ଅନୁରାଗଙ୍କ ପରେ ବଲିଉଡ୍କୁ ବାଏ ବାଏ କହିବେ ସନ୍ନି ଦେଓଲ ! ଅଭିନେତା କଲେ ଖୁଲାସା
ମୁମ୍ଵାଇ ୨୫।୦୩; ବଲିଉଡ ଅଭିନେତା ସନ୍ନି ଦେଓଲଙ୍କର ଇଣ୍ଡଷ୍ଟ୍ରିରେ ବେଶ୍ ଦବ୍ଦାବ। ବର୍ତ୍ତମାନ ସେ ତାଙ୍କ ଚଳଚ୍ଚିତ୍ର Jaat ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଜାଟ୍ ହେଉଛି ଏକ ଆକ୍ସନ୍-ଥ୍ରୀଲର୍ ଫିଲ୍ମ। ଯାହା ରିଲିଜ୍ ପାଇଁ ପ୍ରସ୍ତୁତ । ବଲିଉଡର ସେଲିବ୍ରିଟମାନେ ଏବେ ଦକ୍ଷିଣ ଆଡକୁ ମୁହାଁଉ କରୁଛନ୍ତି। ନିକଟରେ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପ ମଧ୍ୟ ବଲିଉଡ ଛାଡି ଦକ୍ଷିଣକୁ ଶିଫ୍ଟ ହୋଇଛନ୍ତି। ଏଥିରୁ ଜଣାପଡୁଛି ଯେ ସନ୍ନି ଦେଓଲ ମଧ୍ୟ ତାଙ୍କୁ ଫଲୋ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଖୁବ୍ ଶୀଘ୍ର ସନ୍ନି ଦେଓଲ୍ ତେଲୁଗୁ ଚଳଚ୍ଚିତ୍ରରେ ନଜର ଆସିବେ। ସେ ଚଳଚ୍ଚିତ୍ର ନିର୍ମାତା ଗୋପୀଚାନ୍ଦ ମଲିନେନିଙ୍କ ସହ ହାତ ମିଳାଇଛନ୍ତି। ବର୍ତ୍ତମାନ ସେ ଖୁବ୍ ଶୀଘ୍ର ସାଉଥ୍ ଇଣ୍ଡଷ୍ଟ୍ରିରେ ମଧ୍ୟ ଧମାଲ କରୁଥିବା ଦେଖିବାକୁ ମିଳିବ । ସନ୍ନିଙ୍କ ଦକ୍ଷିଣୀ ଅନ୍ଦାଜ୍ ଦେଖିବାକୁ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି । ସନ୍ନି ଦେଓଲ ଏବଂ ରଣଦୀପ ହୁଡା ୨୪ ମାର୍ଚ୍ଚରେ ସେମାନଙ୍କ ଫିଲ୍ମ ଜାଟ୍ର ଟ୍ରେଲର ଲଞ୍ଚ କରିଥିଲେ। ଟ୍ରେଲର ଲଞ୍ଚ ଇଭେଣ୍ଟରେ ସନ୍ନି ଦକ୍ଷିଣର ପ୍ରଡ୍ୟୁସର ଏବଂ ଚଳଚ୍ଚିତ୍ର ନିର୍ମାତାଙ୍କୁ ପ୍ରଶଂସା କରିଥିଲେ । କହିଛନ୍ତି- ଢାଇ କିଲୋ କା ହାତ ସମଗ୍ର ନର୍ଥ ଦେଖିସାରିଛି । ଏବେ ସାଉଥ ଦେଖିବ । 'ମୁଁ ଆଶା କରୁଛି ଯେ ବଲିଉଡ ନିର୍ମାତାମାନେ ଦକ୍ଷିଣ ନିର୍ମାତାଙ୍କଠାରୁ କିଛି ଶିଖିବା ଉଚିତ୍। ପ୍ରଥମେ ହିନ୍ଦୀ
