ଶନିବାର ଶେଷ ପର୍ଯ୍ୟାୟ ମତଦାନ, ୧୦.୦୬ କୋଟି ଭୋଟର ସ୍ଥିର କରିବେ ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ
ନୂଆଦିଲ୍ଲୀ: ସପ୍ତମ ତଥା ଶେଷ ପର୍ଯ୍ୟାୟରେ ଆଠ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ୫୭ ଆସନରେ ଶନିବାର ଭୋଟିଂ ହେବ । ଏଥିରେ ୮ ରାଜ୍ୟର ୧୦ କୋଟିରୁ ଅଧିକ ମତଦାତା ନିର୍ବାଚନ ମୈଦାନରେ ଥିବା ୯୦୪ ପ୍ରାର୍ଥୀଙ୍କ ଭାଗ୍ୟର ନିଷ୍ପତ୍ତି ନେବେ । ଏହାସହ ଗତ ଅଢେଇ ମାସ ଧରି ଚାଲିଥିବା ନିର୍ବାଚନୀ ପ୍ରକ୍ରିୟାରେ ନିଜର ଶେଷ ପର୍ଯ୍ୟାୟରେ ପହଞ୍ଚିବ । ଏହାପରେ ଜୁନ୍ ୪ରେ ପରିଣାମକୁ ସମସ୍ତଙ୍କ ଅପେକ୍ଷା ରହିବ ।ସାଧାରଣ ନିର୍ବାଚନ ୨୦୨୪ର ସପ୍ତମ ପର୍ଯ୍ୟାୟ ପାଇଁ ଜୁନ୍ ୧ରେ ମତଦାନ ହେବ । ମତଦାନ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ଭୋଟ ଦେଇପାରିବେ । ତେବେ ମତଦାନ ବନ୍ଦ ହେବାର ସମୟ ସଂସଦୀୟ କ୍ଷେତ୍ର ଅନୁସାରେ ଭିନ୍ନ ହୋଇପାରେ । ସପ୍ତମ ପର୍ଯ୍ୟାୟରେ ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ବନ୍ଦ ହେବ । ଏଥି ମଧ୍ୟରୁ ସର୍ବାଧିକ ୩୨୮ ଜଣ ପ୍ରାର୍ଥୀ ପଞ୍ଜାବରେ ଅଛନ୍ତି । ଯେଉଁଠି ସମସ୍ତ ୧୩ ଲୋକସଭା ଆସନ ପାଇଁ ମତଦାନ ହେବ । ସେହିପରି ଉତ୍ତର ପ୍ରଦେଶର ମୋଟ ୧୩ ଆସନ ପାଇଁ ୧୪୪ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ସେହିପରି ସବୁଠୁ କମ ଚଣ୍ଡିଗଡ଼ରେ ଗୋଟିଏ ଆସନ ପାଇଁ ୧୯ ପ୍ରାର୍ଥୀ ଅଛନ୍ତି ।ସେହିପରି ପଶ୍ଚିମବଙ୍ଗର ୯ ଆସନରେ ୧୨୪ ପ୍ରାର୍ଥୀ, ବିହାରର ୮ ଆସନ ପାଇଁ ୧୩୪ ପ୍ରାର୍ଥୀ, ଓଡ଼ିଶାର ୬ ଆସନ ପାଇଁ ୬୬ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି । ସେହିପରି ହିମାଚଳ ପ୍ରଦେଶର ୪ ଆସନ ପାଇଁ ୩୭ ଜଣ, ଝାଡ଼ଖଣ୍ଡର ୩ ଆସନରେ ୫୨ ଜଣେ ପ୍ରାର୍ଥୀ ମୈଦାନ
ନୂଆଦିଲ୍ଲୀ: ସପ୍ତମ ତଥା ଶେଷ ପର୍ଯ୍ୟାୟରେ ଆଠ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ୫୭ ଆସନରେ ଶନିବାର ଭୋଟିଂ ହେବ । ଏଥିରେ ୮ ରାଜ୍ୟର ୧୦ କୋଟିରୁ ଅଧିକ ମତଦାତା ନିର୍ବାଚନ ମୈଦାନରେ ଥିବା ୯୦୪ ପ୍ରାର୍ଥୀଙ୍କ ଭାଗ୍ୟର ନିଷ୍ପତ୍ତି ନେବେ । ଏହାସହ ଗତ ଅଢେଇ ମାସ ଧରି ଚାଲିଥିବା ନିର୍ବାଚନୀ ପ୍ରକ୍ରିୟାରେ ନିଜର ଶେଷ ପର୍ଯ୍ୟାୟରେ ପହଞ୍ଚିବ । ଏହାପରେ ଜୁନ୍ ୪ରେ ପରିଣାମକୁ ସମସ୍ତଙ୍କ ଅପେକ୍ଷା ରହିବ ।
ସାଧାରଣ ନିର୍ବାଚନ ୨୦୨୪ର ସପ୍ତମ ପର୍ଯ୍ୟାୟ ପାଇଁ ଜୁନ୍ ୧ରେ ମତଦାନ ହେବ । ମତଦାନ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ଭୋଟ ଦେଇପାରିବେ । ତେବେ ମତଦାନ ବନ୍ଦ ହେବାର ସମୟ ସଂସଦୀୟ କ୍ଷେତ୍ର ଅନୁସାରେ ଭିନ୍ନ ହୋଇପାରେ । ସପ୍ତମ ପର୍ଯ୍ୟାୟରେ ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ବନ୍ଦ ହେବ । ଏଥି ମଧ୍ୟରୁ ସର୍ବାଧିକ ୩୨୮ ଜଣ ପ୍ରାର୍ଥୀ ପଞ୍ଜାବରେ ଅଛନ୍ତି । ଯେଉଁଠି ସମସ୍ତ ୧୩ ଲୋକସଭା ଆସନ ପାଇଁ ମତଦାନ ହେବ । ସେହିପରି ଉତ୍ତର ପ୍ରଦେଶର ମୋଟ ୧୩ ଆସନ ପାଇଁ ୧୪୪ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ସେହିପରି ସବୁଠୁ କମ ଚଣ୍ଡିଗଡ଼ରେ ଗୋଟିଏ ଆସନ ପାଇଁ ୧୯ ପ୍ରାର୍ଥୀ ଅଛନ୍ତି ।
ସେହିପରି ପଶ୍ଚିମବଙ୍ଗର ୯ ଆସନରେ ୧୨୪ ପ୍ରାର୍ଥୀ, ବିହାରର ୮ ଆସନ ପାଇଁ ୧୩୪ ପ୍ରାର୍ଥୀ, ଓଡ଼ିଶାର ୬ ଆସନ ପାଇଁ ୬୬ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି । ସେହିପରି ହିମାଚଳ ପ୍ରଦେଶର ୪ ଆସନ ପାଇଁ ୩୭ ଜଣ, ଝାଡ଼ଖଣ୍ଡର ୩ ଆସନରେ ୫୨ ଜଣେ ପ୍ରାର୍ଥୀ ମୈଦାନରେ ଅଛନ୍ତି । ଏଡିଆର ରିପୋର୍ଟ ଅନୁସାରେ ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ମୋଟ ୯୫ ଅର୍ଥାତ୍ ୧୧ ପ୍ରତିଶତ ମହିଳା ପ୍ରାର୍ଥୀ ଅଛନ୍ତି ।