ଦୁଇ ବାଇକ ସହ ଗଞ୍ଜେଇ ଜବତ, ୩ ବ୍ୟବସାୟୀ ଗିରଫ

କନ୍ଧମାଳ : (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଛାପଡା ପୋଲିସକୁ ମିଳିଛି ଏକ ବଡ ସଫଳତା। ୨ଟି ବାଇକ ସହ ୯୫ କିଲୋ ଗଞ୍ଜେଇ ଜବତ, ୩ ଗଞ୍ଜେଇ ବ୍ୟବସାୟୀ ଗିରଫ। ମିଳିଥିବା ସୂଚନା ଅନୁସାରେ ଏହି ଅଞ୍ଚଳ ରୁ ୨ ଟି ବାଇକରେ ପଡୋଶୀ ବୌଦ୍ଧ ଜିଲ୍ଲାକୁ ଗଞ୍ଜେଇ ଚାଲାଣ ହେଉଥିବା ଗୋଚ୍ଛାପଡ଼ା ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା।ଖବର ପାଇବା ପରେ ଥାନା ଅଧିକାରୀ ପ୍ରଭାତ କୁମାର ବେହେରାଙ୍କ ସହ ଏକ ଟିମ […] The post ଦୁଇ ବାଇକ ସହ ଗଞ୍ଜେଇ ଜବତ, ୩ ବ୍ୟବସାୟୀ ଗିରଫ appeared first on Odisha.News.

ଦୁଇ ବାଇକ ସହ ଗଞ୍ଜେଇ ଜବତ, ୩ ବ୍ୟବସାୟୀ ଗିରଫ

କନ୍ଧମାଳ : (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଛାପଡା ପୋଲିସକୁ ମିଳିଛି ଏକ ବଡ ସଫଳତା। ୨ଟି ବାଇକ ସହ ୯୫ କିଲୋ ଗଞ୍ଜେଇ ଜବତ, ୩ ଗଞ୍ଜେଇ ବ୍ୟବସାୟୀ ଗିରଫ। ମିଳିଥିବା ସୂଚନା ଅନୁସାରେ ଏହି ଅଞ୍ଚଳ ରୁ ୨ ଟି ବାଇକରେ ପଡୋଶୀ ବୌଦ୍ଧ ଜିଲ୍ଲାକୁ ଗଞ୍ଜେଇ ଚାଲାଣ ହେଉଥିବା ଗୋଚ୍ଛାପଡ଼ା ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା।ଖବର ପାଇବା ପରେ ଥାନା ଅଧିକାରୀ ପ୍ରଭାତ କୁମାର ବେହେରାଙ୍କ ସହ ଏକ ଟିମ ଗୋଛାପଡା ଥାନା ସଲାଗୁଡା ଠାରୁ ଫୁଲବାଣୀ ଗୋଛାପଡା କୁ ସଂଯୋଗ କରୁଥିବା ଗ୍ରାମ୍ୟ ରାସ୍ତାର ତାମ୍ବିସୁଗା ଗାଁ ନିକଟରେ ବାଇକ ସହ ଗଞ୍ଜେଇକୁ ଜବତ କରିଥିବା ବେଳେ ଏଥିରେ ସମ୍ପୃକ୍ତି ଥିବା ୩ ଜଣ ଚାଲାଣ କାରୀ ଙ୍କୁ ମଧ୍ୟ ଧରିବାରେ ସଫଳ ହୋଇଥିଲେ । ତେବେ ଗିରଫ ଅଭିଯୁକ୍ତ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପାଇକବାହାଲ ଗାଁର ଗୋପ ନାୟକ ଓ ଶନି ଦୀପ ଏବଂ ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଜଡ଼ାପାଲ ଗାଁର ଲୋକନାଥ ମଲ୍ଲିକ ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତ ମାନେ ଜଣେ ଜଣେ ପେସାଦାର ଗଞ୍ଜେଇ ବ୍ୟବସାୟୀ ହୋଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ।

The post ଦୁଇ ବାଇକ ସହ ଗଞ୍ଜେଇ ଜବତ, ୩ ବ୍ୟବସାୟୀ ଗିରଫ appeared first on Odisha.News.