ଶସ୍ତା ହେବ ସ୍ତନ କର୍କଟ ଏବଂ ଫୁସ୍ଫୁସ କ୍ୟାନ୍ସର ପାଇଁ ବ୍ୟବହୃତ ହେଉଥିବା ୩ ଔଷଧ, ସରକାରଙ୍କ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ଦେଶରେ ଲୋକେ ଯେପରି ଜରୁରୀ ଔଷଧ ଶସ୍ତାରେ ପାଇବେ, ସେନେଇ ସରକାର ଔଷଧ ମୂଲ୍ୟକୁ ନିୟନ୍ତ୍ରଣ କରିଥାନ୍ତି। ଏବେ ଏହି କ୍ରମରେ ସରକାର ଦୀପାବଳି ପୂର୍ବରୁ କ୍ୟାନ୍ସର ରୋଗୀଙ୍କୁ ବଡ଼ ଆଶ୍ବସ୍ତି ଦେଇଛନ୍ତି । କାରଣ ଖୁବଶୀଘ୍ର କମିବ କ୍ୟାନସର ଚିକିତ୍ସାରେ ବ୍ୟବହାର ହେଉଥିବା ୩ ପ୍ରମୁଖ ଔଷଧର ଦାମ୍। ରିପୋର୍ଟ ଅନୁଯାୟୀ, ଦେଶରେ ଜରୁରୀ ଔଷଧର ଦାମ୍ ନିୟନ୍ତ୍ରଣ କରୁଥିବା ରାଷ୍ଟ୍ରୀୟ ଔଷଧ ମୂଲ୍ୟ ନର୍ଦ୍ଧାରଣ ପ୍ରାଧିକରଣ (NPPA), କ୍ୟାନ୍ସର ପାଇଁ ବ୍ୟବହାର ହେଉଥିବା ୩ଟି ଔଷଧ ଟ୍ରେଷ୍ଟୁଜୁମାବ, ଓସିମାର୍ଟିନିବ ଏବଂ ଡୁର୍ଭାଲୁମାବର ଦାମ୍ କମ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରେଷ୍ଟୁଜୁମାବର ବ୍ୟବହାର ସ୍ତନ କର୍କଟ ଚିକିତ୍ସା ପାଇଁ ହୋଇଥାଏ। ଯେତେବେଳେକି ଓସିମର୍ଟିନିବର ବ୍ୟବହାର ଫୁସ୍ଫୁସ୍ କ୍ୟାନ୍ସର ଏବଂ ଡୁର୍ଭାଲୁମାବର ବ୍ୟବହାର ଉଭୟ ପ୍ରକାରର କ୍ୟାନ୍ସରର ଚିକିତ୍ସା ପାଇଁ କରାଯାଇଥାଏ।ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ, କ୍ୟାନ୍ସର ଔଷଧର ଦାମ୍ କମ୍ କରିବା ହେଉଛି, ସାଧାରଣ ଲୋକଙ୍କୁ ଜରୁରୀ ଔଷଧ କମ୍ ଦାମ୍ରେ ଯୋଗାଇଦେବା ପାଇଁ ଥିବା ସରକାରଙ୍କ ପ୍ରତିବଦ୍ଧତା। ଏଥିପାଇଁ ଏନପିପିଏ ଔଷଧର ଦାମ୍ କମ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ନିକଟରେ ଏହି ଔଷଧ ଉପରୁ ଜିଏସଟି ୧୨ ପ୍ରତିଶତରୁ ୫ ପ୍ରତିଶତକୁ କମାଇଦିଆଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷର ବଜେଟରେ ମଧ୍ୟ ଔଷଧ ଉପରୁ କଷ୍ଟମ ଡ୍ୟୁଟିକୁ ମଧ୍
