ଶିକ୍ଷକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସଵ ଅନୁଷ୍ଠିତ।

କଳାହାଣ୍ଡି:୦୩/୦୫ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖିଗୁଡ଼ା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସମ୍ବର୍ଦ୍ଧନା ସଭା ସଂଘ ସଭାପତି ପ୍ରମୋଦ କୁମାର ଠାକୁର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଭାତ କୁମାର ଖମାରୀ, ମୁଖ୍ୟ ବକ୍ତା ଭାବେ ବରିଷ୍ଟ ସମାଜସେବୀ ଶେଷଦେବ ବେହେରା, ସମ୍ମାନିତ ଅତିଥି ଭାବେ ସଂଘ ସମ୍ପାଦକ ଲଳିତ କୁମାର ନାଏକ, ବି ଆର୍ ସି ସି ସୁରେନ୍ଦ୍ର ମୋହନ ଯୋଶୀ, ବରିଷ୍ଟ ସହାୟକ ଶୋଭରମ୍ […] The post ଶିକ୍ଷକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସଵ ଅନୁଷ୍ଠିତ। appeared first on Odisha.News.

ଶିକ୍ଷକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସଵ ଅନୁଷ୍ଠିତ।

କଳାହାଣ୍ଡି:୦୩/୦୫
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖିଗୁଡ଼ା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସମ୍ବର୍ଦ୍ଧନା ସଭା ସଂଘ ସଭାପତି ପ୍ରମୋଦ କୁମାର ଠାକୁର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଭାତ କୁମାର ଖମାରୀ, ମୁଖ୍ୟ ବକ୍ତା ଭାବେ ବରିଷ୍ଟ ସମାଜସେବୀ ଶେଷଦେବ ବେହେରା, ସମ୍ମାନିତ ଅତିଥି ଭାବେ ସଂଘ ସମ୍ପାଦକ ଲଳିତ କୁମାର ନାଏକ, ବି ଆର୍ ସି ସି ସୁରେନ୍ଦ୍ର ମୋହନ ଯୋଶୀ, ବରିଷ୍ଟ ସହାୟକ ଶୋଭରମ୍ ଜାଲ,ସହ ସହାୟକ ବିଶ୍ଵନାଥ ପାଢ଼ୀ, ସିଆରସିସି ଦୁର୍ଯ୍ୟୋଧନ ବାଣୁଆ, ତାପସ ପଣ୍ଡା, ଦେବେନ୍ଦ୍ର ରାଉତ, ଧରିତ୍ରୀ ଖବରଦାତା ବାପି ବୈଠାରୁ ପ୍ରମୁଖ ମଞ୍ଚାସିନ ଥିଲେ। ବିଦାୟୀ ଶିକ୍ଷକ ସୁବାସ ସାହୁ, ଯଶୋବନ୍ତ ପଣ୍ଡା, ରତନ ଶବର, ମୁରଲୀ ଧର ସାହୁ ଚାରିଜଣଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ ସହ ଉପଢୌକନ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ମୁଖିଗୁଡା କ୍ଲଷ୍ଟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଉପସଭାନେତ୍ରୀ ରଶ୍ମିତା ବେହେରା, ସୁବୋଧ ପଣ୍ଡା, ମାନସିଂହ ଶବର, ଚମାର ସେଠୀ, ମନସ୍ଵିନୀ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ଉପସଭାପତି ସଞ୍ଜୟ ପଣ୍ଡା ସଭାକାର୍ଯ୍ୟ ପରିଚାଳନା ଓ ରଶ୍ମିତା ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।

The post ଶିକ୍ଷକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସଵ ଅନୁଷ୍ଠିତ। appeared first on Odisha.News.