୩୧ ଯାଏଁ ଛେଚିବ ବର୍ଷା ! ଆଜି ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ...
ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ସମ୍ଭାବ୍ୟ ବର୍ଷାକୁ ଦେଖି ଆଜି ପାଇଁ ରାଜ୍ୟର ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆସନ୍ତା ୩୧ ତାରିଖ ଯାଏଁ ଛେଚିବ ବର୍ଷା । ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ସମ୍ଭାବ୍ୟ ବର୍ଷାକୁ ଦେଖି ଆଜି ପାଇଁ ରାଜ୍ୟର ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଏହି ୫ଟି ଜିଲ୍ଲା ହେଲା ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା ଓ ନବରଙ୍ଗପୁର। ଏହି ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା ରହିଛି। ତେଣୁ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ କରିଦିଆଯାଇଛି।
ଅନ୍ୟପଟେ ବର୍ଷା ଯୋଗୁ ରାଜ୍ୟରେ ବିଭିନ୍ନ ସ୍ଥାନ ଜଳମଗ୍ନ । ବିଶେଷ କରି ମାଲକାନଗିରି ଏବଂକୋରାପୁଟ ଜିଲ୍ଲାର ଉପାନ୍ତ ଇଲାକାରେ ଜନଜୀବନ ପ୍ରଭାବିତ ହୋଇଛି । ମାଲକାନଗିରି-ମୋଟୁ କାଙ୍କୋରକୁଣ୍ଡା ପୋଲ ଉପରେ ପୁଣି ପାଣି ଚାଲୁଥିବାରୁ ପ୍ରଭାବିତ ହୋଇଛି ଯାତାୟାତ। ସେହିପରି ଗୋଦାବରୀ ନଦୀ ଫୁଲିବା କାରଣରୁ ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳକୁ ଘାରିଛି ବନ୍ୟା ଆଶଙ୍କା।
ସେପଟେ କୋରୁକୋଣ୍ଡା ବ୍ଲକ ନାକାମାମୁଡି ବାୟାପଡ଼ା ଘାଟିରେ ଭୂସ୍ଖଳନ ଦେଖିବାକୁ ମିଳିଛି । ଆଉ ଏପଟେ କୋରାପୁଟ ଲମତାପୁଟ ଓ ନନ୍ଦପୁର ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ନନ୍ଦପୁର ବାଲଡା-ରୁକୁବାକାଲାଡି ଗାଁରେ ମାଟି ଅତଡା ଖସି ରାସ୍ତାଅବରୋଧ ହୋଇଛି। ଫଳରେ ନନ୍ଦକା ଓ ଖେମୁଣ୍ଡୁଗୁଡା ପଞ୍ଚାୟତକୁ ଠପ୍ ହୋଇଯାଇଛି ଯାତାୟତ।