କୋଚିଂ ସେଣ୍ଟର ଛାତ୍ର ମୃତ୍ୟୁ ଘଟଣାରେ ତାତିଲେ ପିଲା; ଦିଲ୍ଲୀ ସରକାର ଓ ଏମସିଡି ବିରୋଧରେ ପ୍ରଦର୍ଶନ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରର କୋଚିଂ ସେଣ୍ଟରରେ ଅଘଟଣା ପରେ ଧାରଣାରେ ବସିଛନ୍ତି ୟୁପିଏସସି ଆଶାୟୀ ଛାତ୍ରଛାତ୍ରୀ । ଦିଲ୍ଲୀ ସରକାର, ଏମସିଡି ଏବଂ କୋଚିଂ ସେଣ୍ଟର ବିରୋଧରେ ପ୍ରଦର୍ଶନ ହୋଇଛି । ତେବେ RAU କୋଚିଂ ସେଣ୍ଟର ପକ୍ଷରୁ କୌଣସି ବୟାନ ଜାରି ହୋଇନାହିଁ । ଯାହାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ଛାତ୍ରଛାତ୍ରୀ । ଶନିବାର ସଂଧ୍ୟା ସମୟରେ ପୁରୁଣା ରାଜେନ୍ଦ୍ର ନଗର ଅଞ୍ଚଳରେ ମୁସଳଧାରାରେ ବର୍ଷା ହୋଇଥିଲା । ଯାହା ଫଳରେ RAU IAS କୋଚିଂ ସେଣ୍ଟର ବେସ୍ ମେଣ୍ଟରେ ଧୀରେ ଧୀରେ ପାଣି ପଶିଥିଲା । ଏହା ଭିତରେ ଥିବା ୩୫ଜଣ ଫସି ଯାଇଥିଲେ । କୋଚିଂ ସେଣ୍ଟର କର୍ତ୍ତୃପକ୍ଷ ଛାତ୍ରଛାତ୍ରଙ୍କୁ ଉଦ୍ଧାର ପାଇଁ ପ୍ରୟାସ କରିଥିଲେ । ଅଧିକାଂଶ ପିଲାଙ୍କୁ ବାହାର କରାଯାଇଥିଲା । ହେଲେ ପାଣି ବୁଡ଼ି ୩ଜଣଙ୍କ ମୃତ୍ୟୁ ହୋଇଛି । ରେସକ୍ୟୁ ଟିମ୍ ପ୍ରାୟ 30 ମିନିଟ୍ ଧରି ବେସମେଣ୍ଟରୁ ବର୍ଷା ପାଣି ବାହାର କରିବା ପରେ ସେଥିରୁ ୩ପିଲାଙ୍କ ମୃତଦେହ ଉଦ୍ଧାର ଯାଇଛି । ଏହି ମାମଲାରେ ଦିଲ୍ଲୀ ସରକାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ଘଟଣାର ଛାନଭିନ୍ କରୁଛି । ଦିଲ୍ଲୀ ପୋଲିସର ସେଣ୍ଟ୍ରାଲ୍ ଡିସିପି ଏମ ହର୍ଷବର୍ଦ୍ଧନ ସୂଚନା ଦେଇ କହିଛନ୍ତି, କୋଚିଂ ସେଣ୍ଟର ବିରୋଧରେ କ୍ରିମିନାଲ୍ କେସ୍ ରୁଜୁ ହୋଇଛି । BNSର ଧାରା 105, 106(1), 115(2), 290 ଏବଂ ଧାରା 35ରେ ମାମଲା ରୁଜୁ ହୋଇଛି
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରର କୋଚିଂ ସେଣ୍ଟରରେ ଅଘଟଣା ପରେ ଧାରଣାରେ ବସିଛନ୍ତି ୟୁପିଏସସି ଆଶାୟୀ ଛାତ୍ରଛାତ୍ରୀ । ଦିଲ୍ଲୀ ସରକାର, ଏମସିଡି ଏବଂ କୋଚିଂ ସେଣ୍ଟର ବିରୋଧରେ ପ୍ରଦର୍ଶନ ହୋଇଛି । ତେବେ RAU କୋଚିଂ ସେଣ୍ଟର ପକ୍ଷରୁ କୌଣସି ବୟାନ ଜାରି ହୋଇନାହିଁ । ଯାହାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ଛାତ୍ରଛାତ୍ରୀ ।
