ଦେଶର ସବୁଠୁ ମହଙ୍ଗା ବିବାହରେ, କିଏ ଦେଲେ କେତେ ? ଜାଣନ୍ତୁ…
ନୂଆଦିଲ୍ଲୀ ୨୬।୦୭: ୧୨ ଜୁଲାଇରେ ସରିଛି ଅମ୍ବାନୀ ପରିବାରର ଗ୍ରାଣ୍ଡ ଓ୍ବେଡିଂ । ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ପଡିଛି ହାତଗଣ୍ଠି । ମୁକେଶ ଅମ୍ବାନୀଙ୍କ ସାନ ପୁଅଙ୍କ ବିବାହ ହୋଇଛି ଦେଶର ସବୁଠାରୁ ମହଙ୍ଗା ବିବାହ । ବିଗତ ୭ ମାସ ଧରି ଚାଲିଥିଲା ଏହି ଗ୍ରାଣ୍ଡ ଓ୍ବେଡିଂର ଫଙ୍କସନ୍ । ପ୍ରି-ଓ୍ବେଡିଂ ଠାରୁ ବିବାହ ପର୍ଯ୍ୟନ୍ତ ସବୁ ଫଙ୍କସନ୍ରେ ଯୋଗ ଦେଇଥିଲେ ବହୁ ପ୍ରସିଦ୍ଧ ଚେହେରା । ଏଥିରେ ନେତାଠାରୁ ଆରମ୍ଭ କରି ଅଭିନେତା ଯାଏଁ ସମସ୍ତେ ହୋଇଥିଲେ ସାମିଲ । ରାଧିକା-ଅନନ୍ତଙ୍କ ବିବାହରେ ଭିଡ ଲଗାଇଥିଲେ ବଲିଉଡ୍ ତାରକା । ବିବାହ ସରିବାକୁ ୧୨ ଦିନ ବିତିଥିଲେ ମଧ୍ୟ ଚର୍ଚ୍ଚାରେ ପଡିନି ପୁର୍ଣ୍ଣଚ୍ଛେଦ । ବିବାହର ୫ହଜାର କୋଟି ଖର୍ଚ୍ଚ ହୋଇଥିବା ବେଳେ ମିଳିଛି ମଧ୍ୟ ମହଙ୍ଗା ମହଙ୍ଗା ଉପହାର । ଯାହାକୁ ନେଇ ଖୁବ୍ ଚର୍ଚ୍ଚା…ଖାସ୍ କରି ସେଲିବ୍ରେଟିମାନେ ଦେଇଛନ୍ତି ବଡ ବଡ ଗିଫ୍ଟ । ଯାହା ବର୍ତ୍ତମାନ ସାମ୍ନାକୁ ଆସିଛି । ପ୍ରାୟ ବଲିଉଡ୍ର ସବୁ ତାରକା ଅମ୍ବାନୀ ପରିବାରର ବିବାହରେ ଯୋଗ ଦେଇଥିଲେ । କିଛି ଷ୍ଟାର କଳାକାର ଯୋଗ ଦେଇ ପାରିନଥିଲେ, କିନ୍ତୁ ସେମାନେ ମଧ୍ୟ ଗିଫ୍ଟ ପଠାଇଛନ୍ତି । କିଏ ଦାମୀ କାର ତ କିଏ ସ୍ପୋଟ୍ସ ବାଇକ୍ । ଆଉ କିଏ ଦେଇଛନ୍ତି ଡାଇମଣ୍ଡ ନେକ୍ଲେସ୍ । ଆସନ୍ତୁ ଜାଣିବା ବଲିଉଡ୍ ସେଲିବ୍ରେଟି କିଏ ଦେଇଛନ୍ତି କଣ ? ଲିଷ୍ଟର ପ୍ରଥମରେ ରହିଛନ୍ତି କିଙ୍ଗଖାନ ଶାହରୁଖ । ଗିଫ୍ଟ ଦେବାରେ
ନୂଆଦିଲ୍ଲୀ ୨୬।୦୭: ୧୨ ଜୁଲାଇରେ ସରିଛି ଅମ୍ବାନୀ ପରିବାରର ଗ୍ରାଣ୍ଡ ଓ୍ବେଡିଂ । ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ପଡିଛି ହାତଗଣ୍ଠି । ମୁକେଶ ଅମ୍ବାନୀଙ୍କ ସାନ ପୁଅଙ୍କ ବିବାହ ହୋଇଛି ଦେଶର ସବୁଠାରୁ ମହଙ୍ଗା ବିବାହ । ବିଗତ ୭ ମାସ ଧରି ଚାଲିଥିଲା ଏହି ଗ୍ରାଣ୍ଡ ଓ୍ବେଡିଂର ଫଙ୍କସନ୍ । ପ୍ରି-ଓ୍ବେଡିଂ ଠାରୁ ବିବାହ ପର୍ଯ୍ୟନ୍ତ ସବୁ ଫଙ୍କସନ୍ରେ ଯୋଗ ଦେଇଥିଲେ ବହୁ ପ୍ରସିଦ୍ଧ ଚେହେରା । ଏଥିରେ ନେତାଠାରୁ ଆରମ୍ଭ କରି ଅଭିନେତା ଯାଏଁ ସମସ୍ତେ ହୋଇଥିଲେ ସାମିଲ । ରାଧିକା-ଅନନ୍ତଙ୍କ ବିବାହରେ ଭିଡ ଲଗାଇଥିଲେ ବଲିଉଡ୍ ତାରକା ।

