ଶିବାଜୀ ମହାରାଜଙ୍କ ପ୍ରତିମା ପଡିଯିବାର କାରଣ ଖୋଜିବାକୁ କମିଟି ଗଠନ କଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ : ମହାରାଷ୍ଟ୍ର ସରକାର କୋଙ୍କଣ କ୍ଷେତ୍ରର ସିନ୍ଧୁଦୁର୍ଗ ଜିଲ୍ଲାରେ ଶିବାଜୀ ମହାରାଜଙ୍କ ମୂର୍ତ୍ତି ଭାଙ୍ଗିଯିବା ଘଟଣାର କାରଣ ଯାଞ୍ଚ ନିମନ୍ତେ ଗୁରୁବାର ଏକ କମିଟି ଗଠନ କରିଛନ୍ତି। ଏହି କମିଟିରେ ଇଞ୍ଜିନିୟରଙ୍କ ସମେତ ଆଇଆଇଟି ସ୍ପେଶାଲିଷ୍ଟ ଓ ନୌସେନା ଅଧିକାରୀଙ୍କୁ ସାମିଲ କରାଯାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା କୁହାଯାଇଛି। ଏହା ଛଡା ବୀର ଯୋଦ୍ଧା ଶିବାଜୀ ମହାରାଜଙ୍କ ଆକାର ଅନୁରୂପ ଏକ ଭବ୍ୟ ମୂର୍ତ୍ତି ନିର୍ମାଣ ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦକ୍ଷିଣ ମୁମ୍ବାଇସ୍ଥିତ ତାଙ୍କ ସରକାରୀ ବାସଭବନ ‘ବର୍ଷା’ରେ ଅନୁଷ୍ଠିତ ବରିଷ୍ଠ ମନ୍ତ୍ରୀ, ଅଧିକାରୀ ଓ ନୌସେନା ଅଧିକାରୀଙ୍କ ସହ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ଶିବାଜୀ ମହାରାଜଙ୍କ ମୂର୍ତ୍ତି ଭାଙ୍ଗିପଡିବା ଘଟଣାରେ ଏହାକୁ ନିର୍ମାଣ କରିଥିବା ଠିକାଦାରଙ୍କ ବିରୋଧରେ ପୋଲିସ ଏତଲା ରୁଜୁ ହୋଇଛି। ମହାରାଷ୍ଟ୍ର ସିନ୍ଧୁଦୁର୍ଗରେ ଶିବାଜୀଙ୍କ ମୂର୍ତ୍ତି ନିର୍ମାଣ ଦାୟିତ୍ୱ ଆର୍ଟିସରୀ କମ୍ପାନୀକୁ ଦିଆଯାଇଥିଲା। ଏବେ ମୂର୍ତ୍ତି ଭାଙ୍ଗିପଡିବା ପରେ ଏହାକୁ ନିର୍ମାଣ କରିଥିବା ଠିକାଦାରଙ୍କ ସହିତ କମ୍ପାନୀ ମାଲିକଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ନିକଟରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଶିବାଜୀ ମହାରାଜଙ୍କ ମୂର୍ତ୍ତି ଭାଙ୍ଗିପଡିବା ଘଟଣ

ଶିବାଜୀ ମହାରାଜଙ୍କ ପ୍ରତିମା ପଡିଯିବାର କାରଣ ଖୋଜିବାକୁ କମିଟି ଗଠନ କଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ : ମହାରାଷ୍ଟ୍ର ସରକାର କୋଙ୍କଣ କ୍ଷେତ୍ରର ସିନ୍ଧୁଦୁର୍ଗ ଜିଲ୍ଲାରେ ଶିବାଜୀ ମହାରାଜଙ୍କ ମୂର୍ତ୍ତି ଭାଙ୍ଗିଯିବା ଘଟଣାର କାରଣ ଯାଞ୍ଚ ନିମନ୍ତେ ଗୁରୁବାର ଏକ କମିଟି ଗଠନ କରିଛନ୍ତି। ଏହି କମିଟିରେ ଇଞ୍ଜିନିୟରଙ୍କ ସମେତ ଆଇଆଇଟି ସ୍ପେଶାଲିଷ୍ଟ ଓ ନୌସେନା ଅଧିକାରୀଙ୍କୁ ସାମିଲ କରାଯାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା କୁହାଯାଇଛି। ଏହା ଛଡା ବୀର ଯୋଦ୍ଧା ଶିବାଜୀ ମହାରାଜଙ୍କ ଆକାର ଅନୁରୂପ ଏକ ଭବ୍ୟ ମୂର୍ତ୍ତି ନିର୍ମାଣ ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। 

