ଶିମିଳିପାଳରେ କରୁଥିଲେ ଶିକାର, ଧରିଲା ବନବିଭାଗ, ୯ ଗିରଫ

ବାରିପଦା,୩୦।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଜେନାବିଲ ରେଞ୍ଜରୁ ୯ ଶିକାରୀକୁ ବନକର୍ମଚାରୀ ଗିରଫ କରିଛନ୍ତି । ତାଙ୍କଠାରୁ ୯ଟି ଦେଶୀ ବନ୍ଧୁକ ସହ ୩୦ କେଜି ସମ୍ବର ମାଂସ ଜବତ କରାଯାଇଛି। ଏ ସଂକ୍ରାନ୍ତରେ ବନ୍ୟପ୍ରାଣୀ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ ଉଦଳା ଥାନା କୁଣ୍ଡାବାଇ ପଞ୍ଚାୟତର ଉପର ତାଲାଡିହା, ଜାମଡିହା ଓ ପାଟଶାଣୀପୁର ପଞ୍ଚାୟତ […] The post ଶିମିଳିପାଳରେ କରୁଥିଲେ ଶିକାର, ଧରିଲା ବନବିଭାଗ, ୯ ଗିରଫ appeared first on Dharitri Odia News.

ଶିମିଳିପାଳରେ କରୁଥିଲେ ଶିକାର, ଧରିଲା ବନବିଭାଗ, ୯ ଗିରଫ

ବାରିପଦା,୩୦।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଜେନାବିଲ ରେଞ୍ଜରୁ ୯ ଶିକାରୀକୁ ବନକର୍ମଚାରୀ ଗିରଫ କରିଛନ୍ତି । ତାଙ୍କଠାରୁ ୯ଟି ଦେଶୀ ବନ୍ଧୁକ ସହ ୩୦ କେଜି ସମ୍ବର ମାଂସ ଜବତ କରାଯାଇଛି। ଏ ସଂକ୍ରାନ୍ତରେ ବନ୍ୟପ୍ରାଣୀ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ ଉଦଳା ଥାନା କୁଣ୍ଡାବାଇ ପଞ୍ଚାୟତର ଉପର ତାଲାଡିହା, ଜାମଡିହା ଓ ପାଟଶାଣୀପୁର ପଞ୍ଚାୟତ ଖାଲିଡିହି ଏବଂ ନିକଟବର୍ତ୍ତୀ ଗ୍ରାମଗୁଡିକର ୪୦ ଜଣ ଲୋକ ଅନେକ ବନ୍ଧୁକ ଓ ମାରଣାସ୍ତ୍ର ଧରି ଟାଇଗର ରିଜର୍ଭ ଜେନାବିଲ ରେଞ୍ଜରେ ପ୍ରବେଶ କରିଥିଲେ। ଅଭୟାରଣ୍ୟରେ ପଶି ଏକ ସମ୍ବର ଶିକାର କରି ଫେରୁଥିବା ସମୟରେ ସେମାନଙ୍କୁ ଶିମିଳିପାଳ ଏସଟିପିଏଫ (ସ୍ପେଶାଲ ଟାଇଗର ପ୍ରୋଟେକଶନ ଫୋର୍ସ), ପୋଡାଡିହା ଏବଂ ଡୁକୁରା ରେଞ୍ଜର କର୍ମଚାରୀମାନେ ଅଟକାଇଥିଲେ। ଏହି ସମୟରେ ତାଙ୍କଠାରୁ ୯ଟି ଦେଶୀ ବନ୍ଧୁକ ସହିତ ୩୦ କେଜି ସମ୍ବର ମାଂସ ଜବତ କରିଥିଲେ। ଏହା ସହିତ ୯ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଖସି ପଳାଇଯାଇଥିଲେ। ବାକି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ବନବିଭାଗ ପକ୍ଷରୁ ତଦନ୍ତ ଚାଲିଛି।

The post ଶିମିଳିପାଳରେ କରୁଥିଲେ ଶିକାର, ଧରିଲା ବନବିଭାଗ, ୯ ଗିରଫ appeared first on Dharitri Odia News.