ବିବାହ ସରିବାକୁ ୧୨ ଦିନ ବିତିଥିଲେ ମଧ୍ୟ ଚର୍ଚ୍ଚାରେ ପଡିନି ପୁର୍ଣ୍ଣଚ୍ଛେଦ । ବିବାହର ୫ହଜାର କୋଟି ଖର୍ଚ୍ଚ ହୋଇଥିବା ବେଳେ ମିଳିଛି ମଧ୍ୟ ମହଙ୍ଗା ମହଙ୍ଗା ଉପହାର । ଯାହାକୁ ନେଇ ଖୁବ୍ ଚର୍ଚ୍ଚା…ଖାସ୍ କରି ସେଲିବ୍ରେଟିମାନେ ଦେଇଛନ୍ତି ବଡ ବଡ ଗିଫ୍ଟ । ଯାହା ବର୍ତ୍ତମାନ ସାମ୍ନାକୁ ଆସିଛି । ପ୍ରାୟ ବଲିଉଡ୍ର ସବୁ ତାରକା ଅମ୍ବାନୀ ପରିବାରର ବିବାହରେ ଯୋଗ ଦେଇଥିଲେ । କିଛି ଷ୍ଟାର କଳାକାର ଯୋଗ ଦେଇ ପାରିନଥିଲେ, କିନ୍ତୁ ସେମାନେ ମଧ୍ୟ ଗିଫ୍ଟ ପଠାଇଛନ୍ତି । କିଏ ଦାମୀ କାର ତ କିଏ ସ୍ପୋଟ୍ସ ବାଇକ୍ । ଆଉ କିଏ ଦେଇଛନ୍ତି ଡାଇମଣ୍ଡ ନେକ୍ଲେସ୍ । ଆସନ୍ତୁ ଜାଣିବା ବଲିଉଡ୍ ସେଲିବ୍ରେଟି କିଏ ଦେଇଛନ୍ତି କଣ ?

ଲିଷ୍ଟର ପ୍ରଥମରେ ରହିଛନ୍ତି କିଙ୍ଗଖାନ ଶାହରୁଖ । ଗିଫ୍ଟ ଦେବାରେ ମଧ୍ୟ ନିଜକୁ କିଙ୍ଗ ବୋଲି ପ୍ରମାଣିତ କରିଛନ୍ତି । ଅନନ୍ତ ଏବଂ ରାଧିକାଙ୍କୁ ସେ ସବୁଠାରୁ ମହଙ୍ଗା ଉପହାର ଦେଇଛନ୍ତି । କିଙ୍ଗ ଖାନ ନବଦମ୍ପତିଙ୍କୁ ଫ୍ରାନ୍ସରେ ଏକ ବିଳାସପୂର୍ଣ୍ଣ ଆପର୍ଟମେଣ୍ଟ ଉପହାର ଦେଇଛନ୍ତି । ଯାହାର ମୂଲ୍ୟ ୪୦ କୋଟି ।