ମୁମ୍ଵାଇ ୨୫।୦୩; ବଲିଉଡ ଅଭିନେତା ସନ୍ନି ଦେଓଲଙ୍କର ଇଣ୍ଡଷ୍ଟ୍ରିରେ ବେଶ୍ ଦବ୍ଦାବ। ବର୍ତ୍ତମାନ ସେ ତାଙ୍କ ଚଳଚ୍ଚିତ୍ର Jaat ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଜାଟ୍ ହେଉଛି ଏକ ଆକ୍ସନ୍-ଥ୍ରୀଲର୍ ଫିଲ୍ମ। ଯାହା ରିଲିଜ୍ ପାଇଁ ପ୍ରସ୍ତୁତ । ବଲିଉଡର ସେଲିବ୍ରିଟମାନେ ଏବେ ଦକ୍ଷିଣ ଆଡକୁ ମୁହାଁଉ କରୁଛନ୍ତି। ନିକଟରେ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପ ମଧ୍ୟ ବଲିଉଡ ଛାଡି ଦକ୍ଷିଣକୁ ଶିଫ୍ଟ ହୋଇଛନ୍ତି। ଏଥିରୁ ଜଣାପଡୁଛି ଯେ ସନ୍ନି ଦେଓଲ ମଧ୍ୟ ତାଙ୍କୁ ଫଲୋ କରିବାକୁ ପ୍ରସ୍ତୁତ ହେଉଛନ୍ତି।

ଖୁବ୍ ଶୀଘ୍ର ସନ୍ନି ଦେଓଲ୍ ତେଲୁଗୁ ଚଳଚ୍ଚିତ୍ରରେ ନଜର ଆସିବେ। ସେ ଚଳଚ୍ଚିତ୍ର ନିର୍ମାତା ଗୋପୀଚାନ୍ଦ ମଲିନେନିଙ୍କ ସହ ହାତ ମିଳାଇଛନ୍ତି। ବର୍ତ୍ତମାନ ସେ ଖୁବ୍ ଶୀଘ୍ର ସାଉଥ୍ ଇଣ୍ଡଷ୍ଟ୍ରିରେ ମଧ୍ୟ ଧମାଲ କରୁଥିବା ଦେଖିବାକୁ ମିଳିବ । ସନ୍ନିଙ୍କ ଦକ୍ଷିଣୀ ଅନ୍ଦାଜ୍ ଦେଖିବାକୁ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି । ସନ୍ନି ଦେଓଲ ଏବଂ ରଣଦୀପ ହୁଡା ୨୪ ମାର୍ଚ୍ଚରେ ସେମାନଙ୍କ ଫିଲ୍ମ ଜାଟ୍ର ଟ୍ରେଲର ଲଞ୍ଚ କରିଥିଲେ। ଟ୍ରେଲର ଲଞ୍ଚ ଇଭେଣ୍ଟରେ ସନ୍ନି ଦକ୍ଷିଣର ପ୍ରଡ୍ୟୁସର ଏବଂ ଚଳଚ୍ଚିତ୍ର ନିର୍ମାତାଙ୍କୁ ପ୍ରଶଂସା କରିଥିଲେ । କହିଛନ୍ତି- ଢାଇ କିଲୋ କା ହାତ ସମଗ୍ର ନର୍ଥ ଦେଖିସାରିଛି । ଏବେ ସାଉଥ ଦେଖିବ । 'ମୁଁ ଆଶା କରୁଛି ଯେ ବଲିଉଡ ନିର୍ମାତାମାନେ ଦକ୍ଷିଣ ନିର୍ମାତାଙ୍କଠାରୁ କିଛି ଶିଖିବା ଉଚିତ୍। ପ୍ରଥମେ ହିନ୍ଦୀ ସିନେମା ତିଆରି କର ଏବଂ ତା’ପରେ ଶିଖ ସିନେମା କିପରି କରାଯାଏ।

ହିନ୍ଦୀ ଏବଂ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ତୁଳନାରେ ସନ୍ନି ଦେଓଲ କହିଛନ୍ତି ଯେ ସ୍କ୍ରିପ୍ଟ ହେଉଛି ହିରୋ। ତେଣୁ ଦକ୍ଷିଣ ଭାରତୀୟ ସିନେମାରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ହୋଇଥିବାରୁ ନିର୍ମାଣ ସମୟରେ ସେ ବହୁତ ମଜା କରିଥିଲେ। ସନ୍ନି ଫିଲ୍ମ ନିର୍ମାତାଙ୍କୁ ତାଙ୍କ ସହ ଆଉ ଏକ ଫିଲ୍ମ ନିର୍ମାଣ କରିବାକୁ କହୁଛନ୍ତି।