ବିଜେପିରେ ଯୋଗ ଦେଇ ପାରନ୍ତି ସିଦ୍ଧାନ୍ତ ମହାପାତ୍ର, ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର
ଭୁବନେଶ୍ୱର: ଓଡିଶାରେ ନିର୍ବାଚନୀ ତାତି ବଢିଲାଣି । ବିଜେପି ଓ ବିଜେଡି ପ୍ରାର୍ଥୀ ଘୋଷଣା ପରେ ମାହୋଲ ସରଗରମ ରହିଛି । ଏହା ମଧ୍ୟରେ ଆସିଛି ଏକ ବଡ ଖବର । ସିନେ ଅଭିନେତା ତଥା ପୂର୍ବତନ ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଜେପିରେ ଯୋଗ ଦେଇ ପାରନ୍ତି । ସିଦ୍ଧାନ୍ତ ବିଜେଡି ଛାଡି ବିଜେପିରେ ମିଶିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଏପରିକି ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ବି ବିଜେପିରେ ଯୋଗ […] The post ବିଜେପିରେ ଯୋଗ ଦେଇ ପାରନ୍ତି ସିଦ୍ଧାନ୍ତ ମହାପାତ୍ର, ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର appeared first on Odisha.News.
ଭୁବନେଶ୍ୱର: ଓଡିଶାରେ ନିର୍ବାଚନୀ ତାତି ବଢିଲାଣି । ବିଜେପି ଓ ବିଜେଡି ପ୍ରାର୍ଥୀ ଘୋଷଣା ପରେ ମାହୋଲ ସରଗରମ ରହିଛି । ଏହା ମଧ୍ୟରେ ଆସିଛି ଏକ ବଡ ଖବର । ସିନେ ଅଭିନେତା ତଥା ପୂର୍ବତନ ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଜେପିରେ ଯୋଗ ଦେଇ ପାରନ୍ତି । ସିଦ୍ଧାନ୍ତ ବିଜେଡି ଛାଡି ବିଜେପିରେ ମିଶିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଏପରିକି ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ବି ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି ।
ନିର୍ବାଚନ ଯେତିକି ପାଖଉଛି ଦଳ ଡିଆଁ ପର୍ବ ସେତିକି ବଢିବାରେ ଲାଗିଛି । ଅନେକ ବଡ ବଡ ନେତା ଦଳ ଛାଡି ଅନ୍ୟ ଦଳରେ ମିଶୁଛନ୍ତି । ବିଶେଷ କରି ବିଜେଡିର ଅନେକ ଟାଣୁଆ ନେତା ଦଳ ଛାଡି ବିଜେପିରେ ମିଶି ସାରିଛନ୍ତି । ସେ ପ୍ରଦୀପ ପାଣିଗ୍ରାହୀ ହୁଅନ୍ତୁ କି ଦେବାଶିଷ ନାୟକ । ଆଜି ଅପରାହ୍ଣ ୨ଟା ୩୦ରେ କଟକର ଛଅ ଥର ସାଂସଦ ଭର୍ତୃହରି ମହତାବ ବିଜେପିରେ ଯୋଗ ଦେଇ ପାରନ୍ତି । ଭର୍ତୃହରିଙ୍କ ପରେ ଏବେ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ବିଜେପିରେ ଯୋଗ ଦେବାର ଚର୍ଚ୍ଚା ଜାତୀୟ ଗଣାମଧ୍ୟମରେ ଜୋର ଧରିଛି । ଯଦି ଏମିତି ହୁଏ ତେବେ ଗଞ୍ଜାମ ବିଜେଡିକୁ ଆଉ ଏକ ବଡ ଝଟକା ହେବ
ସିଦ୍ଧାନ୍ତ ମହାପାତ୍ର ହେଉଛନ୍ତି ବ୍ରହ୍ମପୁରର ଦୁଇ ଥରର ସାଂସଦ । ସେ ୨୦୦୯ ମସିହାରେ ବିଜେଡିରେ ଯୋଗ ଦେଇ ରାଜନୀତିରେ ପାଦ ଦେଇଥିଲେ । ୨୦୦୯ରେ ସେ ବିଜେଡି ଟିକେଟରେ ବ୍ରହ୍ମପୁରରୁ ଲୋକସଭା ନିର୍ବାଚନ ଲଢି ବିଜୟ ହାସଲ କରିଥିଲେ । ପୁଣି ୨୦୧୪ରେ ମଧ୍ୟ ସଂସଦକୁ ନିର୍ବାଚିତ ହୋଇଥିଲେ । ତେବେ ୨୦୧୯ରେ ଦଳ ତାଙ୍କୁ ଟିକେଟ୍ ଦେଇ ନ ଥିଲା । କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁଙ୍କୁ ଦଳ ପ୍ରାର୍ଥୀ କରିଥିଲା ଏବଂ ସେ ବିଜୟୀ ମଧ୍ୟ ହୋଇଥିଲେ।
ଏହା ପରଠୁ ସିଦ୍ଧାନ୍ତଙ୍କୁ ପ୍ରତ୍ୟେକ୍ଷ ରାଜନୀତିରେ ଆଉ ଦେଖିବାକୁ ମିଳିନଥିଲା। ସେ ଏକ ପ୍ରକାର ରାଜନୀତିରୁ ଗାଏବ ହୋଇ ଯାଇଥିଲେ। କୌଣସି ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳୁନଥିଲା। ବେଳେ ବେଳେ ଏହା ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା ଯେ, ବିଜେଡିରେ କଣଠେସା ହୋଇ ରହିଥିବା ସିଦ୍ଧାନ୍ତ ବିଜେପିରେ ଯୋଗ ଦେଇ ପାରନ୍ତି। ଆଉ ୨୦୨୪ ନିର୍ବାଚନରେ ସେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି ।
The post ବିଜେପିରେ ଯୋଗ ଦେଇ ପାରନ୍ତି ସିଦ୍ଧାନ୍ତ ମହାପାତ୍ର, ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର appeared first on Odisha.News.