ଶିମିଳିପାଳରେ ବଢ଼ି ଚାଲିଛି ଜନ୍ତୁ ଶିକାର; ଦୁଇ ଶିକାରୀଙ୍କୁ ଗିରଫ କଲା ବନବିଭାଗ
ଶିମିଳିପାଳକୁ ଶିକାରୀ ମୁକ୍ତ କରିବା ପାଇଁ ଶିମିଳିପାଳ ଅଭୟାରଣ୍ୟରେ ବନ କର୍ମଚାରୀଙ୍କ ସହ STF ମୁତୟନ କରାଯାଇଛି। ଅଭୟାରଣ୍ୟରେ ଗତ ଦୁଇ ବର୍ଷ ମଧ୍ୟରେ ଉଭୟ ପୋଲିସ ଓ ବନ ବିଭାଗ ଛଅ ଶହରୁ ଅଧିକ ଦେଶୀ ବନ୍ଧୁକ ଜବତ କରିଥିବା ସହ ୪୮ ଜଣଙ୍କୁ ଗିରଫ କରାଯାଇଛି।
ଶିମିଳିପାଳରେ ବଢି ଚାଲିଛି ଜନ୍ତୁ ଶିକାର। ଅଭୟାରଣ୍ୟକୁ ଶିକାର ପାଇଁ ଯାଇଥିବା ବେଳେ ଧରାହେଲେ ୨ଶିକାରୀ। ଦୁଇ ଶିକାରୀଙ୍କୁ ଧରି ବନ ବିଭାଗକୁ ହସ୍ତାନ୍ତର କଲେ ଗ୍ରାମବାସୀ। ସେମାନଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ ସହ ଶିକାର ସରଞ୍ଜାମ ଜବତ କରାଯାଇଛି।
ଶିମିଳିପାଳ ଅଭୟାରଣ୍ୟର ଦକ୍ଷିଣ ଡିଭିଜନର କେନ୍ଦୁଆ ଗାଁରେ ଶିକାରୀଙ୍କୁ ଗିରଫ କରାଯାଇଛି । ଶିକାରୀଙ୍କୁ ବିରୋଧ କରିବା ପାଇଁ ଗାଁ ଲୋକଙ୍କୁ ସଚେତନ କରାଯାଇଥିବା ବେଳେ ବନବିଭାଗକୁ ଏହି ସଫଳତା ମିଳିଛି। ଆଗକୁ ପଣା ସଂକ୍ରାନ୍ତି ଥିବା ବେଳେ ଅଖଣ୍ଡ ଶିକାର ନାମରେ ଶହ ଶହ ଶିକାରୀ ଶିମିଳିପାଳ ଅଭୟାରଣ୍ୟକୁ ପଶି ଶିକାର କରିଥାଆନ୍ତି ।
ଶିମିଳିପାଳକୁ ଶିକାରୀ ମୁକ୍ତ କରିବା ପାଇଁ ଶିମିଳିପାଳ ଅଭୟାରଣ୍ୟରେ ବନ କର୍ମଚାରୀଙ୍କ ସହ STF ମୁତୟନ କରାଯାଇଛି। ଶିମିଳିପାଳ ଅଭୟାରଣ୍ୟରେ ଗତ ଦୁଇ ବର୍ଷ ମଧ୍ୟରେ ଉଭୟ ପୋଲିସ ଓ ବନ ବିଭାଗ ଛଅ ଶହରୁ ଅଧିକ ଦେଶୀ ବନ୍ଧୁକ ଜବତ କରିଥିବା ସହ ୪୮ ଜଣଙ୍କୁ ଗିରଫ କରାଯାଇଛି।