ଶାଶୁ ଶର୍ମିଲାଙ୍କ ସହିତ ପ୍ରଥମ ଆଡ୍ ସୁଟ୍ କଲେ କରୀନା, ପଟୌଦୀ ପ୍ୟାଲେସରେ ହେଲା ସୁଟ୍
ପଟୌଦୀ ପ୍ୟାଲେସରେ ଏକାଠି ଆଡ୍ ସୁଟ୍ କଲେ ଶାଶୁ ଓ ବୋହୂ । ପ୍ରଥମ ଥର ପାଇଁ କରୀନା କପୁର ଖାନ ଏବଂ ଶର୍ମିଲା ଟାଗୋର ଏକାଠି ଆଡ୍ ସୁଟ୍ କରିଛନ୍ତି । ନୂଆ ଆଡ୍ ପଟୌଦୀ ପ୍ୟାଲେସରେ ହୋଇଛି । ଆଡର ପ୍ରଥମରେ ପଟୌଦୀ ପ୍ୟାଲେସର ଶାନଦାର ଭ୍ୟୁ ଦେଖିବାକୁ ମିଳିଛି । ଏହା ପରେ ଗେଟ୍ ଜରିଆରେ ଘରକୁ ପ୍ରବେଶ କରିବା ପରେ କରୀନା ଏବଂ ଶର୍ମିଲା ନିଜ ନିଜ ରୁମରେ ଖୁସିରେ ନାଚୁଥିବାର […] The post ଶାଶୁ ଶର୍ମିଲାଙ୍କ ସହିତ ପ୍ରଥମ ଆଡ୍ ସୁଟ୍ କଲେ କରୀନା, ପଟୌଦୀ ପ୍ୟାଲେସରେ ହେଲା ସୁଟ୍ appeared first on KNews Odisha.

ପଟୌଦୀ ପ୍ୟାଲେସରେ ଏକାଠି ଆଡ୍ ସୁଟ୍ କଲେ ଶାଶୁ ଓ ବୋହୂ । ପ୍ରଥମ ଥର ପାଇଁ କରୀନା କପୁର ଖାନ ଏବଂ ଶର୍ମିଲା ଟାଗୋର ଏକାଠି ଆଡ୍ ସୁଟ୍ କରିଛନ୍ତି । ନୂଆ ଆଡ୍ ପଟୌଦୀ ପ୍ୟାଲେସରେ ହୋଇଛି । ଆଡର ପ୍ରଥମରେ ପଟୌଦୀ ପ୍ୟାଲେସର ଶାନଦାର ଭ୍ୟୁ ଦେଖିବାକୁ ମିଳିଛି । ଏହା ପରେ ଗେଟ୍ ଜରିଆରେ ଘରକୁ ପ୍ରବେଶ କରିବା ପରେ କରୀନା ଏବଂ ଶର୍ମିଲା ନିଜ ନିଜ ରୁମରେ ଖୁସିରେ ନାଚୁଥିବାର ଦେଖିବାକୁ ମିଳିଛନ୍ତି ।
ଶାଶୁ ଓ ବୋହୂଙ୍କ କେମେଷ୍ଟ୍ରି ଦେଖି ଫ୍ୟାନ୍ସ ଖୁସି ହୋଇଯାଇଛନ୍ତି । ପଟୌଦୀ ପ୍ୟାଲେସରେ ବଡବଡ ସୋଫୋ, ଝୁମର, ବେଡ, ଇଣ୍ଟିରିୟର ଏବଂ ଆଣ୍ଟିକ୍ ଆଇଟମ ଦେଖିବାକୁ ମିଳିଛି । ତେବେ ଶାଶୁ ଓ ବୋହୂଙ୍କ ଆଡ ଦେଖି ବହୁତ ଖୁସି ହୋଇଛନ୍ତି ଫ୍ୟାନ୍ସ ।
ଫ୍ୟାନ୍ସ ବିଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି । ଜଣେ ଫ୍ୟାନ୍ ଲେଖିଛନ୍ତି… ଏଭର ଗ୍ରୀନ ବିୟୁଟି । ଅନ୍ୟ ଜଣେ ଲେଖିଛନ୍ତି… ପଟୌଦୀ ପ୍ୟାଲେସ କି ସ୍ୱର୍ଗ । ଆଉ ଜଣେ କହିଛନ୍ତି… ବେବୋ ବେଷ୍ଟ । ଅନ୍ୟ କେହି ଶାଶୁ ଓ ବୋହୂଙ୍କ ଯୋଡିକୁ କମାଲ ବୋଲି କହିଛନ୍ତି ।
ଏମିତି ଆଡ ଐଶ୍ୱର୍ଯ୍ୟା ଏବଂ ଜୟା କରନ୍ତୁ ବୋଲି ଫ୍ୟାନ୍ସ ଡିମାଣ୍ଡ କରିଛନ୍ତି ।
The post ଶାଶୁ ଶର୍ମିଲାଙ୍କ ସହିତ ପ୍ରଥମ ଆଡ୍ ସୁଟ୍ କଲେ କରୀନା, ପଟୌଦୀ ପ୍ୟାଲେସରେ ହେଲା ସୁଟ୍ appeared first on KNews Odisha.