ଶପଥ ନେଲେ ହେମନ୍ତ ସୋରେନ, ତୃତୀୟ ଥର ପାଇଁ ହେଲେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ହେମନ୍ତ ସୋରେନ। ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ସେ ୩୧ ଜାନୁଆରୀରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଜେଲରୁ ମୁକୁଳିବା ପରେ ସେ ପୁଣିଥରେ ସିଏମ୍ ଚେୟାର ଦଖଲ କରିଥିଲେ। ସେ ତୃତୀୟ ଥର ପାଇଁ ଝାଡଖଣ୍ଡର ସିଏମ୍ ହୋଇଛନ୍ତି।ଝାଡ଼ଖଣ୍ଡ ରାଜଭବନରେ ଆୟୋଜିତ ହେମନ୍ତ ସୋରେନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଚମ୍ପାଇ ସୋରେନ ମଧ୍ୟ ରାଜଭବନରେ ପହଞ୍ଚିଥିଲେ। ହେମନ୍ତ ସୋରେନଙ୍କ ସହ ତାଙ୍କ ପରିବାର ମଧ୍ୟ ରାଜ ଭବନରେ ପହଞ୍ଚିଛନ୍ତି। କଳ୍ପନା ସୋରେନ୍ ଚମ୍ପାଇ ସୋରେନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ।

ଶପଥ ନେଲେ ହେମନ୍ତ ସୋରେନ, ତୃତୀୟ ଥର ପାଇଁ ହେଲେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ହେମନ୍ତ ସୋରେନ। ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ସେ ୩୧ ଜାନୁଆରୀରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଜେଲରୁ ମୁକୁଳିବା ପରେ ସେ ପୁଣିଥରେ ସିଏମ୍ ଚେୟାର ଦଖଲ କରିଥିଲେ। ସେ ତୃତୀୟ ଥର ପାଇଁ ଝାଡଖଣ୍ଡର ସିଏମ୍ ହୋଇଛନ୍ତି।

ଝାଡ଼ଖଣ୍ଡ ରାଜଭବନରେ ଆୟୋଜିତ ହେମନ୍ତ ସୋରେନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଚମ୍ପାଇ ସୋରେନ ମଧ୍ୟ ରାଜଭବନରେ ପହଞ୍ଚିଥିଲେ। ହେମନ୍ତ ସୋରେନଙ୍କ ସହ ତାଙ୍କ ପରିବାର ମଧ୍ୟ ରାଜ ଭବନରେ ପହଞ୍ଚିଛନ୍ତି। କଳ୍ପନା ସୋରେନ୍ ଚମ୍ପାଇ ସୋରେନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ।