ଶରୀରରେ ଭିଟାମିନ୍ ଡି’ର ଅଭାବ ହେଲେ, ଦେଖାଯାଏ ଏହି ରୋଗ: ତୁରନ୍ତ ଆପଣାନ୍ତୁ ଏସବୁ ଖାଦ୍ୟ
ଭିଟାମିନ୍ ‘ଡି’ ଶରୀରରେ ହାଡ଼ ଓ ମାଂସପେଶୀକୁ ମଜଭୁତ୍ ରଖିବାରେ ସାହାଯ୍ୟ କରେ। ହେଲେ ଶରୀରରେ ଯେତେବେଳେ ଏହି ଭିଟାମିନ୍ର ଅଭାବ ଘଟେ ସେତେବେଳେ ଏହା ଆଣ୍ଠୁଗଣ୍ଠିକୁ ଦୁର୍ବଳ କରିବା ସହ ଗଭୀର କ୍ଷତି ପହଞ୍ଚାଏ ବୋଲି ୟୁନିଭର୍ସିଟି ଅଫ୍ ସାଉଥ୍ ଅଷ୍ଟ୍ରେଲିଆ ଷ୍ଟେଟ୍ ତରଫରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଜଣେ ବ୍ୟକ୍ତି ଶରୀରରେ ଏହାର ପରିମାଣ ଆବଶ୍ୟକତାଠାରୁ ଅଧିକ କମିଲେ ସଂପୃକ୍ତ ବ୍ୟକ୍ତିକୁ ହୃଦ୍ଘାତ ହେବା ସହ ରକ୍ତଚାପ ବହୁ ମାତ୍ରାରେ ବଢ଼ିଯାଏ। […] The post ଶରୀରରେ ଭିଟାମିନ୍ ଡି’ର ଅଭାବ ହେଲେ, ଦେଖାଯାଏ ଏହି ରୋଗ: ତୁରନ୍ତ ଆପଣାନ୍ତୁ ଏସବୁ ଖାଦ୍ୟ appeared first on Dharitri Odia News.
ଭିଟାମିନ୍ ‘ଡି’ ଶରୀରରେ ହାଡ଼ ଓ ମାଂସପେଶୀକୁ ମଜଭୁତ୍ ରଖିବାରେ ସାହାଯ୍ୟ କରେ। ହେଲେ ଶରୀରରେ ଯେତେବେଳେ ଏହି ଭିଟାମିନ୍ର ଅଭାବ ଘଟେ ସେତେବେଳେ ଏହା ଆଣ୍ଠୁଗଣ୍ଠିକୁ ଦୁର୍ବଳ କରିବା ସହ ଗଭୀର କ୍ଷତି ପହଞ୍ଚାଏ ବୋଲି ୟୁନିଭର୍ସିଟି ଅଫ୍ ସାଉଥ୍ ଅଷ୍ଟ୍ରେଲିଆ ଷ୍ଟେଟ୍ ତରଫରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଜଣେ ବ୍ୟକ୍ତି ଶରୀରରେ ଏହାର ପରିମାଣ ଆବଶ୍ୟକତାଠାରୁ ଅଧିକ କମିଲେ ସଂପୃକ୍ତ ବ୍ୟକ୍ତିକୁ ହୃଦ୍ଘାତ ହେବା ସହ ରକ୍ତଚାପ ବହୁ ମାତ୍ରାରେ ବଢ଼ିଯାଏ। କେବଳ ସେତିକି ନୁହେଁ, ଶରୀରରେ ଭିଟାମିନ୍ ‘ଡି’ର ଅଭାବ ପରିଲକ୍ଷିତ ହେଲେ ତାହା ସ୍ନାୟୁକୁ ପ୍ରଭାବିତ କରିବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେଣୁ ଏହାକୁ ସନ୍ତୁଳିତ ରଖିବା ପାଇଁ ଭିଟାମିନ୍-ଡି ଯୁକ୍ତ ଖାଦ୍ୟ ଯଥା- କଦଳୀ, କମଳା, ଆଲମଣ୍ଡ, ଛତୁ, ଅଣ୍ଡା କେଶର, କ୍ଷୀର, ଜୁସ୍ ପ୍ରଭୃତି ଖାଇବା ନିହାତି ଆବଶ୍ୟକ। ଯଦି ଏଭଳି ଭିଟାମିନ୍ର ଅଭାବ ଦେଖାଦିଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
The post ଶରୀରରେ ଭିଟାମିନ୍ ଡି’ର ଅଭାବ ହେଲେ, ଦେଖାଯାଏ ଏହି ରୋଗ: ତୁରନ୍ତ ଆପଣାନ୍ତୁ ଏସବୁ ଖାଦ୍ୟ appeared first on Dharitri Odia News.