ଡ୍ରାଇଭର୍‌ ଆନ୍ଦୋଳନକୁ ବଡ଼ ଝଟ୍‌କା, ବନ୍ଧା ହେବେ ମେଣ୍ଡୁଲି?

ଭୁବନେଶ୍ୱର,୧୧।୭: ଓଡ଼ିଶା ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ନାଁରେ ଏତଲା। ମେଣ୍ଡୁଲିଙ୍କ ନାଁରେ ଏତଲା ଦେଇଛି ମିନି ଟ୍ରକ ମାଲିକ ସଂଘ। ଏହି ଏତଲା ସମ୍ପର୍କରେ ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇ ନ ଥିବା ବେଳେ, ଏହା ରାଜ୍ୟରେ ଚାଲିଥିବା ଡ୍ରାଇଭର ମହାସଂଘର ଆନ୍ଦୋଳନ ଓ ତାହାର ନେତୃତ୍ୱ ସହ ଜଡ଼ିତ ବିବାଦକୁ ଆହୁରି ତୀବ୍ର କରିଛି। ମିନି ଟ୍ରକ ମାଲିକ ସଂଘ ଏତଲାରେ କହିଛି, ଅଗଣତାନ୍ତ୍ରିକ ପଦ୍ଧତିରେ ଡ୍ରାଇଭର ସଂଘ ହକ ମାଗୁଛି। […] The post ଡ୍ରାଇଭର୍‌ ଆନ୍ଦୋଳନକୁ ବଡ଼ ଝଟ୍‌କା, ବନ୍ଧା ହେବେ ମେଣ୍ଡୁଲି? appeared first on Dharitri Odia News.

ଡ୍ରାଇଭର୍‌ ଆନ୍ଦୋଳନକୁ ବଡ଼ ଝଟ୍‌କା, ବନ୍ଧା ହେବେ ମେଣ୍ଡୁଲି?

ଭୁବନେଶ୍ୱର,୧୧।୭: ଓଡ଼ିଶା ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ନାଁରେ ଏତଲା। ମେଣ୍ଡୁଲିଙ୍କ ନାଁରେ ଏତଲା ଦେଇଛି ମିନି ଟ୍ରକ ମାଲିକ ସଂଘ। ଏହି ଏତଲା ସମ୍ପର୍କରେ ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇ ନ ଥିବା ବେଳେ, ଏହା ରାଜ୍ୟରେ ଚାଲିଥିବା ଡ୍ରାଇଭର ମହାସଂଘର ଆନ୍ଦୋଳନ ଓ ତାହାର ନେତୃତ୍ୱ ସହ ଜଡ଼ିତ ବିବାଦକୁ ଆହୁରି ତୀବ୍ର କରିଛି।

ମିନି ଟ୍ରକ ମାଲିକ ସଂଘ ଏତଲାରେ କହିଛି, ଅଗଣତାନ୍ତ୍ରିକ ପଦ୍ଧତିରେ ଡ୍ରାଇଭର ସଂଘ ହକ ମାଗୁଛି। ଡ୍ରାଇଭର ଓ ମାଲିକଙ୍କୁ ଅପମାନିତ କରାଯାଉଛି। ତେବେ, ଏହା ଡ୍ରାଇଭର ମହାସଂଘର ଚାଲିଥିବା ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଏବଂ ସଂଘ ମଧ୍ୟରେ ମତାନ୍ତର କିମ୍ବା ଆନ୍ତଃସଂଘ ବିବାଦ ସହ ଜଡ଼ିତ ହୋଇପାରେ ବୋଲି ଅନୁମାନ କରାଯାଉଛି। ଡ୍ରାଇଭର ମହାସଂଘର ଆନ୍ଦୋଳନ ଆସନ୍ତାକାଲିଠୁ ବସ୍‌-ଟ୍ରକ୍‌ ଗଡିବା ନେଇ ଘୋଷଣା କରିଥିାବେଳେ ଏହି ଖବର ଏବେ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି।

ପ୍ରଶାନ୍ତ ମେଣ୍ଡୁଲି ଓଡ଼ିଶା ଡ୍ରାଇଭର ମହାସଂଘର ଏକ ପ୍ରମୁଖ ନେତା ଭାବେ ପରିଚିତ। ସେ ନିକଟରେ ରାଜ୍ୟ ସରକାରଙ୍କ ସହ ବିଭିନ୍ନ ଦାବି ନେଇ ଆଲୋଚନାରେ ସାମିଲ ହୋଇଥିଲେ, ଯେଉଁଥିରେ ରାଜ୍ୟ ରାଜପଥରେ ରେଷ୍ଟରୁମ ର୍ନିମାଣ ଏବଂ ଓଡ଼ିଆ ଡ୍ରାଇଭରଙ୍କୁ ଶିଳ୍ପରେ ନିଯୁକ୍ତି ଦେବା ଆଦି ପ୍ରସଙ୍ଗ ସାମିଲ ରହିଥିଲା। ତେବେ, ଏକ ବୈଠକରେ ତାଙ୍କର ଅନୁପସ୍ଥିତିକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା।

ଅନ୍ୟପକ୍ଷରେ, ପ୍ରଶାନ୍ତ ମେଣ୍ଡୁଲି ନିଜେ ଆନ୍ଦୋଳନ ଜାରି ରଖିବା ପାଇଁ ଅଡ଼ି ରହିଛନ୍ତି। ସେ କହିଛନ୍ତି ଯେ, ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ଯାଏଁ ଆନ୍ଦୋଳନ ବନ୍ଦ ହେବ ନାହିଁ। ସେ ରାଜ୍ୟର ୩୦ଟି ଜିଲ୍ଲାର ଡ୍ରାଇଭରମାନଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବାକୁ ମଧ୍ୟ ଅନୁରୋଧ କରିଛନ୍ତି। ତେବେ, ସେ ସ୍ପଷ୍ଟ କରିଛନ୍ତି ଯେ ଲୋକଙ୍କୁ ହଇରାଣ କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ।

ବସ୍‌ ମାଲିକ ସଂଘର ବଡ଼ ଘୋଷଣା, କାଲିଠୁ ଗଡିବ ବସ୍‌

The post ଡ୍ରାଇଭର୍‌ ଆନ୍ଦୋଳନକୁ ବଡ଼ ଝଟ୍‌କା, ବନ୍ଧା ହେବେ ମେଣ୍ଡୁଲି? appeared first on Dharitri Odia News.