ଶାଲିମାର-ସମ୍ୱଲପୁର ମହିମା ଗୋସାଇଁ ଏକ୍ସପ୍ରେସ୍ ଲାଇନଚ୍ୟୁତ

୯ଟା ୨୨ ମିନିଟ୍‌ରେ ଏହାର ଏକ ଜେନେରାଲ କୋଚ୍‌ ଲାଇନଚ୍ୟୁତ ହୋଇଯାଇଥିଲା।

ଶାଲିମାର-ସମ୍ୱଲପୁର ମହିମା ଗୋସାଇଁ ଏକ୍ସପ୍ରେସ୍ ଲାଇନଚ୍ୟୁତ

ଶାଲିମାରରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ଲାଇନଚ୍ୟୁତ ହୋଇଛି ମହିମା ଗୋସାଇଁ ଏକ୍ସପ୍ରେସ। ଆଜି ସକାଳେ ଘଟିଛି ଏହି ଘଟଣା। ତେବେ ଏଥିରେ କେହି ହତାହତ ହୋଇନାହାନ୍ତି।

ସମ୍ବଲପୁର ସିଟି ଷ୍ଟେସନ ନିକଟରେ ଏହି ଘଟଣା ଘଟିଥିଲା। ଟ୍ରେନ୍‌ଟି ସକାଳ ୯ଟା ୧୮ ମିନିଟ୍‌ରେ ସମ୍ବଲପୁର ସିଟି ଷ୍ଟେସନ ଛାଡ଼ିଥିଲା। ମାତ୍ର ୪ ମିନିଟ୍ ପରେ ଅର୍ଥାତ୍ ୯ଟା ୨୨ ମିନିଟ୍‌ରେ ଏହାର ଏକ ଜେନେରାଲ କୋଚ୍‌ ଲାଇନଚ୍ୟୁତ ହୋଇଯାଇଥିଲା।

Shalimar- Sambalpur Expressଶାଲିମାର-ସମ୍ବଲପୁର ଏକ୍ସପ୍ରେସର ଲାଇନଚ୍ୟୁତ ବଗି

ଲାଇନଚ୍ୟୁତ ହେବା ବେଳେ ଟ୍ରେନ୍‌ଟିର ବେଗ ବହୁତ କମ୍ ଥିଲା। ଫଳରେ କୌଣସି ପ୍ରକାର ଧନଜୀବନ ହାନି ଘଟିନାହିଁ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ଏହି ଘଟଣା ଘଟିବାର କିଛି ସମୟ ପରେ ଟ୍ରେନ୍‌ଟି ପୁଣି ସମ୍ବଲପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।

ମହିମା ଗୋସାଇଁ ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବା ଖବର ପାଇ ଡିଆରଏମ୍‌ଙ୍କ ସମେତ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ଯେତେ ଶୀଘ୍ର ସମ୍ଭବ ସେହି ରାସ୍ତାରେ ଟ୍ରେନ୍‌ ଚଳାଚଳକୁ ସ୍ୱାଭାବିକ କରିବାକୁ ଗୁରୁତ୍ୱ ଦେଇଥିଲେ।