ସ୍ଥିରତା ପ୍ରତି ବେଦାନ୍ତର ପ୍ରତିବଦ୍ଧତା

ଭୁବନେଶ୍ୱର, ୩୦।୧ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ବେଦାନ୍ତ ଗ୍ରୁପର ଅଗ୍ରଣୀ ସଂସ୍ଥା ବେଦାନ୍ତ ଆଲୁମିନିୟମକୁ ନିକଟରେ ଆଉ ଏକ ଉଲ୍ଲେଖନୀୟ ସଫଳତା ମିଳିଛି। ଉଲ୍ଲେଖଯୋଗ୍ୟ, ଏସ୍‌ ଆଣ୍ଡ ପି କର୍ପୋରେଟ ସଷ୍ଟେନେବିଲିଟି ଆସେସମେଣ୍ଟ ବା ସିଏସଏ-୨୦୨୩ରେ ବେଦାନ୍ତ ଆଲୁମିନିୟମ ୧ନଂ ର଼୍ୟାଙ୍କ ହାସଲ କରିଛି। ଏପରିକି କମ୍ପାନୀ ଏକ ସ୍ଥାୟୀ ଆଲୁମିନିୟମ ଉପତ୍ାଦକ, ସାମାଜିକ ଓ ଶାସନ ଅଭ୍ୟାସ ଉପରେ ବିଶ୍ୱସ୍ତରୀୟ ମାନ୍ୟତା ଲାଭ କରିଛି। ଅପରପକ୍ଷରେ ଏସ ଆଣ୍ଡ ପି ଗ୍ଲୋବାଲ […] The post ସ୍ଥିରତା ପ୍ରତି ବେଦାନ୍ତର ପ୍ରତିବଦ୍ଧତା appeared first on Dharitri Odia News.

