ଶରୀର ପାଇଁ ହିତକାରୀ କରମଙ୍ଗା, ଜାଣନ୍ତୁ ଏହାର ଫାଇଦା...

ବଜାରରେ ହେଉ କିମ୍ବା ଘର ନିକଟରେ ନିଶ୍ଚୟ ଦେଖିଥିବେ କରମଙ୍ଗା । ଏହାକୁ ଲୋକେ ଆଚର କିମ୍ବା ଚଟଣି କରି ଖାଇଥାନ୍ତି । ଏହାବ୍ୟତୀତ ଲୋକମାନେ କଞ୍ଚାରେ ଲୁଣ ଲଗାଇ କରମଙ୍ଗାକୁ ଖାଇପାରିବେ । କିନ୍ତୁ ଜାଣନ୍ତି କି ଖଟା ସ୍ବାଦ ବିଶିଷ୍ଠ ଏହି କରମଙ୍ଗା ଶରୀର ପାଇଁ ବେଶ୍ ଲାଭକାରୀ । ଏହା ମଣିଷଙ୍କୁ ଅନେକ ରୋଗରୁ ମୁକ୍ତି ଦେଇପାରେ । କରମଙ୍ଗାରେ ଭିଟାମିନ୍ B1, B2, C, ଏବଂ ପ୍ରୋକ୍ଟିନ୍ ସମେତ ଅନେକ ପୋଷକ ତତ୍ତ୍ୱ ରହିଥାଏ । କରମଙ୍ଗା ଏକ ଖଟା ଫଳ । ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ୍ ସି ରହିଥାଏ । ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ହୋଇଥାଏ ସହାୟକ । ଏଥିରେ ଥିବା ଭିଟାମିନ୍ ସି, ଏ ଏବଂ ଅନ୍ୟାନ୍ୟ ଆଣ୍ଟିଅକ୍ସିଡାଣ୍ଟ ସ୍କିନ୍କୁ ୟଙ୍ଗ୍ ଏବଂ ଗ୍ଲୋଇଙ୍ଗ୍ ରଖିବାରେ ସହାୟକ ହୋଇଥାଏ । ଏଥିରେ ଭିଟାମିନ୍ ଏ ଥିବାରୁ ଏହା ଆଖିକୁ ସୁସ୍ଥ ରଖିବାରେ ସାହଯ୍ୟ କରିଥାଏ ।  ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ମଧ୍ୟ କରମଙ୍ଗା ପ୍ରଭାବଶାଳୀ ବିବେଚନା କରାଯାଏ । ଏହା ହୃଦୟ ପାଇଁ ମଧ୍ୟ ଲାଭଦାୟକ ଅଟେ । କରମଙ୍ଗା ଖାଇବା ଦ୍ୱାରା ଗ୍ୟାସ୍, ବାନ୍ତି, କୋଷ୍ଠକାଠିନ୍ୟ ଭଳି ସମସ୍ୟାକୁ ରୋକାଯାଇ ପାରିବ ।

ଶରୀର ପାଇଁ ହିତକାରୀ କରମଙ୍ଗା, ଜାଣନ୍ତୁ ଏହାର ଫାଇଦା...

ବଜାରରେ ହେଉ କିମ୍ବା ଘର ନିକଟରେ ନିଶ୍ଚୟ ଦେଖିଥିବେ କରମଙ୍ଗା । ଏହାକୁ ଲୋକେ ଆଚର କିମ୍ବା ଚଟଣି କରି ଖାଇଥାନ୍ତି । ଏହାବ୍ୟତୀତ ଲୋକମାନେ କଞ୍ଚାରେ ଲୁଣ ଲଗାଇ କରମଙ୍ଗାକୁ ଖାଇପାରିବେ । କିନ୍ତୁ ଜାଣନ୍ତି କି ଖଟା ସ୍ବାଦ ବିଶିଷ୍ଠ ଏହି କରମଙ୍ଗା ଶରୀର ପାଇଁ ବେଶ୍ ଲାଭକାରୀ । ଏହା ମଣିଷଙ୍କୁ ଅନେକ ରୋଗରୁ ମୁକ୍ତି ଦେଇପାରେ । 

କରମଙ୍ଗାରେ ଭିଟାମିନ୍ B1, B2, C, ଏବଂ ପ୍ରୋକ୍ଟିନ୍ ସମେତ ଅନେକ ପୋଷକ ତତ୍ତ୍ୱ ରହିଥାଏ । କରମଙ୍ଗା ଏକ ଖଟା ଫଳ । ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ୍ ସି ରହିଥାଏ । ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ହୋଇଥାଏ ସହାୟକ । ଏଥିରେ ଥିବା ଭିଟାମିନ୍ ସି, ଏ ଏବଂ ଅନ୍ୟାନ୍ୟ ଆଣ୍ଟିଅକ୍ସିଡାଣ୍ଟ ସ୍କିନ୍କୁ ୟଙ୍ଗ୍ ଏବଂ ଗ୍ଲୋଇଙ୍ଗ୍ ରଖିବାରେ ସହାୟକ ହୋଇଥାଏ ।

 ଏଥିରେ ଭିଟାମିନ୍ ଏ ଥିବାରୁ ଏହା ଆଖିକୁ ସୁସ୍ଥ ରଖିବାରେ ସାହଯ୍ୟ କରିଥାଏ ।  ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ମଧ୍ୟ କରମଙ୍ଗା ପ୍ରଭାବଶାଳୀ ବିବେଚନା କରାଯାଏ । ଏହା ହୃଦୟ ପାଇଁ ମଧ୍ୟ ଲାଭଦାୟକ ଅଟେ । କରମଙ୍ଗା ଖାଇବା ଦ୍ୱାରା ଗ୍ୟାସ୍, ବାନ୍ତି, କୋଷ୍ଠକାଠିନ୍ୟ ଭଳି ସମସ୍ୟାକୁ ରୋକାଯାଇ ପାରିବ ।