ଶିକ୍ଷା ଏବଂ କଳା କ୍ଷେତ୍ରରେ ଅବଦାନ ପାଇଁ ପ୍ରତିମା ପୁରସ୍କାର ୨୦୨୪ ଘୋଷଣା
ଚଳିତ ବର୍ଷ ସାମାଜିକ କର୍ମୀ ତଥା ଶିକ୍ଷାସନ୍ଧାନ ର ସଦସ୍ୟ ସମ୍ପାଦକ ଅନୀଲ ପ୍ରଧାନଙ୍କୁ ଆଦିବାସୀ ପିଲାମାନଙ୍କ ଶିକ୍ଷାରେ ଅଗ୍ରଗତି, ବିଭିନ୍ନ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଓ ପୁସ୍ତକ ପ୍ରକାଶନ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଉଦ୍ୟମ ପାଇଁ ପ୍ରତିମା ଶିକ୍ଷା ସମ୍ମାନ ୨୦୨୪ ପୁରସ୍କାର ପ୍ରଦାନ କରାଯିବ।
ଶିକ୍ଷାବିତ୍, ଲେଖକ ଓ ସମାଜସେବୀ ପ୍ରତିମା ପାଢ଼ୀଙ୍କ ୫୯ତମ ଜନ୍ମଦିନ ଅବସରରେ ପ୍ରତିମା ଫାଉଣ୍ଡେସନ୍ ତରଫରୁ ପାଳିତ ହେବାକୁ ଯାଉଥିବା ପ୍ରତିମା ପୁରସ୍କାର ଉତ୍ସବ ୨୦୨୪ରେ ଶିକ୍ଷା ଏବଂ କଳା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ପୁରସ୍କୃତ ହେଉଥିବା ଦୁଇ ପ୍ରମୁଖ ବ୍ୟକ୍ତିତ୍ଵଙ୍କ ନାମ ଘୋଷଣା ହୋଇଛି।
ଚଳିତ ବର୍ଷ ସାମାଜିକ କର୍ମୀ ତଥା ଶିକ୍ଷାସନ୍ଧାନର ସଦସ୍ୟ ସମ୍ପାଦକ ଅନୀଲ ପ୍ରଧାନଙ୍କୁ ଆଦିବାସୀ ପିଲାମାନଙ୍କ ଶିକ୍ଷାରେ ଅଗ୍ରଗତି, ବିଭିନ୍ନ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଓ ପୁସ୍ତକ ପ୍ରକାଶନ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଉଦ୍ୟମ ପାଇଁ ପ୍ରତିମା ଶିକ୍ଷା ସମ୍ମାନ ୨୦୨୪ ପୁରସ୍କାର ପ୍ରଦାନ କରାଯିବ।
ଏଥରର ପ୍ରତିମା ଶିଳ୍ପୀ ସମ୍ମାନ ପାଉଛନ୍ତି ପ୍ରସିଦ୍ଧ ପଟ୍ଟଚିତ୍ର ଶିଳ୍ପୀ ବିଜୟ କୁମାର ପରିଡ଼ା, ଯିଏ ତାଙ୍କର ଦକ୍ଷତା ଓ ସୃଜନଶୀଳତା ପାଇଁ ଶିଳ୍ପୀଗୁରୁ ସମେତ ଅନେକ ରାଜ୍ୟସ୍ତରୀୟ ଓ ଜାତୀୟ ପୁରସ୍କାର ପାଇଛନ୍ତି। ଶ୍ରୀଯୁକ୍ତ ପରିଡ଼ାଙ୍କର ପାରମ୍ପରିକ ଓଡ଼ିଆ କଳାକୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ସେ ଫ୍ରାନ୍ସିସ୍କୋ କ୍ଲେମେଣ୍ଟୋଙ୍କ ପରି ବିଶ୍ଵ ପ୍ରସିଦ୍ଧ ସମକାଳୀନ ଚିତ୍ରକରଙ୍କ ସହ କାମ କରିଛନ୍ତି।
ଆଗାମୀ ମେ ୪ ତାରିଖ, ଶନିବାର, ସନ୍ଧ୍ୟା ୬.୩୦ ସମୟରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ପ୍ରତିମା ପୁରସ୍କାର ଉତ୍ସବ ୨୦୨୪ ଅବସରରେ ବିଜୟୀ ପ୍ରତିଭାଙ୍କୁ ଫଳକ, ମାନପତ୍ର, ଉତ୍ତରୀୟ ସହ ୫୦୦୦ ଟଙ୍କାର ପୁରସ୍କାର ରାଶି ଦିଆଯାଇ ସମ୍ମାନିତ କରାଯିବ।