ଶିକ୍ଷା ଦେବା ନାମରେ ଆସି ଧର୍ମାନ୍ତରୀକରଣ କରୁଥିବା ଅଭିଯୋଗ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ କିଛି ବର୍ଷ ହେବ ଜଣେ ବ୍ୟକ୍ତି ଶିକ୍ଷା ଦେବା ନା ରେ ଆସି ରହିବା ପରେ ଅନୁସୂଚିତ ଆଦୀମ ଜନଜାତି, ଜନଜାତି ଓ ଜାତି ବର୍ଗର ଲୋକଙ୍କୁ ଧର୍ମାନ୍ତରୀକରଣ କରୁଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ନେଇ ଉଷାବାଲି ଗ୍ରାମର ଶତାଧିକ ଯୁବକ ବେଲଘର ଥାନାର ଦ୍ବାରସ୍ଥ ହୋଇଛନ୍ତି। ସେମାନଙ୍କ ଅଭିଯୋଗ ହେଲା ମଣିପୁର ରାଜ୍ୟର ଜଣେ […] The post ଶିକ୍ଷା ଦେବା ନାମରେ ଆସି ଧର୍ମାନ୍ତରୀକରଣ କରୁଥିବା ଅଭିଯୋଗ appeared first on Odisha.News.

ଶିକ୍ଷା ଦେବା ନାମରେ ଆସି ଧର୍ମାନ୍ତରୀକରଣ କରୁଥିବା ଅଭିଯୋଗ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ କିଛି ବର୍ଷ ହେବ ଜଣେ ବ୍ୟକ୍ତି ଶିକ୍ଷା ଦେବା ନା ରେ ଆସି ରହିବା ପରେ ଅନୁସୂଚିତ ଆଦୀମ ଜନଜାତି, ଜନଜାତି ଓ ଜାତି ବର୍ଗର ଲୋକଙ୍କୁ ଧର୍ମାନ୍ତରୀକରଣ କରୁଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ନେଇ ଉଷାବାଲି ଗ୍ରାମର ଶତାଧିକ ଯୁବକ ବେଲଘର ଥାନାର ଦ୍ବାରସ୍ଥ ହୋଇଛନ୍ତି। ସେମାନଙ୍କ ଅଭିଯୋଗ ହେଲା ମଣିପୁର ରାଜ୍ୟର ଜଣେ ବ୍ୟକ୍ତି ଦୀର୍ଘ ୧୦ବର୍ଷ ହେବ ଏହି ଅଞ୍ଚଳକୁ ଆସି ଅଶିକ୍ଷିତ ଅନୁସୂଚିତ ଆଦୀମ ଜନଜାତି, ଜନଜାତି ଓ ଜାତି ବର୍ଗର ଲୋକଙ୍କୁ ଶିକ୍ଷା ପ୍ରଦାନ କରିବା ନେଇ ଲୋକଙ୍କୁ ବୁଝାଇ ତରଲଙ୍ଗି ଠାରେ ରହିବା ଆରମ୍ଭ କରିଥିଲା। ଏହା ପରେ ଶିକ୍ଷା ଦେବା ନାମରେ ବିଭିନ୍ନ ଗ୍ରାମକୁ ଯାଇ ସରଳତା ଓ ନିରକ୍ଷର ର ସୁଯୋଗ ନେଇ ଧର୍ମ ପରିବର୍ତ୍ତନ କରିଥିବାର ଅଭିଯୋଗ ହୋଇଛି। ବର୍ତ୍ତମାନ ଉଷାବାଲି ଗ୍ରାମରେ ଯାଇ କିଛି ପରିବାରକୁ ବିଭିନ୍ନ ପ୍ରଲୋଭନ ଦେଖାଇବା ସହ ଧମକ ଦେଖାଇ ଧର୍ମାନ୍ତରୀକରଣ ହେବାକୁ ବାଧ୍ୟ କରୁଥିବା ନେଇ ଅଭିଯୋଗ ହେବା ପରେ ଅଞ୍ଚଳ ରେ ଚାପା ଉତ୍ତେଜନା ଦେଖାଦେଇଛି। ଏଣୁ ଉକ୍ତ ବ୍ୟକ୍ତିଙ୍କ ବିରୋଧ ରେ ଶିଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଉକ୍ତ ଅଞ୍ଚଳ ଛାଡ଼ି ତାଙ୍କ ନିଜ ଅଞ୍ଚଳ ମଣିପୁର ଚାଲିଯିବା ପାଇଁ କହିଛନ୍ତି।ବାଲେଶ୍ଵର ମାଝି, ପିତାମ୍ବର ମାଝି ଗୋବିନ୍ଦ ମାଝୀ , ସୁଜିତ ମାଝି , ସୁଶୀଳ ମାଝି ପ୍ରମୁଖ ବେଲଘର ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ବେଲଘର ଥାନା ଅଧିକାରୀ ସୌମ୍ୟରଞ୍ଜନ ପତିଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଗ୍ରାମବାସୀ ଏକ ଲିଖିତ ପତ୍ର ପ୍ରଦାନ କରିଛନ୍ତି, ତାହାର ତଦନ୍ତ କରାଯିବା ସହ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

The post ଶିକ୍ଷା ଦେବା ନାମରେ ଆସି ଧର୍ମାନ୍ତରୀକରଣ କରୁଥିବା ଅଭିଯୋଗ appeared first on Odisha.News.