ଶତ୍ରୁଙ୍କୁ ଛାଡ଼, ମିତ୍ରଙ୍କୁ ମାଡ଼; ଟ୍ରମ୍ପଙ୍କ ଟାରିଫ୍ ତାଲିକାରୁ ଋଷ୍ ଓ ନର୍ଥ କୋରିଆ ବାଦ୍
ନୂଆଦିଲ୍ଲୀ: ବୈଶ୍ବିକ ଶିଳ୍ପ ଯୁଦ୍ଧରେ ଟାରିଫ୍ ବୋମା ପକାଇଛି ଆମେରିକା । ଏପ୍ରିଲ ୨ତାରିଖରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ-ଚୀନ ସମେତ ବିଶ୍ବର ଅନେକ ଦେଶ ଉପରେ ରେସିପ୍ରୋକାଲ୍ ଟାରିଫ୍ ଲାଗୁ କରିଛନ୍ତି । ଏହାକୁ ନେଇ ପୂରା ବିଶ୍ବ ବଜାର ହଲଚଲ ହୋଇଯାଇଛି । ଅଧିକାଂଶ ଦେଶ ଏହାର ସମାଧାନ ପାଇଁ ଲାଗି ପଡ଼ିଛନ୍ତି । ଭାରତକୁ ଝଟ୍କା, ଚୀନ ଉପରେ ଡବଲ ମାଡ଼:ବୁଧବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ସହିତ ସମସ୍ତ ପ୍ରକାରର ବ୍ୟବସାୟ ଉପରେ ୧୦ ପ୍ରତିଶତ ଟାରିଫ୍ ଲାଗୁ କରିଛନ୍ତି । ଭାରତ ଉପରେ ୨୬ ପ୍ରତିଶତ ଚେସାକୁ ତେସା ଟ୍ୟାକ୍ସ ଲାଗୁ କରିଛନ୍ତି । ଏହାର ଅର୍ଥ ଭାରତରୁ ରପ୍ତାନୀ ହେଉଥିବା ସାମଗ୍ରୀ ଉପରେ ଏବେ ୨୬ ପ୍ରତିଶତ ଟାରିଫ୍ ଲାଗୁ ହେବ । ସେହିପରି ଚୀନ୍ ଉପରେ ଡବଲ ଟାରିଫ୍ ମାଡ଼ ହୋଇଛି । ଭାରତ ତୁଳନାରେ ଡବଲ ଅର୍ଥାତ୍ ୩୪ ପ୍ରତିଶତ ଇମ୍ପପୋର୍ଟ ଡ୍ୟୁଟି ଲାଗିଛି । ଡୋନାଲ୍ଡ ଟ୍ରମ୍ପ ଦ୍ବିତୀୟ ଥର ଆମେରିକା ରାଷ୍ଟ୍ରପତି ଦାୟିତ୍ବ ସମ୍ଭାଳିବା ପରେ ଚୀନ୍ ଉପରେ ପ୍ରଥମେ ୨୦ ପ୍ରତିଶତ ଟାରିଫ ଲଗାଇଥିଲେ । ଏବେ ରେସିପ୍ରୋକାଲ୍ ଟ୍ୟାକ୍ସ ୩୪ ପ୍ରତିଶତ ଲାଗିବା ପରେ ଏବା ୫୪ ପ୍ରତିଶତରେ ପହଞ୍ଚିଛି । ଦକ୍ଷିଣ କୋରିଆ ଉପରେ ୫ ପ୍ରତିଶତ, ଜାପାନ ଉପରେ ୨୪ ପ୍ରତିଶତ ଏବଂ ତାଇଓ୍ବାନ ଉପରେ ୩୨ ପ୍ରତିଶତ ଟାରିଫ୍ କଷିଛନ୍ତି ।ଟାରିଫ୍ ଲାଗୁ କରି ସହଯୋଗୀ ଦେଶଙ୍କୁ ଜବରଦସ୍ତ ଝଟକା ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ହେଲ
ନୂଆଦିଲ୍ଲୀ: ବୈଶ୍ବିକ ଶିଳ୍ପ ଯୁଦ୍ଧରେ ଟାରିଫ୍ ବୋମା ପକାଇଛି ଆମେରିକା । ଏପ୍ରିଲ ୨ତାରିଖରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ-ଚୀନ ସମେତ ବିଶ୍ବର ଅନେକ ଦେଶ ଉପରେ ରେସିପ୍ରୋକାଲ୍ ଟାରିଫ୍ ଲାଗୁ କରିଛନ୍ତି । ଏହାକୁ ନେଇ ପୂରା ବିଶ୍ବ ବଜାର ହଲଚଲ ହୋଇଯାଇଛି । ଅଧିକାଂଶ ଦେଶ ଏହାର ସମାଧାନ ପାଇଁ ଲାଗି ପଡ଼ିଛନ୍ତି ।