ଶନିବାର ସଂଧ୍ୟା ସମୟରେ ପୁରୁଣା ରାଜେନ୍ଦ୍ର ନଗର ଅଞ୍ଚଳରେ ମୁସଳଧାରାରେ ବର୍ଷା ହୋଇଥିଲା । ଯାହା ଫଳରେ RAU IAS କୋଚିଂ ସେଣ୍ଟର ବେସ୍ ମେଣ୍ଟରେ ଧୀରେ ଧୀରେ ପାଣି ପଶିଥିଲା । ଏହା ଭିତରେ ଥିବା ୩୫ଜଣ ଫସି ଯାଇଥିଲେ । କୋଚିଂ ସେଣ୍ଟର କର୍ତ୍ତୃପକ୍ଷ ଛାତ୍ରଛାତ୍ରଙ୍କୁ ଉଦ୍ଧାର ପାଇଁ ପ୍ରୟାସ କରିଥିଲେ । ଅଧିକାଂଶ ପିଲାଙ୍କୁ ବାହାର କରାଯାଇଥିଲା । ହେଲେ ପାଣି ବୁଡ଼ି ୩ଜଣଙ୍କ ମୃତ୍ୟୁ ହୋଇଛି । ରେସକ୍ୟୁ ଟିମ୍ ପ୍ରାୟ 30 ମିନିଟ୍ ଧରି ବେସମେଣ୍ଟରୁ ବର୍ଷା ପାଣି ବାହାର କରିବା ପରେ ସେଥିରୁ ୩ପିଲାଙ୍କ ମୃତଦେହ ଉଦ୍ଧାର ଯାଇଛି । ଏହି ମାମଲାରେ ଦିଲ୍ଲୀ ସରକାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ପୋଲିସ ଘଟଣାର ଛାନଭିନ୍ କରୁଛି । ଦିଲ୍ଲୀ ପୋଲିସର ସେଣ୍ଟ୍ରାଲ୍ ଡିସିପି ଏମ ହର୍ଷବର୍ଦ୍ଧନ ସୂଚନା ଦେଇ କହିଛନ୍ତି, କୋଚିଂ ସେଣ୍ଟର ବିରୋଧରେ କ୍ରିମିନାଲ୍ କେସ୍ ରୁଜୁ ହୋଇଛି । BNSର ଧାରା 105, 106(1), 115(2), 290 ଏବଂ ଧାରା 35ରେ ମାମଲା ରୁଜୁ ହୋଇଛି । ଫରରେନ୍ସିଂ ଟିମ୍ ଏହି ମାମଲାର ଯାଞ୍ଚ କରୁଛି । ଏହି କେସରେ ବର୍ତ୍ତମାନ ସୁଦ୍ଧ ୨ଜଣ ଅଟକ ରଖି ପୋଲିସ୍ ପଚରାଉଚରା କରୁଛି । ଫରରେନ୍ସିଂ ଟିମ୍ ଏହି ମାମଲାର ଯାଞ୍ଚ କରୁଛି । ଏହି କେସରେ ବର୍ତ୍ତମାନ ସୁଦ୍ଧ ୨ଜଣ ଅଟକ ରଖି ପୋଲିସ୍ ପଚରାଉଚରା କରୁଛି ।
ଅନ୍ୟପଟେ ଧାରଣାରତ ଛାତ୍ରଛାତ୍ରୀମାନେ ଦିଲ୍ଲୀ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜଣେ ଛାତ୍ର କହିଛନ୍ତି, ଏହି ହୃଦୟ ବିଦାରକ ଘଟଣାରେ ଦିଲ୍ଲୀ ସରକାର କେବଳ ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଚୁପଚାପ୍ ବସିଯାଇଛନ୍ତି । ଦେଶର ଭବିଷ୍ୟତକୁ ସରୁକ୍ଷା ପ୍ରଦାନ କରିବାକୁ କେହି ବି ଆଗେଇ ଆସୁନ୍ତି । ଅନ୍ୟଜଣେ ଛାତ୍ର କହିଛନ୍ତି, ପୁରୁଣା ରାଜେନ୍ଦ୍ର ନଗରରେ ୮୦ ପ୍ରତିଶତ କୋଚିଂ ସେଣ୍ଟର ବେସ ମେଣ୍ଟରେ ଲାଇବ୍ରେରୀ ରହିଛି । ଏଠାରେ ୧୦ ମିନିଟ ବର୍ଷାରେ ପାଣି ଭରି ଯାଉଛି । ଏମସିଡି ଏହା ଉପରେ କୌଣିସି ପ୍ରକାର ଆକ୍ସନ ନେଉନଥିବା ଅଭିଯୋଗ କରିଛନ୍ତି ଛାତ୍ରଛତ୍ରୀମାନେ । ଏମସିଡି ଏହାକୁ ଦୁର୍ଘଟଣା କହୁଛି, ହେଲେ ଏହା ବଡ଼ ଅଧିକାରୀଙ୍କ ଅବହେଳା ବୋଲି ପିଲାମାନେ କହିଛନ୍ତି ।