ନୂଆଦିଲ୍ଲୀ: ଦେଶରେ ଲୋକେ ଯେପରି ଜରୁରୀ ଔଷଧ ଶସ୍ତାରେ ପାଇବେ, ସେନେଇ ସରକାର ଔଷଧ ମୂଲ୍ୟକୁ ନିୟନ୍ତ୍ରଣ କରିଥାନ୍ତି। ଏବେ ଏହି କ୍ରମରେ ସରକାର ଦୀପାବଳି ପୂର୍ବରୁ କ୍ୟାନ୍ସର ରୋଗୀଙ୍କୁ ବଡ଼ ଆଶ୍ବସ୍ତି ଦେଇଛନ୍ତି । କାରଣ ଖୁବଶୀଘ୍ର କମିବ କ୍ୟାନସର ଚିକିତ୍ସାରେ ବ୍ୟବହାର ହେଉଥିବା ୩ ପ୍ରମୁଖ ଔଷଧର ଦାମ୍।
ରିପୋର୍ଟ ଅନୁଯାୟୀ, ଦେଶରେ ଜରୁରୀ ଔଷଧର ଦାମ୍ ନିୟନ୍ତ୍ରଣ କରୁଥିବା ରାଷ୍ଟ୍ରୀୟ ଔଷଧ ମୂଲ୍ୟ ନର୍ଦ୍ଧାରଣ ପ୍ରାଧିକରଣ (NPPA), କ୍ୟାନ୍ସର ପାଇଁ ବ୍ୟବହାର ହେଉଥିବା ୩ଟି ଔଷଧ ଟ୍ରେଷ୍ଟୁଜୁମାବ, ଓସିମାର୍ଟିନିବ ଏବଂ ଡୁର୍ଭାଲୁମାବର ଦାମ୍ କମ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରେଷ୍ଟୁଜୁମାବର ବ୍ୟବହାର ସ୍ତନ କର୍କଟ ଚିକିତ୍ସା ପାଇଁ ହୋଇଥାଏ। ଯେତେବେଳେକି ଓସିମର୍ଟିନିବର ବ୍ୟବହାର ଫୁସ୍ଫୁସ୍ କ୍ୟାନ୍ସର ଏବଂ ଡୁର୍ଭାଲୁମାବର ବ୍ୟବହାର ଉଭୟ ପ୍ରକାରର କ୍ୟାନ୍ସରର ଚିକିତ୍ସା ପାଇଁ କରାଯାଇଥାଏ।
ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ, କ୍ୟାନ୍ସର ଔଷଧର ଦାମ୍ କମ୍ କରିବା ହେଉଛି, ସାଧାରଣ ଲୋକଙ୍କୁ ଜରୁରୀ ଔଷଧ କମ୍ ଦାମ୍ରେ ଯୋଗାଇଦେବା ପାଇଁ ଥିବା ସରକାରଙ୍କ ପ୍ରତିବଦ୍ଧତା। ଏଥିପାଇଁ ଏନପିପିଏ ଔଷଧର ଦାମ୍ କମ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ନିକଟରେ ଏହି ଔଷଧ ଉପରୁ ଜିଏସଟି ୧୨ ପ୍ରତିଶତରୁ ୫ ପ୍ରତିଶତକୁ କମାଇଦିଆଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷର ବଜେଟରେ ମଧ୍ୟ ଔଷଧ ଉପରୁ କଷ୍ଟମ ଡ୍ୟୁଟିକୁ ମଧ୍ୟ ଶେଷ କରିବା ନେଇ ଘୋଷଣା କରାଯାଇଥିଲା।
ଲାନସେଟର ଏକ ଅଧ୍ୟୟନ ଅନୁଯାୟୀ, ଭାରତରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ୧୪ ଲକ୍ଷରୁ ଅଧିକ ରହିଛି। ପ୍ରତିବର୍ଷ ଏଥିରେ ବୃଦ୍ଧି ଦେଖିବାକୁ ମିଳୁଛି।୨୦୨୦ରେ ଏହା ୧୩.୯ ଲକ୍ଷ ଥିଲା, ଯାହା ୨୦୨୧ରେ ୧୪.୨ ଲକ୍ଷ ହୋଇଛି, ଯେତେବେଳେକି ୨୦୨୨ରେ ଏହାର ସଂଖ୍ୟା ୧୪.୬ ଲକ୍ଷରେ ପହଞ୍ଚିଛି।