ଶପଥ ନେବେ ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି, ରାଜଭବନ ଅଭିଷେକ ହଲରେ କାର୍ଯ୍ୟକ୍ରମ

ଭୁବନେଶ୍ୱର୦୩/୦୧: ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶୁକ୍ରବାର ଶପଥ ନେବେ ଡ. ହରିବାବୁ କମ୍ଭମପତି । ସେଥିପାଇଁ ଡ. କମ୍ଭମପତି ସପରିବାର ଗୁରୁବାର ଅପରାହ୍ଣରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ଏହାପରେ ପୁଲିସ୍‌ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା । ପରେ ସେ ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ । ବଡ଼ଦାଣ୍ଡରେ ଚାଲି ଚାଲି ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ପୁରୀସ୍ଥିତ ରାଜଭବନରେ ରାତ୍ରୀଯାପନ କରିବେ । ଶୁକ୍ରବାର ଡ. କମ୍ଭମପତି ଭୁବନେଶ୍ୱର ଆସି ରାଜ୍ୟପାଳ ଭାବେ ଶପଥ ନେଇ ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ତାଙ୍କର ଶପଥ ଉତ୍ସବ ସମାରୋହ ପାଇଁ ଭୁବନେଶ୍ୱରରେ ଥିବା ରାଜଭବନର ଅଭିଷେକ ହଲ୍‌କୁ ପ୍ରସ୍ତୁତ କରାଯାଇଛି । ଶୁକ୍ରବାର ୧୦ଟା ୧୫ ମିନିଟ୍‌ରେ ଡ. କମ୍ଭମପତି ନୂଆ ରାଜ୍ୟପାଳ ଭାବେ ଶପଥ ନେବେ । ତାଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଶପଥ କରାଇବେ । ଓଡ଼ିଶାର ରାଜ୍ୟପାଳ ପଦରୁ ରଘୁବର ଦାସ ଇସ୍ତଫା ଦେବା ପରେ କେନ୍ଦ୍ର ସରକାର ଡ. କମ୍ଭମପତିଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲେ । ୭୧ ବର୍ଷିୟ ଡ. କମ୍ଭମପତି ପୂର୍ବରୁ ମିଜୋରାମ୍‌ ରାଜ୍ୟପାଳ ଥିଲେ । ଜଣେ ଇଞ୍ଜିନିୟର

ଶପଥ ନେବେ ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି, ରାଜଭବନ ଅଭିଷେକ ହଲରେ କାର୍ଯ୍ୟକ୍ରମ

ଭୁବନେଶ୍ୱର୦୩/୦୧: ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶୁକ୍ରବାର ଶପଥ ନେବେ ଡ. ହରିବାବୁ କମ୍ଭମପତି । ସେଥିପାଇଁ ଡ. କମ୍ଭମପତି ସପରିବାର ଗୁରୁବାର ଅପରାହ୍ଣରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । 

ଏହାପରେ ପୁଲିସ୍‌ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା । ପରେ ସେ ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ । ବଡ଼ଦାଣ୍ଡରେ ଚାଲି ଚାଲି ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ପୁରୀସ୍ଥିତ ରାଜଭବନରେ ରାତ୍ରୀଯାପନ କରିବେ । ଶୁକ୍ରବାର ଡ. କମ୍ଭମପତି ଭୁବନେଶ୍ୱର ଆସି ରାଜ୍ୟପାଳ ଭାବେ ଶପଥ ନେଇ ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ତାଙ୍କର ଶପଥ ଉତ୍ସବ ସମାରୋହ ପାଇଁ ଭୁବନେଶ୍ୱରରେ ଥିବା ରାଜଭବନର ଅଭିଷେକ ହଲ୍‌କୁ ପ୍ରସ୍ତୁତ କରାଯାଇଛି । 

ଶୁକ୍ରବାର ୧୦ଟା ୧୫ ମିନିଟ୍‌ରେ ଡ. କମ୍ଭମପତି ନୂଆ ରାଜ୍ୟପାଳ ଭାବେ ଶପଥ ନେବେ । ତାଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଶପଥ କରାଇବେ । ଓଡ଼ିଶାର ରାଜ୍ୟପାଳ ପଦରୁ ରଘୁବର ଦାସ ଇସ୍ତଫା ଦେବା ପରେ କେନ୍ଦ୍ର ସରକାର ଡ. କମ୍ଭମପତିଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲେ । ୭୧ ବର୍ଷିୟ ଡ. କମ୍ଭମପତି ପୂର୍ବରୁ ମିଜୋରାମ୍‌ ରାଜ୍ୟପାଳ ଥିଲେ । ଜଣେ ଇଞ୍ଜିନିୟର ଓ ଶିକ୍ଷକ ଭାବେ ସେ ବେଶ୍‌ ପରିଚିତ । 

ଆନ୍ଧ୍ର ବିଶ୍ୱବିଦ୍ୟାଳୟର ଆସୋସିଏଟ୍‌ ପ୍ରଫେସର ଭାବେ ଦୀର୍ଘ ୨୪ ବର୍ଷର ଅନୁଭୂତି ତାଙ୍କ ପାଖରେ ରହିଛି । ଏହାଛଡ଼ା ଆନ୍ଧ୍ରରେ ୧୯୯୯ରେ ବିଧାୟକ, ୨୦୧୪ରେ ରାଜ୍ୟ ବିଜେପି ସଭାପତି ଦାୟିତ୍ୱ ସହ ସାଂସଦ ଭାବେ ନିର୍ବାଚିତ ହୋଇ କାମ କରିଛନ୍ତି । ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ଦଳର ଜାତୀୟ କାର୍ଯ୍ୟକାରିଣୀରେ କାମ କରିଛନ୍ତି ।