ଶିକାର କରିବାକୁ ଆସି ଫସିଲା ନାଗ, ଉଦ୍ଧାର ପରେ ଛଡାଗଲା ଅନ୍ୟତ୍ର
ବାଲିପାଟଣା ୨୮/୧୦: ରାଜଧାନୀ ଉପକଣ୍ଠ ବାଳକାଟି ନିକଟସ୍ଥ ଗଡଶ୍ରୀରାମପୁର ଗ୍ରାମରେ ପାରା ଭାଡିରେ ଫସିଲା ନାଗ । ପାରା ଶିକାର କରିବାକୁ ଆସି ଏକ ୪ ଫୁଟ ଲମ୍ବର ନାଗସାପ ପାରା ଭାଡି ଜାଲିରେ ଫସି ଯାଇଥିଲା । ଗଡଶ୍ରୀରାମପୁର ଗ୍ରାମର ଚିନ୍ମୟ ପାତ୍ରଙ୍କ ଘରେ ଆଜି ପାରାମାନଙ୍କୁ ଦାନା ଦେବା ପାଇଁ ଯାଇ ତାଙ୍କ ପୁଅ ଯାଇଥିଲେ । ମାତ୍ର ପାରା ଭାଡ଼ିରେ ଲାଗିଥିବା ଲୁହା ଜାଲି ଭିତରେ ଗୋଟିଏ ୪ ଫୁଟ ଲମ୍ବର ନାଗ ସାପ ଫସି, ଝୁଲି ରହିଥିବା ଦେଖିଥିଲେ ତାଙ୍କ ପୁଅ । ସାପକୁ ଦେଖି ସ୍ନେକ୍ ହେଲ୍ପ ଲାଇନକୁ ଫୋନ୍ କରିଥିଲେ । ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ବିରଞ୍ଚି ନାରାୟଣ ଆଚାର୍ଯ୍ୟ ଘଟଣା ସ୍ଥଳରେ ପହଞ୍ଚି ଯତ୍ନର ସହିତ ନାଗ ସାପକୁ ଲୁହା ଜାଲି ଭିତରୁ ଉଦ୍ଧାର କରିଥିଲେ । ସାପଟି ପାରା ମାନଙ୍କର କୌଣସି କ୍ଷତି ଘଟାଇପାରି ନ ଥିଲା । ସାପଟିକୁ ଗାଆଁ ଠାରୁ ଦୂରରେ ଅନ୍ୟତ୍ର ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି ।
ବାଲିପାଟଣା ୨୮/୧୦: ରାଜଧାନୀ ଉପକଣ୍ଠ ବାଳକାଟି ନିକଟସ୍ଥ ଗଡଶ୍ରୀରାମପୁର ଗ୍ରାମରେ ପାରା ଭାଡିରେ ଫସିଲା ନାଗ । ପାରା ଶିକାର କରିବାକୁ ଆସି ଏକ ୪ ଫୁଟ ଲମ୍ବର ନାଗସାପ ପାରା ଭାଡି ଜାଲିରେ ଫସି ଯାଇଥିଲା ।
ଗଡଶ୍ରୀରାମପୁର ଗ୍ରାମର ଚିନ୍ମୟ ପାତ୍ରଙ୍କ ଘରେ ଆଜି ପାରାମାନଙ୍କୁ ଦାନା ଦେବା ପାଇଁ ଯାଇ ତାଙ୍କ ପୁଅ ଯାଇଥିଲେ । ମାତ୍ର ପାରା ଭାଡ଼ିରେ ଲାଗିଥିବା ଲୁହା ଜାଲି ଭିତରେ ଗୋଟିଏ ୪ ଫୁଟ ଲମ୍ବର ନାଗ ସାପ ଫସି, ଝୁଲି ରହିଥିବା ଦେଖିଥିଲେ ତାଙ୍କ ପୁଅ । ସାପକୁ ଦେଖି ସ୍ନେକ୍ ହେଲ୍ପ ଲାଇନକୁ ଫୋନ୍ କରିଥିଲେ ।
ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ବିରଞ୍ଚି ନାରାୟଣ ଆଚାର୍ଯ୍ୟ ଘଟଣା ସ୍ଥଳରେ ପହଞ୍ଚି ଯତ୍ନର ସହିତ ନାଗ ସାପକୁ ଲୁହା ଜାଲି ଭିତରୁ ଉଦ୍ଧାର କରିଥିଲେ । ସାପଟି ପାରା ମାନଙ୍କର କୌଣସି କ୍ଷତି ଘଟାଇପାରି ନ ଥିଲା । ସାପଟିକୁ ଗାଆଁ ଠାରୁ ଦୂରରେ ଅନ୍ୟତ୍ର ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି ।