଫେରାର, ବୃଦ୍ଧାଙ୍କ ସମେତ ବଳଦ ମୃତ

ଦେବଗଡ଼,୧୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ଥାନା ଅନ୍ତର୍ଗତ ଛତାବର ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ ଶଗଡ଼କୁ ଧକ୍କା ଦେଇ XUV ଗାଡି ଫେରାର ହୋଇଯାଇଛି। ଏହି ଦୁର୍ଘଟଣାରେ ଜଣେ ବୃଦ୍ଧାଙ୍କ ସମେତ ବଳଦର ମୃତ୍ୟୁ ଘଟିଛି। ଶଗଡ ଗାଡ଼ି ଚୂର୍‌ମାର। ମୃତା ବୃଦ୍ଧାଙ୍କ ନାମ ମାୟା ସାହୁ(୫୫) ଓ ସେ ଛତାବର ଜାମୁବଣିଆସାହିର ପ୍ରସନ୍ନ ସାହୁଙ୍କ ସ୍ତ୍ରୀ ବୋଲି ଜଣାପଡ଼ିଛି। ସୋମବାର ସକାଳେ ଜାଳକାଠ ସଂଗ୍ରହ ପାଇଁ ଯାଉଥିବା ବେଳେ ଏକ ଏକ୍ସୟୁଭି ସାମ୍ନା ପଟୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ରିଆମାଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

The post ଶଗଡ଼କୁ ଧକ୍କା ଦେଇ XUV ଫେରାର, ବୃଦ୍ଧାଙ୍କ ସମେତ ବଳଦ ମୃତ appeared first on Dharitri Odia News.