ଶପଥ ସମାରୋହରେ ଯୋଗଦେବାକୁ ଭାଜପା କର୍ମୀ ଦିଲୀପଙ୍କ ପରିବାରକୁ ନିମନ୍ତ୍ରଣ
ଖଲ୍ଲିକୋଟ,୧୧।୬(ପ୍ରଶାନ୍ତ କୁମାର ମିଶ୍ର): ବୁଧବାର ମୋହନ ଚରଣ ମାଝୀ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ମୃତ ଭାଜପା କର୍ମୀ ଦିଲୀପଙ୍କ ପରିବାରକୁ ନିମନ୍ତ୍ରଣ କରାଯାଇଛି। ୨୦୨୪ ନିର୍ବାଚନରେ ରାଜନୈତିକ ହିଂସାରେ ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ଶ୍ରୀକୃଷ୍ଣ ଶରଣପୁର ଗ୍ରାମର ଭାଜପା କର୍ମୀ ଦିଲୀପ ପାହନଙ୍କୁ ହତ୍ୟା କରାଯାଇଥିଲା । ମୃତ ଦିଲୀପଙ୍କ ପରବାରକୁ ଭାଜପା ପକ୍ଷରୁ ଶପଥ ସମାରୋହରେ ଯୋଗ ଦେବା ପାଇଁ ସ୍ବତନ୍ତ୍ର ନିମନ୍ତ୍ରଣ ହୋଇଛି । […] The post ଶପଥ ସମାରୋହରେ ଯୋଗଦେବାକୁ ଭାଜପା କର୍ମୀ ଦିଲୀପଙ୍କ ପରିବାରକୁ ନିମନ୍ତ୍ରଣ appeared first on Dharitri Odia News.
ଖଲ୍ଲିକୋଟ,୧୧।୬(ପ୍ରଶାନ୍ତ କୁମାର ମିଶ୍ର): ବୁଧବାର ମୋହନ ଚରଣ ମାଝୀ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ମୃତ ଭାଜପା କର୍ମୀ ଦିଲୀପଙ୍କ ପରିବାରକୁ ନିମନ୍ତ୍ରଣ କରାଯାଇଛି।
୨୦୨୪ ନିର୍ବାଚନରେ ରାଜନୈତିକ ହିଂସାରେ ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ଶ୍ରୀକୃଷ୍ଣ ଶରଣପୁର ଗ୍ରାମର ଭାଜପା କର୍ମୀ ଦିଲୀପ ପାହନଙ୍କୁ ହତ୍ୟା କରାଯାଇଥିଲା । ମୃତ ଦିଲୀପଙ୍କ ପରବାରକୁ ଭାଜପା ପକ୍ଷରୁ ଶପଥ ସମାରୋହରେ ଯୋଗ ଦେବା ପାଇଁ ସ୍ବତନ୍ତ୍ର ନିମନ୍ତ୍ରଣ ହୋଇଛି । ଦିଲୀପଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ କିପରି କଠୋର ଦଣ୍ଡ ମିଳିବ ସେନେଇ ସରକାରଙ୍କୁ ଦାବି ଜଣାଇବେ ବୋଲି ଦିଲୀପଙ୍କ ବାପା ରାମ ଚନ୍ଦ୍ର ପାହାନ ପ୍ରକାଶ କରିଥିଲେ। ଗତ ମାସ ୧୫ ତାରିଖରେ ପୋଷ୍ଟର ମାରିବାକୁ କେନ୍ଦ୍ର କରି ଏହି ହତ୍ୟା କାଣ୍ଡ ଘଟିଥିଲା। ଉକ୍ତ ଘଟଣାରେ ବର୍ତ୍ତମାନ ସୁଦ୍ଧା ପୋଲିସ ୨୦ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
The post ଶପଥ ସମାରୋହରେ ଯୋଗଦେବାକୁ ଭାଜପା କର୍ମୀ ଦିଲୀପଙ୍କ ପରିବାରକୁ ନିମନ୍ତ୍ରଣ appeared first on Dharitri Odia News.