ଓଡ଼ିଶାର ୪୭ ହଜାରରୁ ଅଧିକ ଗାଁରେ ଉପଲବ୍ଧ ଜିଓ ଡିଜିଟାଲ ସେବା, କମ୍ପାନି ଦେଲା ତଥ୍ୟ
ଭୁବନେଶ୍ୱର: ଓଡ଼ିଶାର ପ୍ରାୟ ୪୭ ହଜାରରୁ ଅଧିକ ଗାଁରେ ସେବା ଯୋଗାଇଛି ଦେଶର ସବୁଠୁ ବଡ଼ ଘରୋଇ ଟେଲିକମ କମ୍ପାନି ରିଲାଏନ୍ସ ଜିଓ। କମ୍ପାନି ଏହାର ୪ଜି ଏବଂ ୫ଜି ନେଟୱର୍କ ସହ ଓଡ଼ିଶାର ହଜାର ହଜାର ଦୁର୍ଗମ ଗାଁ ଗୁଡ଼ିକୁ ଡିଜିଟାଲ ସେବା ସହ ଯୋଡ଼ିବାରେ ସଫଳ ହୋଇଛି । ଏନେଇ କମ୍ପାନି ଏହାର ଏକ ରିପୋର୍ଟ ଜାରି କରି ସୂଚନା ଦେଇଛି । କମ୍ପାନିର ରିପୋର୍ଟ ଅନୁଯାୟୀ, ବିବିଧ ଭୌଗୋଳିକ ଆହ୍ୱାନ ଓ ବାଧାବିଘ୍ନ ଅତିକ୍ରମ କରି ଜିଓ ସଫଳତାର ସହିତ ଏହାର ବିଶ୍ୱସ୍ତରୀୟ ନେଟୱାର୍କକୁ ଓଡ଼ିଶାର ୪୭ ହଜାରରୁ ଅଧିକ ଗ୍ରାମକୁ ବିସ୍ତାର କରିଛି ଏବଂ ଏବେବି ଅପହଞ୍ଚ ରହିଥିବା ରାଜ୍ୟର ଅନ୍ୟାନ୍ୟ ସୁଦୂର ତଥା ଦୁର୍ଗମ ଗ୍ରାମଗୁଡ଼ିକରେ ଦ୍ରୁତ ଗତିରେ ନେଟୱାର୍କ ସ୍ଥାପନ କରିବା ଦିଗରେ କାର୍ଯ୍ୟ କରୁଛି। ଆହୁରି ମଧ୍ୟ କମ୍ପାନି କହିଛି, ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ରହିଥିବା ଡିଜିଟାଲ ବୈଷମ୍ୟକୁ ଦୂର କରିବା ପାଇଁ ଏହାର ନିରନ୍ତର ପ୍ରୟାସ ମାଧ୍ୟମରେ ଜିଓ ଓଡ଼ିଶାର ଅପହଞ୍ଚ ଓ ଦୁର୍ଗମ ଅଞ୍ଚଳରେ ଏହାର ହାଇ ସ୍ପିଡ୍ ଡାଟା ନେଟୱାର୍କ ସ୍ଥାପନ କାର୍ଯ୍ୟ ଜାରି ରଖିଛି। ଏହି ମହତ୍ୱାକାଂକ୍ଷୀ ମିଶନର ଲକ୍ଷ୍ୟ ହେଉଛି ଉତ୍ତମ ଡିଜିଟାଲ ଯୋଗାଯୋଗ ସେବାରୁ ବିଚ୍ଛିନ୍ନ ରହିଥିବା ସମୁଦାୟ ଗୁଡିକୁ ଜିଓ ଡିଜିଟାଲ ସେବା ମାଧ୍ୟମରେ ସଂଯୁକ୍ତ କରି ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣକୁ ଆଗକୁ ବଢାଇବା ଏବଂ ସମସ୍ତଙ୍କ ପାଇଁ ଉତ୍ତମ ଯୋଗାଯୋଗ ସାଧନର ସୁଯୋଗ
ଭୁବନେଶ୍ୱର: ଓଡ଼ିଶାର ପ୍ରାୟ ୪୭ ହଜାରରୁ ଅଧିକ ଗାଁରେ ସେବା ଯୋଗାଇଛି ଦେଶର ସବୁଠୁ ବଡ଼ ଘରୋଇ ଟେଲିକମ କମ୍ପାନି ରିଲାଏନ୍ସ ଜିଓ। କମ୍ପାନି ଏହାର ୪ଜି ଏବଂ ୫ଜି ନେଟୱର୍କ ସହ ଓଡ଼ିଶାର ହଜାର ହଜାର ଦୁର୍ଗମ ଗାଁ ଗୁଡ଼ିକୁ ଡିଜିଟାଲ ସେବା ସହ ଯୋଡ଼ିବାରେ ସଫଳ ହୋଇଛି । ଏନେଇ କମ୍ପାନି ଏହାର ଏକ ରିପୋର୍ଟ ଜାରି କରି ସୂଚନା ଦେଇଛି ।
କମ୍ପାନିର ରିପୋର୍ଟ ଅନୁଯାୟୀ, ବିବିଧ ଭୌଗୋଳିକ ଆହ୍ୱାନ ଓ ବାଧାବିଘ୍ନ ଅତିକ୍ରମ କରି ଜିଓ ସଫଳତାର ସହିତ ଏହାର ବିଶ୍ୱସ୍ତରୀୟ ନେଟୱାର୍କକୁ ଓଡ଼ିଶାର ୪୭ ହଜାରରୁ ଅଧିକ ଗ୍ରାମକୁ ବିସ୍ତାର କରିଛି ଏବଂ ଏବେବି ଅପହଞ୍ଚ ରହିଥିବା ରାଜ୍ୟର ଅନ୍ୟାନ୍ୟ ସୁଦୂର ତଥା ଦୁର୍ଗମ ଗ୍ରାମଗୁଡ଼ିକରେ ଦ୍ରୁତ ଗତିରେ ନେଟୱାର୍କ ସ୍ଥାପନ କରିବା ଦିଗରେ କାର୍ଯ୍ୟ କରୁଛି।
