ଶାଢ଼ୀ ପିନ୍ଧି ନାଚୁଥିଲେ ଯୁବତୀ, ଷ୍ଟେଜ୍‌ ଉପରକୁ ଆସିଗଲେ ଯୁବକ ପରେ…

ବର୍ତ୍ତମାନ କରୀନା କପୁରଙ୍କ ହିଟ୍‌ ଗୀତ ‘ଚ୍ଛମ୍ମକ ଚ୍ଛଲୋ’ ପ୍ରାୟ ସମସ୍ତ ରିଲ୍‌ ପ୍ରେମୀଙ୍କ ପ୍ରଥମ ପସନ୍ଦ । ସୋସିଆଲ ମିଡିଆରେ ଏହି ଗୀତରେ ଅନେକ ରିଲ ଦେଖିବାକୁ ମିଳୁଛି। ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି, ନାଲି ରଙ୍ଗର ଶାଢ଼ୀ ପିନ୍ଧିଥିବା ଯୁବତୀ ଜଣଙ୍କ ଷ୍ଟେଜ୍‌ରେ ‘ଚ୍ଛମ୍ମକ ଚ୍ଛଲୋ’ ଗୀତରେ ନାଚିବା ଆରମ୍ଭ କରୁଛନ୍ତି। ଯୁବତୀ ଏହି ଗୀତରେ ବହୁତ ଭଲ ପ୍ରଦର୍ଶନ କରୁଥିବା ବେଳେ କିଛି ସମୟ […] The post ଶାଢ଼ୀ ପିନ୍ଧି ନାଚୁଥିଲେ ଯୁବତୀ, ଷ୍ଟେଜ୍‌ ଉପରକୁ ଆସିଗଲେ ଯୁବକ ପରେ… appeared first on Dharitri Odia News.

ଶାଢ଼ୀ ପିନ୍ଧି ନାଚୁଥିଲେ ଯୁବତୀ, ଷ୍ଟେଜ୍‌ ଉପରକୁ ଆସିଗଲେ ଯୁବକ ପରେ…

ବର୍ତ୍ତମାନ କରୀନା କପୁରଙ୍କ ହିଟ୍‌ ଗୀତ ‘ଚ୍ଛମ୍ମକ ଚ୍ଛଲୋ’ ପ୍ରାୟ ସମସ୍ତ ରିଲ୍‌ ପ୍ରେମୀଙ୍କ ପ୍ରଥମ ପସନ୍ଦ । ସୋସିଆଲ ମିଡିଆରେ ଏହି ଗୀତରେ ଅନେକ ରିଲ ଦେଖିବାକୁ ମିଳୁଛି। ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି, ନାଲି ରଙ୍ଗର ଶାଢ଼ୀ ପିନ୍ଧିଥିବା ଯୁବତୀ ଜଣଙ୍କ ଷ୍ଟେଜ୍‌ରେ ‘ଚ୍ଛମ୍ମକ ଚ୍ଛଲୋ’ ଗୀତରେ ନାଚିବା ଆରମ୍ଭ କରୁଛନ୍ତି। ଯୁବତୀ ଏହି ଗୀତରେ ବହୁତ ଭଲ ପ୍ରଦର୍ଶନ କରୁଥିବା ବେଳେ କିଛି ସମୟ ପରେ ଜଣେ ଯୁବକ ମଧ୍ୟ ତାଙ୍କ ସହିତ ନାଚିବାକୁ ମଞ୍ଚକୁ ଆସନ୍ତି। ଯୁବତୀ ଅତ୍ୟନ୍ତ ଆରାମଦାୟକ ପ୍ରଦର୍ଶନ ଦେଉଥିବା ବେଳେ ଷ୍ଟେଜ୍‌ରେ ଯୁବକଙ୍କୁୁ ଅଣଦେଖା କରୁଛନ୍ତି, ଯେପରି କେହି ଷ୍ଟେଜ୍‌କୁ ଆସି ନାହାଁନ୍ତ। ଏ ନେଇ ଅନେକ ୟୁଜର୍ସ କମେଣ୍ଟ କରିଥିବା ବେଳେ ଜଣେ ୟୁଜର୍ସ ଲେଖିଛନ୍ତି ଆସିଥିଲେ ବିରିୟାନୀରେ ଇଲାଇଚି ହୋଇ।