ସ୍ଥିରତା ପ୍ରତି ବେଦାନ୍ତର ପ୍ରତିବଦ୍ଧତା

ଭୁବନେଶ୍ୱର, ୩୦।୧ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ବେଦାନ୍ତ ଗ୍ରୁପର ଅଗ୍ରଣୀ ସଂସ୍ଥା ବେଦାନ୍ତ ଆଲୁମିନିୟମକୁ ନିକଟରେ ଆଉ ଏକ ଉଲ୍ଲେଖନୀୟ ସଫଳତା ମିଳିଛି। ଉଲ୍ଲେଖଯୋଗ୍ୟ, ଏସ୍‌ ଆଣ୍ଡ ପି କର୍ପୋରେଟ ସଷ୍ଟେନେବିଲିଟି ଆସେସମେଣ୍ଟ ବା ସିଏସଏ-୨୦୨୩ରେ ବେଦାନ୍ତ ଆଲୁମିନିୟମ ୧ନଂ ର଼୍ୟାଙ୍କ ହାସଲ କରିଛି। ଏପରିକି କମ୍ପାନୀ ଏକ ସ୍ଥାୟୀ ଆଲୁମିନିୟମ ଉପତ୍ାଦକ, ସାମାଜିକ ଓ ଶାସନ ଅଭ୍ୟାସ ଉପରେ ବିଶ୍ୱସ୍ତରୀୟ ମାନ୍ୟତା ଲାଭ କରିଛି। ଅପରପକ୍ଷରେ ଏସ ଆଣ୍ଡ ପି ଗ୍ଲୋବାଲ କର୍ପୋରେଟ ସଷ୍ଟେନେବିଲିଟି ଆସେସମେଣ୍ଟ ହେଉଛି, ସ୍ଥିରତା ଅଭ୍ୟାସଗୁଡ଼ିକର ଏକ ବାର୍ଷିକ ମୂଲ୍ୟାୟନ। ବିଶ୍ୱର ୧୦,୦୦୦ରୁ ଅଧିକ କମ୍ପାନୀ ଏଥିରେ ସାମିଲ ଅଛନ୍ତି। ଏହା ପୂର୍ବରୁ ବେଦାନ୍ତ ଆଲୁମିନିୟମ ୨୦୨୨- ମୂଲ୍ୟାଙ୍କନ ଅନୁଯାୟୀ ସର୍ବଭାରତୀୟସ୍ତରରେ ୨ୟ ସ୍ଥାନ ଆଲୁମିନିୟମ ଶିଳ୍ପ ମଧ୍ୟରେ ଅଧିକାର କରିଥିଲା। ବର୍ତ୍ତମାନ କମ୍ପାନୀ ୨୦୨୩ରେ ଶୀର୍ଷ ମାନ୍ୟତା ପାଇବାକୁ ସକ୍ଷମ ହୋଇଛି। ସେହିଭଳି ବିଭିନ୍ନ ଶିଳ୍ପର ଅଗ୍ରଣୀ କମ୍ପାନୀଗୁଡ଼ିକ ସେମାନଙ୍କ ଅଭ୍ୟାସ ଉପରେ ବାର୍ଷିକ ମୂଲ୍ୟାଙ୍କନ କରିଥାନ୍ତି। ଏପରିକି ବେଦାନ୍ତ ଆଲୁମିନିୟମ ତା’ର ଜୈବବିବିଧତା, ବୃତ୍ତିଗତ ସ୍ବାସ୍ଥ୍ୟ ଓ ନିରାପତ୍ତା, ସାମାଜିକ ପ୍ରଭାବ, ମାନବ ଅଧିକାର, ପ୍ରତିଭା ଯୋଜନା ଓ ଜଳ ପରିଚାଳନା ଅଭ୍ୟାସ ଆଦି ଉପରେ ଶୀର୍ଷ ସ୍ଥାନରେ ରହିଥିଲା। ସେହିପରି ସ୍ଥାୟୀ ପ୍ରୟୋଗକୁ ସକ୍ଷମ କରିବାରେ ଓ ସମଗ୍ର ଅର୍ଥନୀତିକୁ ସେମାନଙ୍କ ମୂଲ୍ୟ ଶୃଙ୍ଖଳର ଡିକାର୍ବୋନାଇଜ କରିବାରେ ଆଲୁମିନିୟମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। କମ୍ପାନୀ ୨୦୫୦ସୁଦ୍ଧା ନେଟ ଜିରୋ ହାସଲ କରିବା ପ୍ରତିଶ୍ରୁତି ଦେଇଛି,ଯେଉଁଥିରେ କାର୍ବନ ଫୁଟପ୍ରିଣ୍ଟ ହ୍ରାସ କରିବା ଉପରେ ଧ୍ୟାନ ଦେଉଛି, ଅଙ୍ଗାରକାମ୍ଳ କମ କରିବା ଲାଗି କମ୍ପାନୀ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି,ଏଥିପାଇଁ ବୃକ୍ଷରୋପଣ ମାଧ୍ୟମରେ ବ୍ୟାପକ ସିଙ୍କ ସୃଷ୍ଟି କରିଛି, ଉଚ୍ଚ ଗୁଣାତ୍ମକ ଆଲୁମିନିୟମକୁ ବିଶ୍ୱରେ ବ୍ୟାପକ କରିବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମ ଲିମିଟେଡର ସିଇଓ ଜନ ସ୍ଲଭେନ କହିଛନ୍ତି, କମ୍ପାନୀ ଏକ ପରିବର୍ତ୍ତନଶୀଳ ଯାତ୍ରା ଆରମ୍ଭ କରିଛି। ଯେଉଁଠାରେ ସ୍ଥିରତା ପ୍ରତି କମ୍ପାନୀର ପ୍ରତିବଦ୍ଧତା ରହିଛି। ଏପରିକି ଆମେ କିପରି ପରିବେଶ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇପାରିବୁ, ତାହା ଉପରେ ବିଶେଷ ଗୁରୁତ୍ୱ ଦେଉଛୁ। ବିଶେଷ କରି ଏସ୍‌ ଆଣ୍ଡ ପି ଗ୍ଲୋବାଲ ସିଏସଏ ଆମର ମୂଲ୍ୟ ଶୃଙ୍ଖଳାର ପ୍ରତ୍ୟେକ ଦିଗ ଉପରେ ବିଚାର କରିବା ସହିତ ଆମର ପ୍ରତିବଦ୍ଧତାକୁ ସ୍ବୀକୃତି ଦେଇଛି।

The post ସ୍ଥିରତା ପ୍ରତି ବେଦାନ୍ତର ପ୍ରତିବଦ୍ଧତା appeared first on Dharitri Odia News.