ଆହୁରି ମଧ୍ୟ କମ୍ପାନି କହିଛି, ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ରହିଥିବା ଡିଜିଟାଲ ବୈଷମ୍ୟକୁ ଦୂର କରିବା ପାଇଁ ଏହାର ନିରନ୍ତର ପ୍ରୟାସ ମାଧ୍ୟମରେ ଜିଓ ଓଡ଼ିଶାର ଅପହଞ୍ଚ ଓ ଦୁର୍ଗମ ଅଞ୍ଚଳରେ ଏହାର ହାଇ ସ୍ପିଡ୍ ଡାଟା ନେଟୱାର୍କ ସ୍ଥାପନ କାର୍ଯ୍ୟ ଜାରି ରଖିଛି। ଏହି ମହତ୍ୱାକାଂକ୍ଷୀ ମିଶନର ଲକ୍ଷ୍ୟ ହେଉଛି ଉତ୍ତମ ଡିଜିଟାଲ ଯୋଗାଯୋଗ ସେବାରୁ ବିଚ୍ଛିନ୍ନ ରହିଥିବା ସମୁଦାୟ ଗୁଡିକୁ ଜିଓ ଡିଜିଟାଲ ସେବା ମାଧ୍ୟମରେ ସଂଯୁକ୍ତ କରି ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣକୁ ଆଗକୁ ବଢାଇବା ଏବଂ ସମସ୍ତଙ୍କ ପାଇଁ ଉତ୍ତମ ଯୋଗାଯୋଗ ସାଧନର ସୁଯୋଗ ଉପଲବ୍ଧ କରାଇବା।
ଏହି ଦୁର୍ଗମ ଗ୍ରାମଗୁଡିକରେ ମୋବାଇଲ୍ ଏବଂ ଡାଟା ସେବାର ପ୍ରବର୍ତ୍ତନ ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ବେଶ ଆଦୃତ ଏବଂ ପ୍ରଶଂସିତ ହୋଇଛି। ଅନେକ ଗ୍ରାମବାସୀଙ୍କ ପାଇଁ ଏହା ପ୍ରଥମ ଥର ପାଇଁ ଡିଜିଟାଲ୍ ସଂଯୋଗର ଲାଭ ଆଣିଦେଇଛି। ଏହା ଦ୍ୱାରା ସେମାନଙ୍କ ପାଖରେ ଡିଜିଟାଲ୍ ସେବା, ଶିକ୍ଷା, ସ୍ୱାସ୍ଥ୍ୟସେବା, ବ୍ୟାଙ୍କିଙ୍ଗ୍ ଏବଂ ଅନ୍ୟାନ୍ୟ ଆର୍ଥିକ ସେବା ପହଞ୍ଚିବା ସହଜ ହୋଇଛି ଏବଂ ସେମାନଙ୍କ ନିକଟରେ ଉପଲବ୍ଧ ଅର୍ଥନୈତିକ ସୁଯୋଗରେ ବୃଦ୍ଧି ଘଟିଛି।
ମୋବାଇଲ ନେଟୱାର୍କ ସହିତ ଜିଓ ଏହାର ଲୋକପ୍ରିୟ ଜିଓ ଏୟାରଫାଇବର ସେବା ମାଧ୍ୟମରେ ଶହ ଶହ ଦୁର୍ଗମ ଗାଁରେ ନିର୍ଭରଯୋଗ୍ୟ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ଉପଲବ୍ଧ କରାଇଛି । ଜିଓ ଏୟାରଫାଇବର ସେବା ବାସ୍ତବରେ ଡିଜିଟାଲ ଅନ୍ତର୍ଭୁକ୍ତିକରଣକୁ ସମ୍ପ୍ରସାରିତ କରିଛି କାରଣ ଏହା ବିଶେଷକରି ଗ୍ରାମାଞ୍ଚଳ ଏବଂ ସହର ଉପକଣ୍ଠ ଅଂଚଳରେ ଶେଷ ମାଇଲ୍ ଅପ୍ଟିକାଲ୍-ଫାଇବର ବିସ୍ତାରରେ ରହିଥିବା କଠିନତା ଯୋଗୁଁ ବ୍ରଡ଼ବ୍ୟାଣ୍ଡ ସଂଯୋଗର ଅଭାବ ଜନିତ ସମସ୍ୟାକୁ ଦୂର କରି ପ୍ରତ୍ୟେକ ଘର ଏବଂ ଛୋଟ ବ୍ୟବସାୟକୁ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଏବଂ ଗୁଣାତ୍ମକ ଗୃହ ମନୋରଞ୍ଜନ ସହିତ ସଂଯୁକ୍ତ କରଛି।