ଶିଖ୍‌ ଧର୍ମରେ କିପରି କରାଯାଏ ଅନ୍ତିମ ସଂସ୍କାର, ହିନ୍ଦୁ ଧର୍ମର ରୀତିନୀତି ଠାରୁ ଏହା କେତେ ଅଲଗା

ନୂଆଦିଲ୍ଲୀ,୨୮।୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଡିସେମ୍ବର ୨୬ରେ ଦେହାନ୍ତ ହୋଇଛି। ତେବେ ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯାଉଛି। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଆଜି ରାଜକୀୟ ସମ୍ମାନ ସହ ଅନ୍ତିମ ସଂସ୍କାର ଦିଆଯିବ। ଶିଖ ଧର୍ମର ରୀତିନୀତି ଏବଂ ପରମ୍ପରା ଅନୁଯାୟୀ ମନମୋହନ ସିଂଙ୍କ ଶେଷ ରୀତିନୀତି କରାଯିବ। ସମାଧି ରୀତିନୀତି ସମ୍ବନ୍ଧରେ ଭାରତର ବିଭିନ୍ନ ଧର୍ମର ଭିନ୍ନ ପ୍ରଥା ରହିଛି। ଶିଖ ଧର୍ମର ରୀତିନୀତି ହିନ୍ଦୁ ଧର୍ମର ଅନ୍ତିମ ସଂସ୍କାରଠାରୁ କେତେ ଭିନ୍ନ […] The post ଶିଖ୍‌ ଧର୍ମରେ କିପରି କରାଯାଏ ଅନ୍ତିମ ସଂସ୍କାର, ହିନ୍ଦୁ ଧର୍ମର ରୀତିନୀତି ଠାରୁ ଏହା କେତେ ଅଲଗା appeared first on Dharitri Odia News.

ଶିଖ୍‌ ଧର୍ମରେ କିପରି କରାଯାଏ ଅନ୍ତିମ ସଂସ୍କାର, ହିନ୍ଦୁ ଧର୍ମର ରୀତିନୀତି ଠାରୁ ଏହା କେତେ ଅଲଗା

ନୂଆଦିଲ୍ଲୀ,୨୮।୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଡିସେମ୍ବର ୨୬ରେ ଦେହାନ୍ତ ହୋଇଛି। ତେବେ ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯାଉଛି। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଆଜି ରାଜକୀୟ ସମ୍ମାନ ସହ ଅନ୍ତିମ ସଂସ୍କାର ଦିଆଯିବ। ଶିଖ ଧର୍ମର ରୀତିନୀତି ଏବଂ ପରମ୍ପରା ଅନୁଯାୟୀ ମନମୋହନ ସିଂଙ୍କ ଶେଷ ରୀତିନୀତି କରାଯିବ। ସମାଧି ରୀତିନୀତି ସମ୍ବନ୍ଧରେ ଭାରତର ବିଭିନ୍ନ ଧର୍ମର ଭିନ୍ନ ପ୍ରଥା ରହିଛି। ଶିଖ ଧର୍ମର ରୀତିନୀତି ହିନ୍ଦୁ ଧର୍ମର ଅନ୍ତିମ ସଂସ୍କାରଠାରୁ କେତେ ଭିନ୍ନ ଆସନ୍ତୁ ଜାଣିବା।

ଶିଖ ଧର୍ମରେ, ଅନ୍ତିମ ସଂସ୍କାର ହିନ୍ଦୁ ଧର୍ମ ସହିତ କିଛି ମାତ୍ରାରେ ସମାନ। ହିନ୍ଦୁ ଧର୍ମରେ ଯେପରି ମୃତଦେହକୁ ପୋଡି ଦିଆଯାଏ ସେହିଭଳି ଶିଖ ଧର୍ମରେ ମୃତ ଶରୀରକୁ ଅନ୍ତିମ ସଂସ୍କାର ଦିଆଯାଏ। ତେବେ ହିନ୍ଦୁ ଧର୍ମରେ ମହିଳାମାନଙ୍କୁ ମୃତଦାହକୁ ଯିବାକୁ ଦିଆଯାଇନଥାଏ। କିନ୍ତୁ ଶିଖ ଧର୍ମରେ ମହିଳାମାନେ ଅନ୍ତିମ ସଂସ୍କାରରେ ମଧ୍ୟ ଅଂଶଗ୍ରହଣ କରିପାରିବେ। ଯେତେବେଳେ ଶିଖ ଧର୍ମରେ କାହାର ମୃତ୍ୟୁ ହୁଏ ତାଙ୍କୁ ଅନ୍ତିମସଂସ୍କାର ସ୍ଥାନକୁ ନେବା ପୂର୍ବରୁ ତାଙ୍କ ଶରୀରକୁ ସ୍ନାନ କରାଯାଇଥାଏ।

ମୃତ ଶରୀରର ଅନ୍ତିମ ସଂସ୍କାର ପରେ ଶିଖ ଧର୍ମରେ ଆଗାମୀ ୧୦ ଦିନ ପାଇଁ ବିଭିନ୍ନ ପ୍ରକାରର ରୀତିନୀତି କରାଯାଏ। ସେଠାରୁ ଫେରିବା ପରେ ଶିଖ ଧର୍ମର ମୁଖ୍ୟ ଶାସ୍ତ୍ର ଗୁରୁ ଗ୍ରନ୍ଥ ସାହିବ ପାଠ କରାଯାଏ।

The post ଶିଖ୍‌ ଧର୍ମରେ କିପରି କରାଯାଏ ଅନ୍ତିମ ସଂସ୍କାର, ହିନ୍ଦୁ ଧର୍ମର ରୀତିନୀତି ଠାରୁ ଏହା କେତେ ଅଲଗା appeared first on Dharitri Odia News.