ଶରଧାବାଲିରେ ଅଘଟଣ ପରେ... ରଥଯାତ୍ରାରେ ପୋଲିସ ବ୍ୟବସ୍ଥାର ପରିଚାଳନା କରିବେ ସୌମେନ୍ଦ୍ର ପ୍ରିୟଦର୍ଶୀ

ଭୁବନେଶ୍ବର: ଶନିବାର ବିଳମ୍ବିତ ରାତିରେ ପୁରୀ ଶରଧାବାଲିରେ ଘଟିଥିବା ଅଘଟଣରେ ତିନି ଭକ୍ତଙ୍କ ମୃତ୍ୟୁରେ ସାରା ରାଜ୍ୟରେ ଆଲୋଡ଼ନ । ରଥ ଉପରେ ଦାରୁଦିଅଁଙ୍କୁ ଦେଖିବାକୁ ଆସିଥିବା ଭକ୍ତ କିପରି ମୃତ୍ୟୁ ମୁଖରେ ପଡ଼ିଲେ ତାହାକୁ ନେଇ ସବୁଠି ଚର୍ଚ୍ଚା। ଅବଶ୍ୟ ଘଟଣାରେ ସରକାର ତ୍ବରିତ ଆକ୍ସନ ନେଇଛନ୍ତି। ହେଲେବି ରାଜନୈତିକ ଛକାପଞ୍ଝା ଥମିନାହିଁ।ଏହାରି ମଧ୍ୟରେ ସରକାର ପୁଣି ଆଉ ଏକ ବଡ଼ ପଦକ୍ଷେପ ନେଇ ADG ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ବ ଦେଇଛନ୍ତି । ସେ ପୂରା ରଥଯାତ୍ରାରେ ପୋଲିସ ବ୍ୟବସ୍ଥାର ପରିଚାଳନା କରିବେ। ଏନେଇ ରବିବାର ଡିଜିପି ଅଫିସ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ସୂଚନାଥାଉକି, ଘଟଣା ପରେ ରାଜ୍ୟ ସରକାର ତୁରନ୍ତ ଆକ୍ସନ ନେଇ ଜିଲ୍ଲାପାଳ ସିଦ୍ଧାର୍ଥ ଶେଖର ସ୍ୱାଇଁକୁ ବଦଳି କରିବା ସହ ତାଙ୍କ ସ୍ଥାନରେ ଚଞ୍ଚଳ ରଣାକୁ ନୂଆ ଦାୟିତ୍ୱ ଦେଇଛନ୍ତି। ସେହିଭଳି ପୁରୀ ଏସ୍‌ପି ବିନିତ ଅଗ୍ରଓ୍ୱାଲ୍‌ଙ୍କ ମଧ୍ୟ ବଦଳି କରାଯାଇ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି।ଏହାସହିତ DCP ବିଷ୍ଣୁ ପତି ଓ କମାଣ୍ଡାଣ୍ଟ ଅଜୟ ପାଢୀଙ୍କୁ ଦାୟିତ୍ବରେ ଅବହେଳା ଅଭିଯୋଗ ଯୋଗୁ ନିଲମ୍ବିତ କରାଯାଇଛି।

ଶରଧାବାଲିରେ ଅଘଟଣ ପରେ... ରଥଯାତ୍ରାରେ ପୋଲିସ ବ୍ୟବସ୍ଥାର ପରିଚାଳନା କରିବେ ସୌମେନ୍ଦ୍ର ପ୍ରିୟଦର୍ଶୀ

ଭୁବନେଶ୍ବର: ଶନିବାର ବିଳମ୍ବିତ ରାତିରେ ପୁରୀ ଶରଧାବାଲିରେ ଘଟିଥିବା ଅଘଟଣରେ ତିନି ଭକ୍ତଙ୍କ ମୃତ୍ୟୁରେ ସାରା ରାଜ୍ୟରେ ଆଲୋଡ଼ନ । ରଥ ଉପରେ ଦାରୁଦିଅଁଙ୍କୁ ଦେଖିବାକୁ ଆସିଥିବା ଭକ୍ତ କିପରି ମୃତ୍ୟୁ ମୁଖରେ ପଡ଼ିଲେ ତାହାକୁ ନେଇ ସବୁଠି ଚର୍ଚ୍ଚା। ଅବଶ୍ୟ ଘଟଣାରେ ସରକାର ତ୍ବରିତ ଆକ୍ସନ ନେଇଛନ୍ତି। ହେଲେବି ରାଜନୈତିକ ଛକାପଞ୍ଝା ଥମିନାହିଁ।

ଏହାରି ମଧ୍ୟରେ ସରକାର ପୁଣି ଆଉ ଏକ ବଡ଼ ପଦକ୍ଷେପ ନେଇ ADG ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ବ ଦେଇଛନ୍ତି । ସେ ପୂରା ରଥଯାତ୍ରାରେ ପୋଲିସ ବ୍ୟବସ୍ଥାର ପରିଚାଳନା କରିବେ। ଏନେଇ ରବିବାର ଡିଜିପି ଅଫିସ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। 

ସୂଚନାଥାଉକି, ଘଟଣା ପରେ ରାଜ୍ୟ ସରକାର ତୁରନ୍ତ ଆକ୍ସନ ନେଇ ଜିଲ୍ଲାପାଳ ସିଦ୍ଧାର୍ଥ ଶେଖର ସ୍ୱାଇଁକୁ ବଦଳି କରିବା ସହ ତାଙ୍କ ସ୍ଥାନରେ ଚଞ୍ଚଳ ରଣାକୁ ନୂଆ ଦାୟିତ୍ୱ ଦେଇଛନ୍ତି। ସେହିଭଳି ପୁରୀ ଏସ୍‌ପି ବିନିତ ଅଗ୍ରଓ୍ୱାଲ୍‌ଙ୍କ ମଧ୍ୟ ବଦଳି କରାଯାଇ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି।ଏହାସହିତ DCP ବିଷ୍ଣୁ ପତି ଓ କମାଣ୍ଡାଣ୍ଟ ଅଜୟ ପାଢୀଙ୍କୁ ଦାୟିତ୍ବରେ ଅବହେଳା ଅଭିଯୋଗ ଯୋଗୁ ନିଲମ୍ବିତ କରାଯାଇଛି।