ଶଳା ଭାଉଜଙ୍କ ଅଭିଯୋଗର ଦୁଇ ଦିନ ପରେ ମୁହଁ ଖୋଲିଲେ ବିଜେପି ବିଧାୟକ ନବୀନ ଜୈନ 

ନନ୍ଦିଘୋଷ ବ୍ୟୁରୋ: ମିଛ କହୁଛନ୍ତି କି ଟିଟିଲାଗଡ଼ ବିଜେପି ବିଧାୟକ ନବୀନ ଜୈନ। ଶଳା ଭାଉଜଙ୍କ ଅଭିଯୋଗର ଦୁଇ ଦିନ... The post ଶଳା ଭାଉଜଙ୍କ ଅଭିଯୋଗର ଦୁଇ ଦିନ ପରେ ମୁହଁ ଖୋଲିଲେ ବିଜେପି ବିଧାୟକ ନବୀନ ଜୈନ  appeared first on .

ଶଳା ଭାଉଜଙ୍କ ଅଭିଯୋଗର ଦୁଇ ଦିନ ପରେ ମୁହଁ ଖୋଲିଲେ ବିଜେପି ବିଧାୟକ ନବୀନ ଜୈନ 

ନନ୍ଦିଘୋଷ ବ୍ୟୁରୋ: ମିଛ କହୁଛନ୍ତି କି ଟିଟିଲାଗଡ଼ ବିଜେପି ବିଧାୟକ ନବୀନ ଜୈନ। ଶଳା ଭାଉଜଙ୍କ ଅଭିଯୋଗର ଦୁଇ ଦିନ ପରେ ଖୋଲିଲେ ମୁହଁ। କହିଲେ, ଅଭିଯୋଗକାରିଣୀଙ୍କୁ ମୁଁ ଚିହ୍ନିନାହିଁ। ଶଳା ଭାଉଜ ଥାନାରେ ନିର୍ଯାତନା ଅଭିଯୋଗ ଆଣିବା ପରେ ବିଜେପି ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ଅଡୁଆ ବଢିଛି। ୯ ବର୍ଷ ତଳେ ମମତା ମଲ୍ଲିକ ନାବାଳିକା ଥିବା ବେଳେ ୮୦ ହଜାର ଟଙ୍କାରେ ନବୀନ ତାଙ୍କୁ କିଣି ଆଣିଥିଲେ। ଆଉ ତାଙ୍କ ଶାଳକଙ୍କ ସହ ତାର ବାହାଘର କରାଇଥିଲେ। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ଦୁଇ ଦିନ ଧରି ନିର୍ଯାତିତା ମହିଳା ବିଧାୟକ, ତାଙ୍କ ପତ୍ନୀ ଓ ପରିବାର ବିରୋଧରେ ସାଂଘାତିକ ଅଭିଯୋଗ କରୁଥିବା ବେଳେ, ଆଜି ମୁହଁ ଖୋଲିଛନ୍ତି ଟିଟିଲାଗଡ଼ ବିଧାୟକ ନବୀନ ଜୈନ I ସେପଟେ ନବୀନ ଜୈନ ମିଛ କହୁଛନ୍ତି ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି ମମତା। ବିଧାୟକଙ୍କ ଘରକୁ ସେ ବହୁବାର ଯାଇଛନ୍ତି ଓ ନିଜେ ନବୀନ ଜୈନ ତାଙ୍କ ବାହାଘରରେ ମୁଖ୍ୟ କାର୍ପଟଦାର ସାଜିଥିଲେ ବୋଲି ମମତା କହିଛନ୍ତି । ଅନ୍ୟପଟେ ଅଭିଯୋଗର ନିରପେକ୍ଷ ତଦନ୍ତ ଦାବୀ କରିଛନ୍ତି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି I ଆଇନ ସମସ୍ତଙ୍କ ପାଇଁ ସମାନ। ସେ ଯେକେହି ବି ହୁଅନ୍ତୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି I ଏହି ଘଟଣାକୁ ନେଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଟାଉନ୍ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି I

The post ଶଳା ଭାଉଜଙ୍କ ଅଭିଯୋଗର ଦୁଇ ଦିନ ପରେ ମୁହଁ ଖୋଲିଲେ ବିଜେପି ବିଧାୟକ ନବୀନ ଜୈନ  appeared first on .