‘ଶାଶୁଘର ଲୋକଙ୍କ ନିର୍ଯାତନା ସହି ନ ପାରି ମୋ ଝିଅ ଜୀବନ ହାରିଲା’
ପାଟଣା,୧୯।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ତେଣ୍ଡେରା ପଞ୍ଚାୟତ ରସପଡା ଗ୍ରାମର ଜଣେ ୨୩ ବର୍ଷୀୟ ବିବାହିତ ମହିଳା କୀଟନାଶକ ଖାଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ଜଣକ ହେଉଛନ୍ତି ବୀର କିଶୋର ମହାନ୍ତଙ୍କ ସ୍ତ୍ରୀ ଲୀଳାବତୀ। ସୂଚନାଯୋଗ୍ୟ, ଲୀଳାବତୀଙ୍କ ସାମୀ ହାଇଦ୍ରାବାଦର ଏକ କନଷ୍ଟ୍ରକ୍ସନ କମ୍ପାନ ରେ କାର୍ଯ୍ୟ କରନ୍ତି। ମଙ୍ଗଳବାର ପୂର୍ବାହ୍ନରେ ଲୀଳାବତୀଙ୍କ ଶାଶୁଙ୍କ ସହ କଳହରୁ ସେ ବାଡ଼ି ପଟକୁ ଯାଇ କୀଟନାଶକ ଖାଇ ଦେଇଥିଲେ। ପଡୋଶୀ ତାଙ୍କୁ ଗୁରୁତର […] The post ‘ଶାଶୁଘର ଲୋକଙ୍କ ନିର୍ଯାତନା ସହି ନ ପାରି ମୋ ଝିଅ ଜୀବନ ହାରିଲା’ appeared first on Dharitri Odia News.
ପାଟଣା,୧୯।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ତେଣ୍ଡେରା ପଞ୍ଚାୟତ ରସପଡା ଗ୍ରାମର ଜଣେ ୨୩ ବର୍ଷୀୟ ବିବାହିତ ମହିଳା କୀଟନାଶକ ଖାଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ଜଣକ ହେଉଛନ୍ତି ବୀର କିଶୋର ମହାନ୍ତଙ୍କ ସ୍ତ୍ରୀ ଲୀଳାବତୀ।
ସୂଚନାଯୋଗ୍ୟ, ଲୀଳାବତୀଙ୍କ ସାମୀ ହାଇଦ୍ରାବାଦର ଏକ କନଷ୍ଟ୍ରକ୍ସନ କମ୍ପାନ ରେ କାର୍ଯ୍ୟ କରନ୍ତି। ମଙ୍ଗଳବାର ପୂର୍ବାହ୍ନରେ ଲୀଳାବତୀଙ୍କ ଶାଶୁଙ୍କ ସହ କଳହରୁ ସେ ବାଡ଼ି ପଟକୁ ଯାଇ କୀଟନାଶକ ଖାଇ ଦେଇଥିଲେ। ପଡୋଶୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହାପରେ ସଦର ଥାନା ଧୋ ଗୋଠ ଗାଁର ଲୀଳାବତୀଙ୍କ ମା’ ମନ୍ଦୋଦରୀ ପାଟଣା ଥାନାରେ ପହଞ୍ଚି ତାଙ୍କ ଝିଅ ଲୀଳାବତୀଙ୍କୁ ଶାଶୁ କମଳା ଓ ଶ୍ୱଶୁର ଦାମୋଦର ବିଭିନ୍ନ ସମୟରେ ସେମାନଙ୍କ ଝିଅ ମାନଙ୍କ କଥାରେ ପଡ଼ି ଗାଡ଼ି ଦାଦି କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଆଜି ମଧ୍ୟ କମଳା ଝିଅକୁ ମାରଧର କରିବା ସହ ଗାଳିଗୁଲଜ କରିବାରୁ ଝିଅ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛି। ଏଥିପୂର୍ବରୁ ଝିଅ ମୋର ଶାଶୁ ନିର୍ଯାତନା ସହି ନ ପାରି ୨ଥର ଜଙ୍ଗଲରେ ଆଶ୍ରୟ ନେଇଥିଲେ। ଉକ୍ତ ଗାଁରେ ଥିବା ମୋର ବଡ ଝିଅ ତାଙ୍କୁ ଉଦ୍ଧାର କରିଥିଲେ । ଏନେଇ ପାଟଣା ଥାନା ରେ ୨୪୫/୨୪ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି ବୋଲି ଥାନା ଏସଆଇ ଲକ୍ଷ୍ମଣ ମାଝି କହିଛନ୍ତି।
The post ‘ଶାଶୁଘର ଲୋକଙ୍କ ନିର୍ଯାତନା ସହି ନ ପାରି ମୋ ଝିଅ ଜୀବନ ହାରିଲା’ appeared first on Dharitri Odia News.