ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। ଏଥି ପାଇଁ ବନବିଭାଗ, ଦମକଳ ବାହିନୀ ଓ ଓଡ୍ରାଫ୍ଟ ଟିମ୍‌ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଗୁରୁବାର ଶିମିଳିପାଳ ଅଭୟାରଣ୍ୟରେ ୩୧ଟି ଫାୟାର ପଏଣ୍ଟ ଚିହ୍ନଟ ହୋଇଥିବା ନେଇ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ(ଆର୍‌ସିସିଏଫ)ଡ.ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି ା ସଚେତନତା […] The post ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ appeared first on Dharitri Odia News.

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ
ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। ଏଥି ପାଇଁ ବନବିଭାଗ, ଦମକଳ ବାହିନୀ ଓ ଓଡ୍ରାଫ୍ଟ ଟିମ୍‌ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଗୁରୁବାର ଶିମିଳିପାଳ ଅଭୟାରଣ୍ୟରେ ୩୧ଟି ଫାୟାର ପଏଣ୍ଟ ଚିହ୍ନଟ ହୋଇଥିବା ନେଇ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ(ଆର୍‌ସିସିଏଫ)ଡ.ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି ା
ସଚେତନତା ସତ୍ତ୍ୱେ ସମ୍ପୂର୍ଣ୍ଣ ବନାଗ୍ନି ରୋକାଯାଇପାରୁ ନାହିଁ। ନିଆଁକୁ ନେଇ ବିଭାଗୀୟ ଅଧିକାରୀ ଓ ପରିବେଶବିତ୍‌ମାନେ ଚିନ୍ତାରେ ପଡ଼ିଛନ୍ତି। ବର୍ଷ ତମାମ ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ବନାଗ୍ନିକୁ ନେଇ ବିଭିନ୍ନ ସଚେତନତା ଭିତ୍ତିିକ କାର୍ଯ୍ୟକ୍ରମ କରାଯାଉଛି। ମହୁଲ ସଂଗ୍ରହ ଓ ଶିକାର ଉଦ୍ଦେଶ୍ୟରେ ଲୋକେ ନିଅଁା ଲଗାଇବାକୁ ପଛାଉ ନାହାନ୍ତି। ଜୀବନଜୀବିକା ଉଦ୍ଦେଶ୍ୟରେ ଲୋକେ ବନ୍ୟଜାତ ଦ୍ରବ୍ୟ ଉପରେ ନିର୍ଭର କରି ଏଭଳି ପରିସ୍ଥିତି ସୃଷ୍ଟି କରୁଥିବା ନେଇ ପରିବେଶବିତ୍‌ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି। ସେମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ କରି ରୋଜଗାରକ୍ଷମ ପୂର୍ବକ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଇ ପାରିଲେ ଏହାକୁ ରୋକାଯାଇ ପାରିବ ବୋଲି ଆଚାର୍ଯ୍ୟ ମତ ଦେଇଛନ୍ତି। ସେହିପରି ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି।

The post ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ appeared first on Dharitri Odia News.