ଶିବକୁମାରଙ୍କ କଥା ଶୁଣି ରାଗିକି ପଞ୍ଚମ ହୋଇଗଲେ ଖାର୍ଗେ: କହିଦେଲେ…
ନୂଆଦିଲ୍ଲୀ,୧।୧୧: କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେ କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ‘ଶକ୍ତି’ ଯୋଜନାକୁ ପୁନର୍ବିଚାର କରିବା ବିବୃତ୍ତିରେ ରାଗିଛନ୍ତି। ଖାର୍ଗେ ଶିବକୁମାରଙ୍କୁ ସ୍ପଷ୍ଟ ଭାବରେ ତାଗିଦ କରି କହିଛନ୍ତି, କର୍ନାଟକର ପାଞ୍ଚଟି ଗ୍ୟାରେଣ୍ଟି ଦେଖି ମୁଁ ମହାରାଷ୍ଟ୍ରରେ ମଧ୍ୟ ପାଞ୍ଚଟି ଗ୍ୟାରେଣ୍ଟି ଘୋଷଣା କରିଛି, କିନ୍ତୁ ବର୍ତ୍ତମାନ ଆପଣ କହୁଛନ୍ତି ଯେ ଗୋଟିଏ ଗ୍ୟାରେଣ୍ଟି ହଟାଯିବ। ତାଙ୍କ ବିବୃତ୍ତି ଦଳ ଭିତରେ ଉତ୍ତେଜନା ବୃଦ୍ଧି କରିଛି। ଏହି ଯୋଜନା ମହିଳାମାନଙ୍କ ପାଇଁ ମାଗଣା ବସ ଯାତ୍ରା […] The post ଶିବକୁମାରଙ୍କ କଥା ଶୁଣି ରାଗିକି ପଞ୍ଚମ ହୋଇଗଲେ ଖାର୍ଗେ: କହିଦେଲେ… appeared first on Dharitri Odia News.
ନୂଆଦିଲ୍ଲୀ,୧।୧୧: କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେ କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ‘ଶକ୍ତି’ ଯୋଜନାକୁ ପୁନର୍ବିଚାର କରିବା ବିବୃତ୍ତିରେ ରାଗିଛନ୍ତି। ଖାର୍ଗେ ଶିବକୁମାରଙ୍କୁ ସ୍ପଷ୍ଟ ଭାବରେ ତାଗିଦ କରି କହିଛନ୍ତି, କର୍ନାଟକର ପାଞ୍ଚଟି ଗ୍ୟାରେଣ୍ଟି ଦେଖି ମୁଁ ମହାରାଷ୍ଟ୍ରରେ ମଧ୍ୟ ପାଞ୍ଚଟି ଗ୍ୟାରେଣ୍ଟି ଘୋଷଣା କରିଛି, କିନ୍ତୁ ବର୍ତ୍ତମାନ ଆପଣ କହୁଛନ୍ତି ଯେ ଗୋଟିଏ ଗ୍ୟାରେଣ୍ଟି ହଟାଯିବ। ତାଙ୍କ ବିବୃତ୍ତି ଦଳ ଭିତରେ ଉତ୍ତେଜନା ବୃଦ୍ଧି କରିଛି। ଏହି ଯୋଜନା ମହିଳାମାନଙ୍କ ପାଇଁ ମାଗଣା ବସ ଯାତ୍ରା ପାଇଁ ପ୍ରତିଶ୍ରୁତି ଦେଇଥାଏ।
ଡି.କେ ଶିବକୁମାର ନିକଟରେ କହିଥିଲେ, ମହିଳାମାନଙ୍କ ପାଇଁ ମାଗଣା ବସ ଯାତ୍ରା ଯୋଜନାର ପୁନଃ ମୂଲ୍ୟାଙ୍କନ କରାଯିବ କାରଣ କିଛି ମହିଳା ଟିକେଟ ଦେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ବିରୋଧୀ ଏହା ଉପରେ ଆକ୍ରମଣ କରିବାରୁ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ପରିସ୍ଥିତି ସ୍ପଷ୍ଟ କରି କହିଥିଲେ, ଏହି ଯୋଜନା ବନ୍ଦ ହେବ ନାହିଁ। ଶିବକୁମାର କେବଳ ଏକ ସମୀକ୍ଷା ପାଇଁ ପରାମର୍ଶ ଦେଇଛନ୍ତି।
ଦଳର ଆର୍ଥିକ ସ୍ଥିତି ଉପରେ କୌଣସି ଖରାପ ପ୍ରଭାବ ନ ପଡ଼ିବା ପାଇଁ ବଜେଟ ଆଧାରରେ ଯୋଜନା ଘୋଷଣା କରିବାକୁ ଖାର୍ଗେ କଂଗ୍ରେସକୁ ନିର୍ଦ୍ଦେଶ ଦେଇଛନ୍ତି। ଶିବକୁମାର ତାଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ କରି କହିଛନ୍ତ, ଏହି ଯୋଜନା ଶେଷ କରିବା ନୁହେଁ, କିନ୍ତୁ ଏହା ଏକ ବିକଳ୍ପ ହୋଇପାରେ। କର୍ନାଟକ ସରକାର ପୁନର୍ବାର ନିଶ୍ଚିତ କରିଛନ୍ତି ଯେ ‘ଶକ୍ତି’ ଯୋଜନା ସମେତ ସମସ୍ତ ନିର୍ବାଚନ ଗ୍ୟାରେଣ୍ଟି ଜାରି ରହିବ।
The post ଶିବକୁମାରଙ୍କ କଥା ଶୁଣି ରାଗିକି ପଞ୍ଚମ ହୋଇଗଲେ ଖାର୍ଗେ: କହିଦେଲେ… appeared first on Dharitri Odia News.