ଶିବମ ଦୁବେଙ୍କ ବିସ୍ଫୋରକ ବ୍ୟାଟିଂ ଜାରି, ୧୫୦ ପାର୍‌ କଲା ଚେନ୍ନାଇର ସ୍କୋର

ଚେନ୍ନାଇ,୨୬।୩: ଆଇପିଏଲ ୨୦୨୪ର ୭ମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଉଛି। ଗତ ସିଜିନ୍‌ର ଫାଇନାଲ ଖେଳିଥିବା ଏହି ଦୁଇ ଦଳ ମଙ୍ଗଳବାର ମ୍ୟାଚ୍‌ ରେ ମୁହାଁମୁହିଁ ହେଉଛନ୍ତି। ଶେଷ ବଲରେ ଗୁଜୁରାଟ ଟାଇଟନ୍ସକୁ ପରାସ୍ତ କରି ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଚମ ଥର ପାଇଁ ଆଇପିଏଲ ଜିତିଥିଲା। ଅପରପକ୍ଷେ କି ଗୁଜରାଟ କ୍ରମାଗତ ଦ୍ୱିତୀୟ ଥର ଚାମ୍ପିୟନ ହେବାରୁ ବଞ୍ଚିତ ହୋଇଥିଲା। ବର୍ତ୍ତମାନ ନୂଆ ସିଜନ୍‌ରେ ନୂଆ ଅଧିନାୟକ ସହ […] The post ଶିବମ ଦୁବେଙ୍କ ବିସ୍ଫୋରକ ବ୍ୟାଟିଂ ଜାରି, ୧୫୦ ପାର୍‌ କଲା ଚେନ୍ନାଇର ସ୍କୋର appeared first on Dharitri Odia News.

ଶିବମ ଦୁବେଙ୍କ ବିସ୍ଫୋରକ ବ୍ୟାଟିଂ ଜାରି, ୧୫୦ ପାର୍‌ କଲା ଚେନ୍ନାଇର ସ୍କୋର

ଚେନ୍ନାଇ,୨୬।୩: ଆଇପିଏଲ ୨୦୨୪ର ୭ମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଉଛି। ଗତ ସିଜିନ୍‌ର ଫାଇନାଲ ଖେଳିଥିବା ଏହି ଦୁଇ ଦଳ ମଙ୍ଗଳବାର ମ୍ୟାଚ୍‌ ରେ ମୁହାଁମୁହିଁ ହେଉଛନ୍ତି। ଶେଷ ବଲରେ ଗୁଜୁରାଟ ଟାଇଟନ୍ସକୁ ପରାସ୍ତ କରି ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଚମ ଥର ପାଇଁ ଆଇପିଏଲ ଜିତିଥିଲା। ଅପରପକ୍ଷେ କି ଗୁଜରାଟ କ୍ରମାଗତ ଦ୍ୱିତୀୟ ଥର ଚାମ୍ପିୟନ ହେବାରୁ ବଞ୍ଚିତ ହୋଇଥିଲା। ବର୍ତ୍ତମାନ ନୂଆ ସିଜନ୍‌ରେ ନୂଆ ଅଧିନାୟକ ସହ ଉଭୟ ଦଳ ମଇଦାନକୁ ଓହ୍ଲାଇଛି। ମ୍ୟାଚ୍‌ରେ ଗୁଜରାଟ ଟସ୍‌ ଜିତି ଚେନ୍ନାଇକୁ ପ୍ରଥମେ ବ୍ୟାଟିଂ କରିବାକୁ ଦେଇଛି। ଶିବମ ଦୁବେଙ୍କ ବିସ୍ଫୋରକ ବ୍ୟାଟିଂ ଜାରି ରହିଥିବା ବେଳେ ଏଯାବତ ଦଳ ୧୭ ଓଭର ସୁଦ୍ଧା ୩ ଉଇକେଟ ହରାଇ ୧୭୧ ରନ୍‌ କରିବାରେ ସଫଳ ହୋଇଛି। ଚେନ୍ନାଇରେ ଗୋଟିଏ ପରିବର୍ତ୍ତନ ହୋଇଥିବା ବେଳେ ଗୁଜରାଟରେ କୌଣସି ପରିବର୍ତ୍ତନ ହୋଇନାହିଁ।

ଗୁଜୁରାଟ ଏକାଦଶ – ଶୁଭମନ ଗିଲ (ଅଧିନାୟକ), ରିଦ୍ଧିମାନ ସାହା, ସାଇ ସୁଦର୍ଶନ, ଆଜମତୁଲ୍ଲା ଉମାରଜାଇ, ବିଜୟ ଶଙ୍କର, ଡେଭିଡ ମିଲର୍‌, ରାହୁଲ ତେୱାତିଆ, ରଶିଦ ଖାନ୍‌, ଆର ସାଇ କିଶୋର, ଉମେଶ ଯାଦବ, ସ୍ପେନ୍ସର ଜନସନ

ଚେନ୍ନାଇ ଏକାଦଶ- ରାଚିନ ରବିନ୍ଦ୍ର, ରୁତୁରାଜ ଗାଇକୱାଡ (ଅଧିନାୟକ), ଅଜିଙ୍କ୍ୟ ରାହାନେ, ଡାରେଲ ମିଚେଲ, ସମୀର ରିଜଭି, ରବିନ୍ଦ୍ର ଜାଡେଜା, ଏମ୍‌ଏସ୍‌ ଧୋନି, ଦୀପକ ଚହର, ତୁଷାର ଦେଶପାଣ୍ଡେ, ପାଥିରାନା, ମୁସ୍ତିଫିଜୁର ରହମାନ

The post ଶିବମ ଦୁବେଙ୍କ ବିସ୍ଫୋରକ ବ୍ୟାଟିଂ ଜାରି, ୧୫୦ ପାର୍‌ କଲା ଚେନ୍ନାଇର ସ୍କୋର appeared first on Dharitri Odia News.