ସୁବ୍ରତଙ୍କ ପତ୍ନୀ ଅର୍ଚ୍ଚନାରେଖାଙ୍କୁ ଚକ୍ମା ଦେଲେ ବିଜେପିର ଦୁର୍ଗାଚରଣ ତନ୍ତି
ରଘୁନାଥପଲ୍ଲୀ ନିର୍ବାଚନମଣ୍ଡଳୀରୁ ଅର୍ଚ୍ଚନାଙ୍କ ସ୍ୱାମୀ ସୁବ୍ରତ ତରାଇ ୨୦୦୪ ମିସହାରୁ ବିଜେଡିରୁ ଜିତି ଆସୁଛନ୍ତି। ସେ ପୂର୍ବରୁ ରାଜ୍ୟ ମନ୍ତ୍ରିମଣ୍ଡଳରେ ସଦସ୍ୟ ମଧ୍ୟ ଥିଲେ।
ବିଜେଡି ବିଧାୟକ ସୁବ୍ରତ ତରାଇଙ୍କ ପତ୍ନୀ ଅର୍ଚ୍ଚନାରେଖା ବେହେରାଙ୍କୁ ଚକ୍ମା ଦେଲେ ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗାଚରଣ ତନ୍ତି। ୨୦ ରାଉଣ୍ଡ ସୁଦ୍ଧା ସେ ଅର୍ଚ୍ଚନାରେଖାଙ୍କୁ ୫୭୦୯ ଖଣ୍ଡ ଭୋଟ୍ରେ ପରାସ୍ତ କରିଛନ୍ତି। ଫଳାଫଳ ପ୍ରକାଶ ପାଇବା ପରେ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। କର୍ମୀମାନେ ସେଲିବ୍ରେସନ୍ କରୁଥିବା ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁସାରେ ଚଳିତ ନିର୍ବାଚନରେ ଦୁର୍ଗାଚରଣ ତନ୍ତି ୫୦,୭୧୪ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ୪୫୦୦୫ ଖଣ୍ଡ ଭୋଟ୍ ପାଇଥିଲେ। ସେହିପରି କଂଗ୍ରେସ ପ୍ରାର୍ଥୀ ୧୬୬୦୩ ଖଣ୍ଡ ଭୋଟ୍ ପାଇଥିବା ବେଳେ ନୋଟାରେ ୧୧୭୮ ଖଣ୍ଡ ଭୋଟ୍ ପଡ଼ିଛି।
ସୂଚନାରୁ ପ୍ରକାଶ, ରଘୁନାଥପଲ୍ଲୀ ନିର୍ବାଚନମଣ୍ଡଳୀରୁ ଅର୍ଚ୍ଚନାଙ୍କ ସ୍ୱାମୀ ସୁବ୍ରତ ତରାଇ ୨୦୦୪ ମିସହାରୁ ବିଜେଡିରୁ ଜିତି ଆସୁଛନ୍ତି। ସେ ପୂର୍ବରୁ ରାଜ୍ୟ ମନ୍ତ୍ରିମଣ୍ଡଳରେ ସଦସ୍ୟ ମଧ୍ୟ ଥିଲେ। ହେଲେ ଏଥର ତାଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି। କିନ୍ତୁ ସେ ପରାସ୍ତ ହୋଇଛନ୍ତି। ଆଉ ତାଙ୍କୁ ପରାସ୍ତ କରିଛନ୍ତି ବିଜେପିର ଦୁର୍ଗାଚରଣ ତନ୍ତି।
ରିପୋର୍ଟ- ରାଉରକେଲାରୁ ପବନ ତିୱାରୀ