ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲଗାଇଲେ ହାଇକୋର୍ଟ; ନୂଆ ଲିଷ୍ଟ ଜାରି କରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୬।୮: ୬୯ ହଜାର ଶିକ୍ଷକ ନିଯୁକ୍ତି ମାମଲାରେ ବଡ଼ ରାୟ ଦେଇଛନ୍ତି ହାଇକୋର୍ଟ। କୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ଶିକ୍ଷକ ନିଯୁକ୍ତି ମେରିଟ୍ ଲିଷ୍ଟକୁ ଖାରଜ କରି ଦେଇଛନ୍ତି। ଏଥିସହିତ ସଂରକ୍ଷଣ ନିୟମ ୧୯୯୪ର ଧାରା-୩(୬) ଏବଂ ମୌଳିକ ଶିକ୍ଷା ନିୟମାବଳୀ ୧୯୮୧ର ପାଳନ କରିବାକୁ ଆଦେଶ ଦେଇଛନ୍ତି। ଆଲ୍ଲାହାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ୬୯ ,୦୦୦ ସହଯୋଗୀ ଶିକ୍ଷକ ନିଯୁକ୍ତି ପରୀକ୍ଷାର ଫଳାଫଳ ନୂଆ ରୂପରେ ଜାରି କରିବାକୁ କହିଛନ୍ତି। ଏବେ ମୌଳିକ ବିଭାଗର ୩ ମାସ […] The post ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲଗାଇଲେ ହାଇକୋର୍ଟ; ନୂଆ ଲିଷ୍ଟ ଜାରି କରିବାକୁ ନିର୍ଦ୍ଦେଶ appeared first on Dharitri Odia News.
ନୂଆଦିଲ୍ଲୀ,୧୬।୮: ୬୯ ହଜାର ଶିକ୍ଷକ ନିଯୁକ୍ତି ମାମଲାରେ ବଡ଼ ରାୟ ଦେଇଛନ୍ତି ହାଇକୋର୍ଟ। କୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ଶିକ୍ଷକ ନିଯୁକ୍ତି ମେରିଟ୍ ଲିଷ୍ଟକୁ ଖାରଜ କରି ଦେଇଛନ୍ତି। ଏଥିସହିତ ସଂରକ୍ଷଣ ନିୟମ ୧୯୯୪ର ଧାରା-୩(୬) ଏବଂ ମୌଳିକ ଶିକ୍ଷା ନିୟମାବଳୀ ୧୯୮୧ର ପାଳନ କରିବାକୁ ଆଦେଶ ଦେଇଛନ୍ତି।
ଆଲ୍ଲାହାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ୬୯ ,୦୦୦ ସହଯୋଗୀ ଶିକ୍ଷକ ନିଯୁକ୍ତି ପରୀକ୍ଷାର ଫଳାଫଳ ନୂଆ ରୂପରେ ଜାରି କରିବାକୁ କହିଛନ୍ତି। ଏବେ ମୌଳିକ ବିଭାଗର ୩ ମାସ ମଧ୍ୟରେ ନୂଆ ତାଲିକା ଜାରି କରିବାକୁ ହେବ। ଆଲ୍ଲାହାବାଦ ହାଇକୋର୍ଟଙ୍କ ଏହି ରାୟ ପରେ ଉତ୍ତରପ୍ରଦେଶ ରାଜ୍ୟ ସରକାରଙ୍କୁ ବଡ଼ ଝଟକା ଲାଗିଛି। ନୂଆ ଚୟନ ତାଲିକା ପ୍ରସ୍ତୁତ କରିବାକୁ ହାଇକୋର୍ଟ କହିବା ପରେ ଗତ ଚାରିବର୍ଷ ହେଲା ନିଯୁକ୍ତ ପାଇଥିବା ଶିକ୍ଷକ ଚାକିରି ହରାଇବେ।
୬୯ ହଜାର ଶିକ୍ଷକ ନିଯୁକ୍ତିରେ ସଂରକ୍ଷଣ ଅନିୟମିତତା ମାମଲା ଦୀର୍ଘ ଦିନ ଧରି ହାଇକୋର୍ଟରେ ବିଚାରାଧୀନ ଥିଲା। ଶିକ୍ଷକ ନିଯୁକ୍ତିରେ ୧୯ ହଜାର ସିଟ୍ ସଂରକ୍ଷଣ ନେଇ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏଥିରେ ଅସଙ୍ଗତି ଅଭିଯୋଗ କରି ଅନେକ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ୬୯ ହଜାର ଶିକ୍ଷକ ନିଯୁକ୍ତିରେ ସଂରକ୍ଷଣ ଅନିୟମିତତା ମାମଲା ଦୀର୍ଘ ଦିନ ଧରି ହାଇକୋର୍ଟରେ ବିଚାରାଧୀନ ଥିଲା। ବିଦ୍ୟମାନ ଥିବା ୬୯ ,୦୦୦ ସହଯୋଗୀ ଶିକ୍ଷକଙ୍କ ତାଲିକାକୁ ଭୁଲ ବୋଲି ବିଚାର କରି ହାଇକୋର୍ଟ ମେରିଟ ତାଲିକା ବାତିଲ କରିଛନ୍ତି। ୩ ମାସ ମଧ୍ୟରେ ଏକ ନୂତନ ଯୋଗ୍ୟତା ତାଲିକା ପ୍ରସ୍ତୁତ କରିବାକୁ ଉତ୍ତରପ୍ରଦେଶ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ସଂରକ୍ଷଣ ନିୟମ ଏବଂ ମୌଳିକ ଶିକ୍ଷା ନିୟମ ଅନୁଯାୟୀ ଏହା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
The post ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲଗାଇଲେ ହାଇକୋର୍ଟ; ନୂଆ ଲିଷ୍ଟ ଜାରି କରିବାକୁ ନିର୍ଦ୍ଦେଶ appeared first on Dharitri Odia News.