ଅମ୍ବାନୀ ପରିବାରର ବିବାହରେ ପୁରା ପରିବାର ସହ ପହଞ୍ଚିଥିଲେ ବଚ୍ଚନ ପରିବାର । ରିପୋର୍ଟ ଅନୁଯାୟୀ ବିଗ୍ ବିଙ୍କ ପରିବାର ରାଧିକାଙ୍କୁ ଏକ ଡାଇମଣ୍ଡ ଏଣ୍ଡ ପନ୍ନା ନେକ୍ପିସ୍ ଗିଫ୍ଟ ଦେଇଥିଲେ । ଯାହାର ଦାମ୍ ୩୦ କୋଟି ଟଙ୍କା ।

ସେହିପରି ଦୀପିକା ପାଦୁକୋନ ଓ ରଣବୀର ସିଂହ ମଧ୍ୟ ଉପହାର ଦେବା ଲିଷ୍ଟର ପଛରେ ପଡ଼ି ନାହାଁନ୍ତି । ଏମାନେ ଅନନ୍ତ ଓ ରାଧିକାଙ୍କୁ ଏକ କଷ୍ଟମାଇଜ୍ ରୋଲ୍ସ ରଏସ୍ କାର୍ ଗିଫ୍ଟ ଦେଇଛନ୍ତି । କୁହାଯାଉଛି ଏହାର ଦାମ୍ ୨୦ କୋଟି ।

ବିବାହ ସମାରୋହରେ ଅନନ୍ତ-ରାଧିକାଙ୍କ ସହ ଖୁବ୍ ମସ୍ତି କରିଥିଲେ ସଲମାନ । ନବଦମ୍ପତିଙ୍କୁ ଭାଇଜାନ ଏକ ମହଙ୍ଗା ସୁପର ବାଇକ୍ ଉପହାର ଦେଇଥିଲେ । ଯାହାର ଦାମ୍ ୧୫ କୋଟି ଟଙ୍କା ।

ଅମ୍ବାନୀ ଦମ୍ପତ୍ତିଙ୍କ ବିବାହରେ ପହଞ୍ଚିଥିଲେ ରଣବୀର କପୁର ଓ ଆଲିଆ ଭଟ୍ଟ । ଦୁହେଁ ଅନନ୍ତ-ରାଧିକାଙ୍କୁ ଦେଇଛନ୍ତି ଏକ ଦାମୀ ମର୍ସଡିଜ୍ କାର୍ । ଯାହାର ମୂଲ୍ୟ ୯ କୋଟି ।

ଅନ୍ୟପଟେ ଏହି ବିବାହ ସମାରୋହରେ ଅଭିନେତା ଭିକି କୌଶଲ-କ୍ୟାଟ୍ରିନା କୈଫ୍ ମଧ୍ୟ ସାମିଲ ହୋଇଥିଲେ । ଏହି ଦମ୍ପତି ଅନନ୍ତ ଏବଂ ରାଧିକାଙ୍କୁ ଏକ ସୁନା ଚେନ୍ ଦେଇଛନ୍ତି । ଯାହାର ଦାମ୍ ପ୍ରାୟ ୧୯ ଲକ୍ଷ ।

ସେହିପରି ଅମ୍ବାନୀ ପରିବାରର ଗ୍ରାଣ୍ଡ ଓ୍ବେଡିରେ ପହଞ୍ଚିଥିଲେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ । ରିପୋର୍ଟ ଅନୁଯାୟୀ ଦୁହେଁ ୨୫ ଲକ୍ଷର ଏକ ହାତ ତିଆରି ଶାଲ୍ ଗିଫ୍ଟ ଦେଇଛନ୍ତି । ସେହିପରି ଅକ୍ଷୟ କୁମାର ଏବଂ ଟ୍ୱିଙ୍କଲ ଖାନ୍ନା ଅନନ୍ତ ଏବଂ ରାଧିକାଙ୍କୁ ୬୦ ଲକ୍ଷ ଟଙ୍କାର ଏକ ଗୋଲ୍ଡ ପେନ୍ ଗିଫ୍ଟ କରିଛନ୍ତି ।