ଦକ୍ଷିଣ କୋରିଆର ଚିପ୍ ଉପକରଣ ନିର୍ମାତାଙ୍କ ସିଷ୍ଟମ ହ୍ୟାକ୍, ସାଇବର୍ ଆଟାକ୍ ନେଇ ଚେତାବନୀ ଦେଇଥିଲେ ୟୋଲ୍
ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଚିପ୍ ଉପକରଣ ନିର୍ମାତାଙ୍କ ସିଷ୍ଟମକୁ ହ୍ୟାକ୍ କରିଛି ଉତ୍ତର କୋରିଆର ହ୍ୟାକର। ଏନେଇ ସୂଚନା ଦେଇଛି ଦକ୍ଷିଣ କୋରିଆର ଗୁଇନ୍ଦା ଏଜେନ୍ସି। ଯୁଦ୍ଧାସ୍ତ୍ର କାର୍ଯ୍ୟକ୍ରମ ପାଇଁ ଉତ୍ତର କୋରିଆ ସେମିକଣ୍ଡକ୍ଟର ସୃଷ୍ଟି କରିବାକୁ ଉଦ୍ୟମ ଜାରି ରଖିଛି ବୋଲି ନ୍ୟାସନାଲ ଇଣ୍ଟେଲିଜେନ୍ସ ସର୍ଭିସ (NIS) କହିଛି। ଆଗାମୀ ନିର୍ବାଚନରେ ହସ୍ତକ୍ଷେପ କରିବା ପାଇଁ ଉତ୍ତର କୋରିଆ ସାଇବର ଆଟାକ୍ କରିପାରେ ବୋଲି ଚେତାବନୀ ଦେଇଥିଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୋନ୍ ସୁକ୍ ୟୋଲ। ଠିକ୍ ଏହାର ଗୋଟିଏ ମାସ ପରେ ଏହି ଘଟଣା କହିଛି। ଗତ ବର୍ଷ ରାଷ୍ଟ୍ରପତି ୟୋନଙ୍କ ସହାୟକଙ୍କ ଇମେଲଗୁଡ଼ିକୁ ହ୍ୟାକ୍ କରିଥିଲା ଉତ୍ତର କୋରିଆ। ଏନଏସଏସ ଏକ ବିବୃତ୍ତିରେ କହିଛି ଯେ ଆମେ ବିଶ୍ୱାସ କରୁଛୁ ଯେ ଉତ୍ତର କୋରିଆ ସମ୍ଭବତଃ ଏହାର ସେମିକଣ୍ଡକ୍ଟର ଉତ୍ପାଦନ ପାଇଁ ପ୍ରସ୍ତୁତ ହୋଇପାରେ। ଏଥିରେ ଦର୍ଶାଯାଇଛି ଯେ ପ୍ୟୋଙ୍ଗୟାଙ୍ଗ ହୁଏତ ଦକ୍ଷିଣ କୋରିଆର ଚିପ୍ ଉପକରଣ ସଂସ୍ଥାଗୁଡ଼ିକୁ ହ୍ୟାକ୍ କରିବାକୁ ଉଦ୍ୟମ କରିଥାଇପାରେ କାରଣ ସାଟେଲାଇଟ୍ ଏବଂ ମିଶାଇଲ୍ ସହ ଜଡ଼ିତ ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମ ପାଇଁ ଚିପ୍ସ ଆବଶ୍ୟକ କରନ୍ତି। NIS କହିଛି ଯେ ଉତ୍ତର କୋରିଆ ହ୍ୟାକର୍ମାନେ ଡିସେମ୍ବର ଏବଂ ଫେବୃଆରୀରେ ଦୁଇଟି ଚିପ୍ ଉପକରଣ କମ୍ପାନୀର ସର୍ଭରରେ ଭାଙ୍ଗି ସେମାନଙ୍କ ସୁବିଧା ଏବଂ ଉତ୍ପାଦ ଡିଜାଇନର ଫଟୋ ଚୋରି କରିଥିଲେ।
ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଚିପ୍ ଉପକରଣ ନିର୍ମାତାଙ୍କ ସିଷ୍ଟମକୁ ହ୍ୟାକ୍ କରିଛି ଉତ୍ତର କୋରିଆର ହ୍ୟାକର। ଏନେଇ ସୂଚନା ଦେଇଛି ଦକ୍ଷିଣ କୋରିଆର ଗୁଇନ୍ଦା ଏଜେନ୍ସି। ଯୁଦ୍ଧାସ୍ତ୍ର କାର୍ଯ୍ୟକ୍ରମ ପାଇଁ ଉତ୍ତର କୋରିଆ ସେମିକଣ୍ଡକ୍ଟର ସୃଷ୍ଟି କରିବାକୁ ଉଦ୍ୟମ ଜାରି ରଖିଛି ବୋଲି ନ୍ୟାସନାଲ ଇଣ୍ଟେଲିଜେନ୍ସ ସର୍ଭିସ (NIS) କହିଛି।
ଆଗାମୀ ନିର୍ବାଚନରେ ହସ୍ତକ୍ଷେପ କରିବା ପାଇଁ ଉତ୍ତର କୋରିଆ ସାଇବର ଆଟାକ୍ କରିପାରେ ବୋଲି ଚେତାବନୀ ଦେଇଥିଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୋନ୍ ସୁକ୍ ୟୋଲ। ଠିକ୍ ଏହାର ଗୋଟିଏ ମାସ ପରେ ଏହି ଘଟଣା କହିଛି।
ଗତ ବର୍ଷ ରାଷ୍ଟ୍ରପତି ୟୋନଙ୍କ ସହାୟକଙ୍କ ଇମେଲଗୁଡ଼ିକୁ ହ୍ୟାକ୍ କରିଥିଲା ଉତ୍ତର କୋରିଆ। ଏନଏସଏସ ଏକ ବିବୃତ୍ତିରେ କହିଛି ଯେ ଆମେ ବିଶ୍ୱାସ କରୁଛୁ ଯେ ଉତ୍ତର କୋରିଆ ସମ୍ଭବତଃ ଏହାର ସେମିକଣ୍ଡକ୍ଟର ଉତ୍ପାଦନ ପାଇଁ ପ୍ରସ୍ତୁତ ହୋଇପାରେ।
ଏଥିରେ ଦର୍ଶାଯାଇଛି ଯେ ପ୍ୟୋଙ୍ଗୟାଙ୍ଗ ହୁଏତ ଦକ୍ଷିଣ କୋରିଆର ଚିପ୍ ଉପକରଣ ସଂସ୍ଥାଗୁଡ଼ିକୁ ହ୍ୟାକ୍ କରିବାକୁ ଉଦ୍ୟମ କରିଥାଇପାରେ କାରଣ ସାଟେଲାଇଟ୍ ଏବଂ ମିଶାଇଲ୍ ସହ ଜଡ଼ିତ ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମ ପାଇଁ ଚିପ୍ସ ଆବଶ୍ୟକ କରନ୍ତି।
NIS କହିଛି ଯେ ଉତ୍ତର କୋରିଆ ହ୍ୟାକର୍ମାନେ ଡିସେମ୍ବର ଏବଂ ଫେବୃଆରୀରେ ଦୁଇଟି ଚିପ୍ ଉପକରଣ କମ୍ପାନୀର ସର୍ଭରରେ ଭାଙ୍ଗି ସେମାନଙ୍କ ସୁବିଧା ଏବଂ ଉତ୍ପାଦ ଡିଜାଇନର ଫଟୋ ଚୋରି କରିଥିଲେ।
The post ଦକ୍ଷିଣ କୋରିଆର ଚିପ୍ ଉପକରଣ ନିର୍ମାତାଙ୍କ ସିଷ୍ଟମ ହ୍ୟାକ୍, ସାଇବର୍ ଆଟାକ୍ ନେଇ ଚେତାବନୀ ଦେଇଥିଲେ ୟୋଲ୍ appeared first on Prameya News7.