ଶାହାରୁଖଙ୍କୁ ‘ଅଙ୍କଲ୍‌’ ଡାକିଲେ ଅମ୍ବାନୀଙ୍କ ଭାବି ବୋହୂ, ଭାଇରାଲ ହେଉଛି Video

ବମ୍ବେ: ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖଙ୍କ କ୍ରେଜ୍‌ ଆଜି ବି ରହିଛି। ମହିଳା ପ୍ରଶଂସକମାନେ ତାଙ୍କୁ ଫିଲ୍ମ ପରଦାରେ ଦେଖିବାକୁ ଅପେକ୍ଷା କରି ରହିଥାନ୍ତି। ହେଲେ ଅମ୍ବାନୀଙ୍କ ପ୍ରି-ଓ୍ବେଡିଂରେ ଏକ ଭିନ୍ନ ଘଟଣା ଘଟିଛି। ଭାବି ବୋହୂ ଶାହାରୁଖଙ୍କୁ ‘ଅଙ୍କଲ’ ବୋଲି ଡାକିଥିବା ଦେଖାଯାଇଛି। ଏହାର ଭିଡିଓ ଭାଇରାଲ ହେବା ପରେ ଲୋକେ ତାଙ୍କ ମଜା ଉଡାଉଛନ୍ତି। ବିଜିନେସ୍‌ ଟାଇକୁନ୍‌ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତଙ୍କ ପ୍ରି-ଓ୍ବେଡିଂ ଉତ୍ସବରେ ଯୋଗଦେବାକୁ ବଲିଉଡ ତାରକାମାନେ ପହଞ୍ଚିଥିଲେ। ଏଥିରେ ଶାହାରୁଖ-ସଲମାନ-ଆମିର […] The post ଶାହାରୁଖଙ୍କୁ ‘ଅଙ୍କଲ୍‌’ ଡାକିଲେ ଅମ୍ବାନୀଙ୍କ ଭାବି ବୋହୂ, ଭାଇରାଲ ହେଉଛି Video appeared first on Dharitri Odia News.

ଶାହାରୁଖଙ୍କୁ ‘ଅଙ୍କଲ୍‌’ ଡାକିଲେ ଅମ୍ବାନୀଙ୍କ ଭାବି ବୋହୂ, ଭାଇରାଲ ହେଉଛି Video

ବମ୍ବେ: ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖଙ୍କ କ୍ରେଜ୍‌ ଆଜି ବି ରହିଛି। ମହିଳା ପ୍ରଶଂସକମାନେ ତାଙ୍କୁ ଫିଲ୍ମ ପରଦାରେ ଦେଖିବାକୁ ଅପେକ୍ଷା କରି ରହିଥାନ୍ତି। ହେଲେ ଅମ୍ବାନୀଙ୍କ ପ୍ରି-ଓ୍ବେଡିଂରେ ଏକ ଭିନ୍ନ ଘଟଣା ଘଟିଛି। ଭାବି ବୋହୂ ଶାହାରୁଖଙ୍କୁ ‘ଅଙ୍କଲ’ ବୋଲି ଡାକିଥିବା ଦେଖାଯାଇଛି। ଏହାର ଭିଡିଓ ଭାଇରାଲ ହେବା ପରେ ଲୋକେ ତାଙ୍କ ମଜା ଉଡାଉଛନ୍ତି।

ବିଜିନେସ୍‌ ଟାଇକୁନ୍‌ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତଙ୍କ ପ୍ରି-ଓ୍ବେଡିଂ ଉତ୍ସବରେ ଯୋଗଦେବାକୁ ବଲିଉଡ ତାରକାମାନେ ପହଞ୍ଚିଥିଲେ। ଏଥିରେ ଶାହାରୁଖ-ସଲମାନ-ଆମିର ଗୋଟିଏ ମଞ୍ଚରେ ଏକାଠି ହୋଇ ନାଚିଥିଲେ। ଏହାର ଦୃଶ୍ୟ ପ୍ରଶଂସକଙ୍କ ହୃଦୟ ଜିତିଥିଲା।

ଭାଇରାଲ ଭିଡିଓରେ ଅନନ୍ତ, ରାଧିକା ଏବଂ ଶାହାରୁଖ ଏକାଠି ଛିଡ଼ା ହୋଇଛନ୍ତି। ଏହି ସମୟରେ ରାଧିକା କହୁଛନ୍ତି ‘ଶାହାରୁଖ ଅଙ୍କଲ୍‌ ଆପଣ ଏଠାରେ ଅଛନ୍ତି ତ ଆମେ ଗୋଟିଏ ଡାଏଲଗ୍‌ ଶୁଣିବାକୁ ଚାହୁଁଛୁ। ’ ଏହାର ଜବାବରେ ଶାହାରୁଖ କୁହନ୍ତି, ‘ଯଦି ମୋ’ ସ୍ଥାନରେ ଅକ୍ଷୟ କୁମାର ଥାନ୍ତେ ତେବେ ତୁମେ ତାଙ୍କ ଡାଏଲଗ୍‌ କହିଥାନ୍ତ’।

The post ଶାହାରୁଖଙ୍କୁ ‘ଅଙ୍କଲ୍‌’ ଡାକିଲେ ଅମ୍ବାନୀଙ୍କ ଭାବି ବୋହୂ, ଭାଇରାଲ ହେଉଛି Video appeared first on Dharitri Odia News.