ଶାନ୍ତି ଚୁକ୍ତିକୁ ୨୪ ଘଣ୍ଟା ଯାଇନି, ମଣିପୁରରେ ଫୁଟିଲା ଗୁଳି
ମଣିପୁର ୩/୮: ମଣିପୁରରେ ଥମୁନି ହିଂସା । ଶାନ୍ତି ଚୁକ୍ତିର ୨୪ ଘଣ୍ଟା ଯାଇନି, ପୁଣି ନିଆଁ ଜଳିଛି । ଶୁକ୍ରବାର ରାତିରେ ଜିରିବାମର ଲାଲପାନି ଗାଁରେ ହାତରେ ଅସ୍ତ୍ରଶସ୍ତ୍ର ଧରି କିଛି ଲୋକ, ଜଣକ ଘରେ ନିଆଁ ଲଗାଇ ଦେଇଛନ୍ତି । ଗାଁକୁ ଟାର୍ଗେଟ କରି ଅନେକ ରାଉଣ୍ଡ ଗୁଳିମାଡ ହୋଇଛି । ମଣିପୁରର ହିଂସା ପ୍ରଭାବିତ ଜିରିବାମରେ ସ୍ଥିତି ସୁଧାରିବା ଓ ଶାନ୍ତି ବଜାୟ ରଖିବା ପାଇଁ ମୋତେଇ ଓ ହମାର ସଂପ୍ରଦାୟ ମଧ୍ୟରେ ଚୁକ୍ତି ହୋଇଥିଲା । ପ୍ରତିନିଧିମାନେ ମିଳିତ ଭାବରେ କାମ କରିବାକୁ ରାଜି ହୋଇଥିଲେ । ଚୁକ୍ତିନାମାକୁ ଗୋଟିଏ ଦିନ ଯାଇନି ପୁଣି ଅଶାନ୍ତ ହୋଇପଡିଛି ମଣିପୁର। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳକୁ ସୁରକ୍ଷାକର୍ମୀଙ୍କୁ ପଠାଯାଇଛି । ତେବେ ହିଂସାକାଣ୍ଡ ଘଟାଇଥିବା ଲୋକଙ୍କୁ ଏଯାଏ ଚିହ୍ନଟ କରାଯାଇନି ।