ଶରଧାବାଲିର ପବିତ୍ରତା ବଜାୟ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନର ଚିଠି

ପୁରୀ,୨୩ା୬: ଶରଧାବାଲିର ପବିତ୍ରତା ବଜାୟ ରଖିବାକୁ ପୁରୀ ପୌରସଂସ୍ଥାକୁ ଚିଠି କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ପ୍ରଶାସନ ପରାମର୍ଶ ଦେଇଛନ୍ତି। ରଥଯାତ୍ରା ସହ ପବିତ୍ର ଶରଧାବାଲିର ଅନେକ ଗୁରୁତ୍ୱ ରହିଛି। ଶରଧାବାଲିକୁ ଅନ୍ୟ କାର୍ଯ୍ୟ ପାଇଁ ବ୍ୟବହାର କରା ନ ଯିବା ପାଇଁ ପରାମର୍ଶ ଦେଇଛନ୍ତି ପ୍ରଶାସନ। ସୁରକ୍ଷା ତଥା ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଯିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ସୂଚନାଯୋଗ୍ୟ, ରଥଯାତ୍ରା ପ୍ରସ୍ତୁତିକୁ ନେଇ ରବିବାର […] The post ଶରଧାବାଲିର ପବିତ୍ରତା ବଜାୟ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନର ଚିଠି appeared first on Dharitri Odia News.

ଶରଧାବାଲିର ପବିତ୍ରତା ବଜାୟ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନର ଚିଠି

ପୁରୀ,୨୩ା୬: ଶରଧାବାଲିର ପବିତ୍ରତା ବଜାୟ ରଖିବାକୁ ପୁରୀ ପୌରସଂସ୍ଥାକୁ ଚିଠି କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ପ୍ରଶାସନ ପରାମର୍ଶ ଦେଇଛନ୍ତି। ରଥଯାତ୍ରା ସହ ପବିତ୍ର ଶରଧାବାଲିର ଅନେକ ଗୁରୁତ୍ୱ ରହିଛି। ଶରଧାବାଲିକୁ ଅନ୍ୟ କାର୍ଯ୍ୟ ପାଇଁ ବ୍ୟବହାର କରା ନ ଯିବା ପାଇଁ ପରାମର୍ଶ ଦେଇଛନ୍ତି ପ୍ରଶାସନ। ସୁରକ୍ଷା ତଥା ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଯିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ସୂଚନାଯୋଗ୍ୟ, ରଥଯାତ୍ରା ପ୍ରସ୍ତୁତିକୁ ନେଇ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ପୌର ସଦନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ୨ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ମଧ୍ୟ ଉପସ୍ଥିତ ଥିଲେ। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସମେତ ବହୁ ମନ୍ତ୍ରୀ ଉପସ୍ଥିତ ଥିବାବେଳେ ମୁଖ୍ୟ ଶାସନ ସଚିବ, ଡିଜିପି ଓ ଅଗ୍ନିଶମ ଡିଜି, ପୁରୀ ଜିଲାର ସମସ୍ତ ବିଧାୟକ ଓ ଦୁଇ ଏମ୍‌ପି ଉପସ୍ଥିତ ଥିଲେ। ପରିମଳ, ସ୍ବାସ୍ଥ୍ୟ, ସୁରକ୍ଷା ଓ ଗମନାଗମନ, ଶୃଙ୍ଖଳିତ ନୀତିକାନ୍ତି ଓ ସୁବ୍ୟବସ୍ଥିତ ଦର୍ଶନ ନେଇ ଆଲୋଚନା ହୋଇଥିଲା।

The post ଶରଧାବାଲିର ପବିତ୍ରତା ବଜାୟ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନର ଚିଠି appeared first on Dharitri Odia News.