ଅତାବିରା ଆଶ୍ରମ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ
ଝାରସୁଗୁଡା ୨୮/୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଅତାବିରା ପଞ୍ଚାୟତ ସଦର ମହକୁମା ସ୍ଥିତ ଆଶ୍ରମ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥିଲା । ଉଦଘାଟନୀ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାର୍ତ୍ତିକ ପ୍ରଧାନ ଅଧ୍ୟକ୍ଷତା କରିବା ସହିତ ଛାତ୍ରଛାତ୍ରୀ ମାନଙ୍କ ଶାରୀରିକ ବିକାଶ ତଥା ଉତ୍ତମ […] The post ଅତାବିରା ଆଶ୍ରମ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ appeared first on Odisha.News.

ଝାରସୁଗୁଡା ୨୮/୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଅତାବିରା ପଞ୍ଚାୟତ ସଦର ମହକୁମା ସ୍ଥିତ ଆଶ୍ରମ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥିଲା । ଉଦଘାଟନୀ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାର୍ତ୍ତିକ ପ୍ରଧାନ ଅଧ୍ୟକ୍ଷତା କରିବା ସହିତ ଛାତ୍ରଛାତ୍ରୀ ମାନଙ୍କ ଶାରୀରିକ ବିକାଶ ତଥା ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ କ୍ରୀଡ଼ାର ଅଧିକ ମହତ୍ତ୍ୱପୂର୍ଣ୍ଣ ରହିଛି ବୋଲି ତାଙ୍କ ବକ୍ତବ୍ୟରେ ପରିପ୍ରକାଶ କରିଥିଲେ । ଏହି ଅବସରରେ ସହକାରୀ ଶିକ୍ଷୟିତ୍ରୀ ସୀମା ସା ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରାଇ ଥିବା ବେଳେ ସହକାରୀ ଶିକ୍ଷକ ପଞ୍ଚୁଲାଲ ପଧାନ ଓ ପ୍ରକାଶ ସୁନା ଖେଳ ପରିଚାଳନା କରିଥିଲେ । ଉଦଯାପନୀ ଉତ୍ସବରେ ସ୍ଥାନୀୟ ସମିତି ସଭ୍ୟା ଯଶୋବନ୍ତୀ ଖମାରୀ ଏବଂ ବିଜୟଲାଲ ବିଶ୍ଵାଳ ନିମନ୍ତ୍ରୀତ ଅତିଥି ଭାବେ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ସତ ପରାମର୍ଶ ଦେବା ସହିତ କ୍ରୀଡ଼ା ପତାକା ଅବତରଣ କରି ଆଗାମୀ ବର୍ଷ ପର୍ଯ୍ୟନ୍ତ ସାଇତି ରଖିବା ପାଇଁ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନଙ୍କୁ ଅର୍ପଣ କରିଥିଲେ ।
The post ଅତାବିରା ଆଶ୍ରମ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ appeared first on Odisha.News.