ଟ୍ୟୁସନ ସାରି ଫେରୁଥିବା ବେଳେ ଟ୍ରାକ୍ଟର ସହ ଧକ୍କା ହେଲା ବାଇକ୍, ଦୁଇ ଛାତ୍ରଙ୍କ ମୃତ୍ୟୁ
ନିମାପଡା ୨୬।୭: ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ଅରେଇସାହି ଗାଁ ନିକଟରେ ଦୁର୍ଘଟଣା । ଗଡଚାନ୍ଦପୁର ଗ୍ରାମର ତୁଷାରକାନ୍ତି ପରିଡ଼ା ଦୁଇ ପୁତୁରାଙ୍କୁ ଖଣ୍ଡାୟତ ପାଟଣା ଗ୍ରାମରୁ ବାଇକରେ ବସାଇ ଘରକୁ ଫେରୁଥିଲେ । ସେହି ସମୟରେ ଅରେଇସାହି ଗାଁ ମୁଣ୍ଡରେ ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଦୁଇ ପୁତୁରାଙ୍କର ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ ଯେ, ସବୁଦିନ ଭଳି ଗୁରୁବାର ଦିନ ଅପରାହ୍ନରେ ଟ୍ୟୁସନକୁ ଗଡଚାନ୍ଦପୁର ଗ୍ରାମର କ୍ରୀଷ୍ଣା ଓ ଆଦିତ୍ୟ ଟ୍ୟୁସନ ଯାଇଥିଲେ । କିନ୍ତୁ ବିଧିର ବିଧାନ ବିଚିତ୍ର, ଅରେଇସାହି ଗାଁ ନିକଟରେ ଛକି ବସିଥିଲା ଯମ । ଟ୍ରାକ୍ଟର ସହ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଟ୍ରାକ୍ଟର ଚକ ତଳକୁ ଦୁଇ ପିଲା ପଳାଇ ଯାଇଥିଲେ । ଗଁ ଲୋକ ଘଟଣାସ୍ଥଳକୁ ଆସି ଦେଖନ୍ତି ଉକ୍ତ ଜାଗାରେ ଜଣକର ମୃତ୍ୟୁ ଘଟିଥିଲା । ଦୁଇ ଛାତ୍ରକୁ ଉଦ୍ଧାର କରି ୧୦୮ ଯୋଗେ ସାକ୍ଷୀଗୋପାଳ ଡାକ୍ତରଖାନାକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଉକ୍ତ ସ୍ଥାନରେ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ । ଖବର ପାଇ ବଳଙ୍ଗା ଥାନା ଅଧିକାରୀ ଦିବ୍ୟରଞ୍ଜନ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରି ଟ୍ରାକ୍ଟରକୁ ଜବତ କରି ଥାନାକୁ ନେଇଥିଲେ। ଉକ୍ତ ଦୁଇ ଛାତ୍ରଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପୁରୀ ହସ୍ପିଟାଲକୁ ବଳଙ୍ଗା ପୋଲିସ ପଠାଇଥିଲେ ।You Can Read:ରାଜ୍ୟରେ ୨୫ ଲକ୍ଷ
ନିମାପଡା ୨୬।୭: ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ଅରେଇସାହି ଗାଁ ନିକଟରେ ଦୁର୍ଘଟଣା । ଗଡଚାନ୍ଦପୁର ଗ୍ରାମର ତୁଷାରକାନ୍ତି ପରିଡ଼ା ଦୁଇ ପୁତୁରାଙ୍କୁ ଖଣ୍ଡାୟତ ପାଟଣା ଗ୍ରାମରୁ ବାଇକରେ ବସାଇ ଘରକୁ ଫେରୁଥିଲେ । ସେହି ସମୟରେ ଅରେଇସାହି ଗାଁ ମୁଣ୍ଡରେ ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଦୁଇ ପୁତୁରାଙ୍କର ମୃତ୍ୟୁ ଘଟିଛି ।
ସୂଚନାଯୋଗ୍ୟ ଯେ, ସବୁଦିନ ଭଳି ଗୁରୁବାର ଦିନ ଅପରାହ୍ନରେ ଟ୍ୟୁସନକୁ ଗଡଚାନ୍ଦପୁର ଗ୍ରାମର କ୍ରୀଷ୍ଣା ଓ ଆଦିତ୍ୟ ଟ୍ୟୁସନ ଯାଇଥିଲେ । କିନ୍ତୁ ବିଧିର ବିଧାନ ବିଚିତ୍ର, ଅରେଇସାହି ଗାଁ ନିକଟରେ ଛକି ବସିଥିଲା ଯମ । ଟ୍ରାକ୍ଟର ସହ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଟ୍ରାକ୍ଟର ଚକ ତଳକୁ ଦୁଇ ପିଲା ପଳାଇ ଯାଇଥିଲେ । ଗଁ ଲୋକ ଘଟଣାସ୍ଥଳକୁ ଆସି ଦେଖନ୍ତି ଉକ୍ତ ଜାଗାରେ ଜଣକର ମୃତ୍ୟୁ ଘଟିଥିଲା । ଦୁଇ ଛାତ୍ରକୁ ଉଦ୍ଧାର କରି ୧୦୮ ଯୋଗେ ସାକ୍ଷୀଗୋପାଳ ଡାକ୍ତରଖାନାକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଉକ୍ତ ସ୍ଥାନରେ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ । ଖବର ପାଇ ବଳଙ୍ଗା ଥାନା ଅଧିକାରୀ ଦିବ୍ୟରଞ୍ଜନ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରି ଟ୍ରାକ୍ଟରକୁ ଜବତ କରି ଥାନାକୁ ନେଇଥିଲେ। ଉକ୍ତ ଦୁଇ ଛାତ୍ରଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପୁରୀ ହସ୍ପିଟାଲକୁ ବଳଙ୍ଗା ପୋଲିସ ପଠାଇଥିଲେ ।
You Can Read: