ଶନାୟାଙ୍କର ପୂରା ହେବ ବଲିଉଡ୍‌ ସ୍ଵପ୍ନ, ବିକ୍ରାନ୍ତଙ୍କ ସହ କରିବେ ଡେବ୍ୟୁ

ମୁମ୍ଵାଇ ୦୭।୧୦: ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁରଙ୍କ ବଲିଉଡ୍‌ ସ୍ୱପ୍ନ ଶେଷରେ ପୂରଣ ହେବାକୁ ଯାଉଛି । ୨୪ ବର୍ଷୀୟ ଶନାୟାଙ୍କୁ ରୋମାଣ୍ଟିକ ଡ୍ରାମା ‘ଆଖୋଁ କୀ  ଗୁସ୍ତାଖିୟାଁ’ରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ବିପକ୍ଷରେ ବିକ୍ରାନ୍ତ  ମେସି ନଜର ଆସିବେ। ଫିଲ୍ମଟି ପ୍ରଖ୍ୟାତ ଲେଖକ ରସ୍କିନ୍‌ ବଣ୍ଡଙ୍କର ଏକ କ୍ଷୁଦ୍ର ଗଳ୍ପରୁ ପ୍ରେରିତ । ଜଣେ ପ୍ରତିଭାସଂପନ୍ନ ଥିଏଟର  ଅଭିନେତ୍ରୀ ଓ ଜଣେ ଦୃଷ୍ଟିହୀନ ସଙ୍ଗୀତଜ୍ଞଙ୍କ ପ୍ରେମ, ନିଜକୁ  ଖୋଜିବାର ଯାତ୍ରାକୁ ନେଇ କାହାଣୀଟି ଗତିଶୀଳ । ‘ବ୍ରୋକନ୍‌ ବଟ୍‌   ବିଉଟିଫୁଲ’, ‘ଅପହରଣ’ ଭଳି ୱେବ୍‌ ସିରିଜ୍‌ର ନିର୍ଦ୍ଦେଶନା ଦେଇଥିବା ସନ୍ତୋଷ ସିଂହ ଏହାର ନିର୍ଦ୍ଦେଶନାରେ ଅଛନ୍ତି ।  ମାନସୀ ବାଗ୍‌ଲା ଓ ବରୁଣ ବାଗ୍‌ଲା ଏହାର ପ୍ରଯୋଜନା  କରିବେ । ଫିଲ୍ମର ଶୀର୍ଷକ ମ୍ୟୁଜିକାଲ୍‌ ଡ୍ରାମା ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ର ଏକ ଗୀତରୁ ନିଆଯାଇଛି । ଚଳିତ  ମାସରେ ଏହାର ସୁଟିଂ ଆରମ୍ଭ ହେବ । ଆସନ୍ତାବର୍ଷ  ମଧ୍ୟ ଭାଗରେ ‘ଆଖୋଁ କୀ ଗୁସ୍ତାଖିୟାଁ’  ରିଲିଜ୍‌ ହେବାର ଅଛି । ସେପଟେ  ଶନାୟାଙ୍କୁ ଆସନ୍ତାବର୍ଷ ତେଲଗୁ  ଓ ମାଲାୟଲମ୍‌ ଭାଷାରେ  ରିଲିଜ୍‌ ହେବାକୁ ଥିବା  ଆକ୍ସନ୍‌ ଫିଲ୍ମ ‘ବୃଷଭା’ରେ  ଦେଖିବାକୁ ମିଳିବ । ସେଥିରେ ଅଭିନେତା ମୋହନଲାଲ ଅଭିନୟ କରିବେ।

ଶନାୟାଙ୍କର ପୂରା ହେବ ବଲିଉଡ୍‌ ସ୍ଵପ୍ନ, ବିକ୍ରାନ୍ତଙ୍କ ସହ କରିବେ ଡେବ୍ୟୁ

ମୁମ୍ଵାଇ ୦୭।୧୦: ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁରଙ୍କ ବଲିଉଡ୍‌ ସ୍ୱପ୍ନ ଶେଷରେ ପୂରଣ ହେବାକୁ ଯାଉଛି । ୨୪ ବର୍ଷୀୟ ଶନାୟାଙ୍କୁ ରୋମାଣ୍ଟିକ ଡ୍ରାମା ‘ଆଖୋଁ କୀ  ଗୁସ୍ତାଖିୟାଁ’ରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ବିପକ୍ଷରେ ବିକ୍ରାନ୍ତ  ମେସି ନଜର ଆସିବେ। ଫିଲ୍ମଟି ପ୍ରଖ୍ୟାତ ଲେଖକ ରସ୍କିନ୍‌ ବଣ୍ଡଙ୍କର ଏକ କ୍ଷୁଦ୍ର ଗଳ୍ପରୁ ପ୍ରେରିତ । 

ଜଣେ ପ୍ରତିଭାସଂପନ୍ନ ଥିଏଟର  ଅଭିନେତ୍ରୀ ଓ ଜଣେ ଦୃଷ୍ଟିହୀନ ସଙ୍ଗୀତଜ୍ଞଙ୍କ ପ୍ରେମ, ନିଜକୁ  ଖୋଜିବାର ଯାତ୍ରାକୁ ନେଇ କାହାଣୀଟି ଗତିଶୀଳ । ‘ବ୍ରୋକନ୍‌ ବଟ୍‌   ବିଉଟିଫୁଲ’, ‘ଅପହରଣ’ ଭଳି ୱେବ୍‌ ସିରିଜ୍‌ର ନିର୍ଦ୍ଦେଶନା ଦେଇଥିବା ସନ୍ତୋଷ ସିଂହ ଏହାର ନିର୍ଦ୍ଦେଶନାରେ ଅଛନ୍ତି ।  ମାନସୀ ବାଗ୍‌ଲା ଓ ବରୁଣ ବାଗ୍‌ଲା ଏହାର ପ୍ରଯୋଜନା  କରିବେ । ଫିଲ୍ମର ଶୀର୍ଷକ ମ୍ୟୁଜିକାଲ୍‌ ଡ୍ରାମା ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ର ଏକ ଗୀତରୁ ନିଆଯାଇଛି । ଚଳିତ  ମାସରେ ଏହାର ସୁଟିଂ ଆରମ୍ଭ ହେବ ।

 ଆସନ୍ତାବର୍ଷ  ମଧ୍ୟ ଭାଗରେ ‘ଆଖୋଁ କୀ ଗୁସ୍ତାଖିୟାଁ’  ରିଲିଜ୍‌ ହେବାର ଅଛି । ସେପଟେ  ଶନାୟାଙ୍କୁ ଆସନ୍ତାବର୍ଷ ତେଲଗୁ  ଓ ମାଲାୟଲମ୍‌ ଭାଷାରେ  ରିଲିଜ୍‌ ହେବାକୁ ଥିବା  ଆକ୍ସନ୍‌ ଫିଲ୍ମ ‘ବୃଷଭା’ରେ  ଦେଖିବାକୁ ମିଳିବ । ସେଥିରେ ଅଭିନେତା ମୋହନଲାଲ ଅଭିନୟ କରିବେ।