ଶିକ୍ଷକଙ୍କୁ ତାଲା ପକାଇଲେ ଅଭିଭାବକ

ନୀଳଗିରି,୨୯।୬: ବାଲେଶ୍ୱର ଜିଲା ନୀଳଗିରି ଥାନା ରାଉଳଖୁଣ୍ଟା ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା ପ୍ରତିବାଦରେ ଶନିବାର ସ୍କୁଲରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ତାଲା ପକାଇ ଅଭିଭାବକ ଆନ୍ଦୋଳନ କରିଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ସ୍କୁଲ ପରିସର ଅପରିଷ୍କାର ରହୁଥିଲା। ଏନେଇ ଅଭିଭାବକଙ୍କ ମହଳରେ ଅସନ୍ତୋଷ ଦେଖାଦେଇଛି। ଅଭିଭାବକମାନେ ସ୍କୁଲରେ ପହଞ୍ଚି ସ୍କୁଲ ପରିସର ସଫା ସୁତୁରା ରଖିବା ସହ ଅନ୍ୟ ସବୁ ସମସ୍ୟାନ ସମାଧାନ କରିବାକୁ ଦାବି କରିଥିଲେ। ଏପରିକି ପ୍ରତିବାଦ ସ୍ବରୁପ ସ୍କୁଲରେ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ତାଲା ପକାଇ […] The post ଶିକ୍ଷକଙ୍କୁ ତାଲା ପକାଇଲେ ଅଭିଭାବକ appeared first on Dharitri Odia News.

ଶିକ୍ଷକଙ୍କୁ ତାଲା ପକାଇଲେ ଅଭିଭାବକ

ନୀଳଗିରି,୨୯।୬: ବାଲେଶ୍ୱର ଜିଲା ନୀଳଗିରି ଥାନା ରାଉଳଖୁଣ୍ଟା ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା ପ୍ରତିବାଦରେ ଶନିବାର ସ୍କୁଲରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ତାଲା ପକାଇ ଅଭିଭାବକ ଆନ୍ଦୋଳନ କରିଛନ୍ତି।

ବାରମ୍ବାର ଦାବି ସତ୍ତ୍ୱେ ସ୍କୁଲ ପରିସର ଅପରିଷ୍କାର ରହୁଥିଲା। ଏନେଇ ଅଭିଭାବକଙ୍କ ମହଳରେ ଅସନ୍ତୋଷ ଦେଖାଦେଇଛି। ଅଭିଭାବକମାନେ ସ୍କୁଲରେ ପହଞ୍ଚି ସ୍କୁଲ ପରିସର ସଫା ସୁତୁରା ରଖିବା ସହ ଅନ୍ୟ ସବୁ ସମସ୍ୟାନ ସମାଧାନ କରିବାକୁ ଦାବି କରିଥିଲେ। ଏପରିକି ପ୍ରତିବାଦ ସ୍ବରୁପ ସ୍କୁଲରେ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ତାଲା ପକାଇ ଦେଇଥିଲେ। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷେ ଘଟଣାସ୍ଥଳରେ କୌଣସି ଅଧିକାରୀ ପହଞ୍ଚି ନ ଥିବା ଜଣାପଡିଛି।

The post ଶିକ୍ଷକଙ୍କୁ ତାଲା ପକାଇଲେ ଅଭିଭାବକ appeared first on Dharitri Odia News.