ଭାରତକୁ ଝଟ୍କା, ଚୀନ ଉପରେ ଡବଲ ମାଡ଼:
ବୁଧବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ସହିତ ସମସ୍ତ ପ୍ରକାରର ବ୍ୟବସାୟ ଉପରେ ୧୦ ପ୍ରତିଶତ ଟାରିଫ୍ ଲାଗୁ କରିଛନ୍ତି । ଭାରତ ଉପରେ ୨୬ ପ୍ରତିଶତ ଚେସାକୁ ତେସା ଟ୍ୟାକ୍ସ ଲାଗୁ କରିଛନ୍ତି । ଏହାର ଅର୍ଥ ଭାରତରୁ ରପ୍ତାନୀ ହେଉଥିବା ସାମଗ୍ରୀ ଉପରେ ଏବେ ୨୬ ପ୍ରତିଶତ ଟାରିଫ୍ ଲାଗୁ ହେବ । ସେହିପରି ଚୀନ୍ ଉପରେ ଡବଲ ଟାରିଫ୍ ମାଡ଼ ହୋଇଛି । ଭାରତ ତୁଳନାରେ ଡବଲ ଅର୍ଥାତ୍ ୩୪ ପ୍ରତିଶତ ଇମ୍ପପୋର୍ଟ ଡ୍ୟୁଟି ଲାଗିଛି । ଡୋନାଲ୍ଡ ଟ୍ରମ୍ପ ଦ୍ବିତୀୟ ଥର ଆମେରିକା ରାଷ୍ଟ୍ରପତି ଦାୟିତ୍ବ ସମ୍ଭାଳିବା ପରେ ଚୀନ୍ ଉପରେ ପ୍ରଥମେ ୨୦ ପ୍ରତିଶତ ଟାରିଫ ଲଗାଇଥିଲେ । ଏବେ ରେସିପ୍ରୋକାଲ୍ ଟ୍ୟାକ୍ସ ୩୪ ପ୍ରତିଶତ ଲାଗିବା ପରେ ଏବା ୫୪ ପ୍ରତିଶତରେ ପହଞ୍ଚିଛି । ଦକ୍ଷିଣ କୋରିଆ ଉପରେ ୫ ପ୍ରତିଶତ, ଜାପାନ ଉପରେ ୨୪ ପ୍ରତିଶତ ଏବଂ ତାଇଓ୍ବାନ ଉପରେ ୩୨ ପ୍ରତିଶତ ଟାରିଫ୍ କଷିଛନ୍ତି ।
ଟାରିଫ୍ ଲାଗୁ କରି ସହଯୋଗୀ ଦେଶଙ୍କୁ ଜବରଦସ୍ତ ଝଟକା ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ହେଲେ ବିରୋଧୀ ଦେଶଙ୍କୁ ଟାରିଫରୁ ଆଶ୍ବସ୍ତି ମିଳିଛି । ଆମେରିକା ଜାପାନ, ଦକ୍ଷିଣ କୋରିଆ ଓ ଭାରତ ଭଳି ସହଯୋଗୀ ଦେଶ ଏବଂ ଟ୍ରେଡ୍ ସହଭାଗିତା ଥିବା ଦେଶମାନଙ୍କ ଉପରେ ଟାରିଫ୍ ଲାଗୁଛନ୍ତି । ମାତ୍ର ବିରୋଧୀ ଦେଶ ଋଷ୍ ଏବଂ ନର୍ଥ କୋରିଆ ଏଥିରୁ ବାଦ୍ପଡ଼ିଛନ୍ତି । ଟ୍ରମ୍ପଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ମିତ୍ର ଦେଶମାନେ ବାରମ୍ବାର ଅସୁବିଧାର ସମ୍ମୁଖୀନ ହେଇଥିବା ବେଳେ ଶତ୍ରୁ ଦେଶର ନିକଟତର ହେଉଛି ଆମେରିକା । ଋଷ୍ ଓ ଉତ୍ତର କୋରିଆକୁ ମିତ୍ର ବନେଇବାକୁ ପ୍ରୟାସ କରୁଛି ।