ଶିମିଳିପାଳରୁ ଯାଇ ଝାଡଖଣ୍ଡରେ ବୁଲୁଛି ଜୀନତ୍,ଧରିବାକୁ ବନବିଭାଗର ସବୁ ଉଦ୍ୟମ ଫେଲ୍

ବାରିପଦା ୧୩/୧୨: ଝାଡଖଣ୍ଡରେ ବାଘୁଣୀ ଜୀନତ୍‌ ପାଇଁ ନାକେଦମ୍‌ ଲୋକେ । ଜାରି ହୋଇଛି ୧୬୩ ଧାରା । ଏବେ ଚକୁଳିଆ ଚିଆବାନ୍ଧି ଜଙ୍ଗଲରେ ବୁଲୁଛି ଜୀନତ୍‌ । ବାଘୁଣୀ ଭୟରେ ଜନଶୂନ୍ୟ ପୁରା ଅଞ୍ଚଳ । କେବେ ଫେରିବ ଜୀନତ୍‌ ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ୬ ଦିନ ହେଲାଣି ଶିମିଳିପାଳ ଛାଡି ଝାଡଖଣ୍ଡ ଜଙ୍ଗଲରେ ଘୁରି ବୁଲୁଛି ବାଘୁଣୀ ଜୀନତ । ଫେରିବାର ନାଁ ଧରୁନି ।  ତାକୁ ଧରିବାକୁ ନାକେଦମ ଉଭୟ ଓଡ଼ିଶା ଓ ଝାଡଖଣ୍ଡ ବନବିଭାଗ । ମଇଁଷି ଥୋପ ଦେଇ ଜଗିରହିଥିଲା ବନ ବିଭାଗ । ଟ୍ରାଙ୍କୁଲାଇଜ କରି ଫେରାଇ ଆଣିବାକୁ ଉଦ୍ୟମ ବି ଫେଲ୍‌ ମାରିଛି । ଶୁକ୍ରବାର ଭୋର୍‌ ସମୟେ ମିଁଷି ଶିକାର କରି ଖାଇଲା ଆଉ ପୁଣି ଚକ୍‌ମା ଦେଇ ପଳାଇଛି ଜୀନତ୍‌ । ଏବେ ସୁଦ୍ଧା ବନବିଭାଗର ସବୁ ପ୍ରୟାସ ଫେଲ୍‌ ମାରିଛି । ଜୀନତକୁ କାବୁ କରିବାକୁ ପରବର୍ତ୍ତୀ ପଦକ୍ଷେପ କଣ ନିଆଯିବ ସେହି ଚିନ୍ତାରେ ବନବିଭାଗ । ବାଘୁଣୀ ଭୟରେ ଲୋକେ ବାହାରକୁ ବାହାରିବାକୁ ଭୟ କରୁଛନ୍ତି । ଲୋକଙ୍କ ମଧ୍ୟରେ ବଢୁଛି ଜନ ଅସନ୍ତୋଷ । ୨ ଦିନ ହେଲାଣି ବାଘୁଣୀ ଚିଆବାନ୍ଧି ଜଙ୍ଗଲରେ ବୁଲୁଥିବାରୁ ଭୟଭୀତ ଅଞ୍ଚଳବାସୀ । ସେଠି ସ୍କୁଲ ଛୁଟି ଘୋଷଣା କରାଯାଇଛି। ବାଘୁଣୀକୁ କେମିତି ପୁଣି ଶିମିଳିପାଳ ଅଭୟାରଣ୍ୟକୁ ଫେରାଇ ଆଣିହେବ ସେ ନେଇ ବିଚାର ବିମର୍ଷ ଚାଲିଛି ।  

ଶିମିଳିପାଳରୁ ଯାଇ ଝାଡଖଣ୍ଡରେ ବୁଲୁଛି ଜୀନତ୍,ଧରିବାକୁ ବନବିଭାଗର ସବୁ ଉଦ୍ୟମ ଫେଲ୍

ବାରିପଦା ୧୩/୧୨: ଝାଡଖଣ୍ଡରେ ବାଘୁଣୀ ଜୀନତ୍‌ ପାଇଁ ନାକେଦମ୍‌ ଲୋକେ । ଜାରି ହୋଇଛି ୧୬୩ ଧାରା । ଏବେ ଚକୁଳିଆ ଚିଆବାନ୍ଧି ଜଙ୍ଗଲରେ ବୁଲୁଛି ଜୀନତ୍‌ । ବାଘୁଣୀ ଭୟରେ ଜନଶୂନ୍ୟ ପୁରା ଅଞ୍ଚଳ । କେବେ ଫେରିବ ଜୀନତ୍‌ ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ୬ ଦିନ ହେଲାଣି ଶିମିଳିପାଳ ଛାଡି ଝାଡଖଣ୍ଡ ଜଙ୍ଗଲରେ ଘୁରି ବୁଲୁଛି ବାଘୁଣୀ ଜୀନତ । ଫେରିବାର ନାଁ ଧରୁନି ।  ତାକୁ ଧରିବାକୁ ନାକେଦମ ଉଭୟ ଓଡ଼ିଶା ଓ ଝାଡଖଣ୍ଡ ବନବିଭାଗ । ମଇଁଷି ଥୋପ ଦେଇ ଜଗିରହିଥିଲା ବନ ବିଭାଗ । ଟ୍ରାଙ୍କୁଲାଇଜ କରି ଫେରାଇ ଆଣିବାକୁ ଉଦ୍ୟମ ବି ଫେଲ୍‌ ମାରିଛି । 

ଶୁକ୍ରବାର ଭୋର୍‌ ସମୟେ ମିଁଷି ଶିକାର କରି ଖାଇଲା ଆଉ ପୁଣି ଚକ୍‌ମା ଦେଇ ପଳାଇଛି ଜୀନତ୍‌ । ଏବେ ସୁଦ୍ଧା ବନବିଭାଗର ସବୁ ପ୍ରୟାସ ଫେଲ୍‌ ମାରିଛି । ଜୀନତକୁ କାବୁ କରିବାକୁ ପରବର୍ତ୍ତୀ ପଦକ୍ଷେପ କଣ ନିଆଯିବ ସେହି ଚିନ୍ତାରେ ବନବିଭାଗ । ବାଘୁଣୀ ଭୟରେ ଲୋକେ ବାହାରକୁ ବାହାରିବାକୁ ଭୟ କରୁଛନ୍ତି । ଲୋକଙ୍କ ମଧ୍ୟରେ ବଢୁଛି ଜନ ଅସନ୍ତୋଷ । ୨ ଦିନ ହେଲାଣି ବାଘୁଣୀ ଚିଆବାନ୍ଧି ଜଙ୍ଗଲରେ ବୁଲୁଥିବାରୁ ଭୟଭୀତ ଅଞ୍ଚଳବାସୀ । ସେଠି ସ୍କୁଲ ଛୁଟି ଘୋଷଣା କରାଯାଇଛି। ବାଘୁଣୀକୁ କେମିତି ପୁଣି ଶିମିଳିପାଳ ଅଭୟାରଣ୍ୟକୁ ଫେରାଇ ଆଣିହେବ ସେ ନେଇ ବିଚାର ବିମର୍ଷ ଚାଲିଛି ।