ଶିକ୍ଷାର ବିକାଶ ହେଲେ ଅଞ୍ଚଳର ବିକାଶ: ଅତିଥିଙ୍କ ମତ…
କର୍ଲାମୁଣ୍ଡା,୨୫।୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ କର୍ଲାମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ବିଦ୍ୟାଳୟର ସମ୍ପାଦକ ରୂପାଧର କୁମାରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କଲେଜ ସଭାପତି ତଥା ପୂର୍ବତନ ବିଧାୟକ ଭୁପିନ୍ଦର ସିଂ, ଅତିଥି କଳାହାଣ୍ଡି ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ମୁଖ୍ୟ ବକ୍ତା ଭାବେ କସୃପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରା, ସମ୍ମାନିତ ଅତିଥି ଭାବେ କର୍ଲାମୁଣ୍ଡା […] The post ଶିକ୍ଷାର ବିକାଶ ହେଲେ ଅଞ୍ଚଳର ବିକାଶ: ଅତିଥିଙ୍କ ମତ… appeared first on Dharitri Odia News.
କର୍ଲାମୁଣ୍ଡା,୨୫।୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ କର୍ଲାମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ବିଦ୍ୟାଳୟର ସମ୍ପାଦକ ରୂପାଧର କୁମାରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କଲେଜ ସଭାପତି ତଥା ପୂର୍ବତନ ବିଧାୟକ ଭୁପିନ୍ଦର ସିଂ, ଅତିଥି କଳାହାଣ୍ଡି ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ମୁଖ୍ୟ ବକ୍ତା ଭାବେ କସୃପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରା, ସମ୍ମାନିତ ଅତିଥି ଭାବେ କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା କୁନି ସାହୁ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଗୁପ୍ତେଶର ସାହୁ, ଜିଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା ଓ ସୁରେଶ ଚୌଧୁରୀ ପ୍ରମୁଖ ଯୋଗଦେଇ ଶିକ୍ଷାର ବିକାଶ ହେଲେ ଅଞ୍ଚଳ ର ବିକାଶ ସମ୍ଭବ ବୋଲି ମତ ପ୍ରକାଶ କରିଥିଲେ।
ସଭାକୁ ଛାତ୍ରୀ ତୃପ୍ତି ମୟୀ ସାହୁ ଓ ରିଙ୍କି ସାହୁ ସଂଯୋଜନା କରିଥିବା ବେଳେ ପୁରସ୍କାର ବିତରଣ ସଭାରେ ଅଧ୍ୟାପକ ଲମ୍ବୋଦର ସାହୁ ସଂଯୋଜନା କରିଥିଲେ। ଅଧ୍ୟାପକ ଗୁର ସୁନା ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ପରିବେଷିତ ସଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା। କାର୍ଯ୍ୟକ୍ରମରେ କଲେଜ ଅଧ୍ୟାପିକା, ଅଧ୍ୟାପକଙ୍କ ସହ ସମସ୍ତ କର୍ମଚାରୀ ଓ ଛାତ୍ରୀଛାତ୍ର ତଥା ପରିଚାଳନା କମିଟିର କର୍ମକର୍ତ୍ତା ସହଯୋଗ କରିଥିଲେ।
The post ଶିକ୍ଷାର ବିକାଶ ହେଲେ ଅଞ୍ଚଳର ବିକାଶ: ଅତିଥିଙ୍କ ମତ… appeared first on Dharitri Odia News.