ଶସ୍ତା ହେବ ସୁନା ଓ ରୁପା, ମୋବାଇଲ ଦାମ ବି କମିବ
ନୂଆଦିଲ୍ଲୀ : ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ଣ୍ଣକାଳୀନ ବଜେଟ୍ ଉପସ୍ଥାପନ କରିଛନ୍ତି। ନିର୍ମଳାଙ୍କ ବଜେଟ୍ ଘୋଷଣା ଅନୁଯାୟୀ ଆଗାମୀ ଦିନରେ ମହଙ୍ଗା ମାଡ଼ରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। ଆଗକୁ ବାହାଘର ଋତୁ ଆସୁଥିବା ବେଳେ ସୁନା ଓ ରୁପାର ଦାମ କମ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ସେହିପରି ମୋବାଇଲ ଏବଂ ଚାର୍ଜର ଦାମ୍ ମଧ୍ୟ ହ୍ରାସ ପାଇପାରେ। ନିର୍ମଳା ଆଜି ୪୮ ଲକ୍ଷ କୋଟି ଟଙ୍କାର ବଜେଟ୍ […]

ନୂଆଦିଲ୍ଲୀ : ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ଣ୍ଣକାଳୀନ ବଜେଟ୍ ଉପସ୍ଥାପନ କରିଛନ୍ତି। ନିର୍ମଳାଙ୍କ ବଜେଟ୍ ଘୋଷଣା ଅନୁଯାୟୀ ଆଗାମୀ ଦିନରେ ମହଙ୍ଗା ମାଡ଼ରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। ଆଗକୁ ବାହାଘର ଋତୁ ଆସୁଥିବା ବେଳେ ସୁନା ଓ ରୁପାର ଦାମ କମ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ସେହିପରି ମୋବାଇଲ ଏବଂ ଚାର୍ଜର ଦାମ୍ ମଧ୍ୟ ହ୍ରାସ ପାଇପାରେ। ନିର୍ମଳା ଆଜି ୪୮ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି। ସେ ଫେବୃଆରୀ ୧ରେ ୪୭,୬୫,୭୬୮ କୋଟି ଟଙ୍କାର କାମଚଳା ବଜେଟ ଉପସ୍ଥାପନ କରିଥିଲେ। ସାଧାରଣ ନିର୍ବାଚନ ପରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରାଯାଇଛି। ପୂର୍ଣ୍ଣାଙ୍ଗ ବଜେଟର ପରିମାଣ ୪୮,୨୦,୫୧୨ କୋଟି ଟଙ୍କା ରହିଛି।