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦକ୍ଷିଣ ମୁମ୍ବାଇସ୍ଥିତ ତାଙ୍କ ସରକାରୀ ବାସଭବନ ‘ବର୍ଷା’ରେ ଅନୁଷ୍ଠିତ ବରିଷ୍ଠ ମନ୍ତ୍ରୀ, ଅଧିକାରୀ ଓ ନୌସେନା ଅଧିକାରୀଙ୍କ ସହ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ଶିବାଜୀ ମହାରାଜଙ୍କ ମୂର୍ତ୍ତି ଭାଙ୍ଗିପଡିବା ଘଟଣାରେ ଏହାକୁ ନିର୍ମାଣ କରିଥିବା ଠିକାଦାରଙ୍କ ବିରୋଧରେ ପୋଲିସ ଏତଲା ରୁଜୁ ହୋଇଛି। ମହାରାଷ୍ଟ୍ର ସିନ୍ଧୁଦୁର୍ଗରେ ଶିବାଜୀଙ୍କ ମୂର୍ତ୍ତି ନିର୍ମାଣ ଦାୟିତ୍ୱ ଆର୍ଟିସରୀ କମ୍ପାନୀକୁ ଦିଆଯାଇଥିଲା। ଏବେ ମୂର୍ତ୍ତି ଭାଙ୍ଗିପଡିବା ପରେ ଏହାକୁ ନିର୍ମାଣ କରିଥିବା ଠିକାଦାରଙ୍କ ସହିତ କମ୍ପାନୀ ମାଲିକଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। 

ନିକଟରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଶିବାଜୀ ମହାରାଜଙ୍କ ମୂର୍ତ୍ତି ଭାଙ୍ଗିପଡିବା ଘଟଣାକୁ ଦୁଃଖଦ ବୋଲି କହିଥିଲେ। ତେବେ ଏହାକୁ ନେଇ କିଛି ଲୋକ ହୀନ ରାଜନୀତି କରୁଥିବାର ମଧ୍ୟ ଅଭିଯୋଗ କରିଥିଲେ। ଫଡନବୀଶ କହିଥିଲେ ଯେ ଏହି ମୂର୍ତ୍ତିକୁ ଭାରତୀୟ ନୌସେନା କୌଣସି କମ୍ପାନୀକୁ ଠିକାଦେଇ ନିର୍ମାଣ କରାଇଥିଲେ। ନିର୍ମାଣକାରୀ କମ୍ପାନୀ ଏଠାକାର ସାମୁଦ୍ରିକ ବାତାବରଣର ସଠିକ ମୂଲ୍ୟାଙ୍କନ କରିନଥିଲେ। 

ଏଠାରେ ସାମୁଦ୍ରିକ ପବନ ପ୍ରବଳ ବେଗରେ ବହିଥାଏ । ଏହାକୁ ଧ୍ୟାନରେ ରଖି ମୂର୍ତ୍ତି ନିର୍ମାଣ କରାଯିବାର ଆବଶ୍ୟକତା ଥିଲା। ତେବେ ଫଡନବୀଶ କହିଥିଲେ ଆମେ ସଂକଳ୍ପ କରୁଛୁ ସେଠାରେ ଶିବାଜୀ ମହାରାଜଙ୍କ ଏକ ଭବ୍ୟ ଓ ମଜଭୁତ ମୂର୍ତ୍ତି ଖୁବ୍ ଶୀଘ୍ର ନିର୍ମାଣ କରି ସ୍ଥାପନା କରିବୁ। ଏଣୁ ଏହାକୁ ନେଇ ରାଜନୀତିକରଣ ବନ୍ଦ କରାଯାଉ।